ରାଜଧାନୀରେ ବଢିଚାଲିଥିବା ଲୁଟ ଓ ଛିନତାଇ ରୋକିବାକୁ ଆସୁଛି ଡିସିପିଙ୍କ ‘ସ୍ପେଶାଲ ୨୬’

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ରାଜଧାନୀରେ ବଢିଚାଲିଛି ଲୁଟ୍‌ ଓ ଛିନ୍‌ତାଇ। ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ ଓ ଛିନ୍‌ତାଇର ଖବର ଆସୁଛି।  ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୁଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ […]

ଭୁବନେଶ୍ବର : ରାଜ୍ୟରେ ରାଜଧାନୀରେ ବଢିଚାଲିଛି ଲୁଟ୍‌ ଓ ଛିନ୍‌ତାଇ। ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ ଓ ଛିନ୍‌ତାଇର ଖବର ଆସୁଛି।  ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୁଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ କରି ଛିନତାଇ । ଏସବୁ ଅପରାଧ ମଚାଇ ଛୁ ମାରୁଛନ୍ତି ଅପରାଧି। ରାଜଧାନୀରେ ବାରମ୍ବାର ଏପରି ଲୁଟ୍‌ ଓ ଛିନ୍‌ତାଇ ପରେ ଲୋକ ନିଜକୁ ଅସୁରକ୍ଷିତ ଭାବିବା ସହ କମିଶନରେଟ୍‌ ପୁଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ  ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ତେବେ ଏହାରି ମଧ୍ୟରେ ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ରୋକିବା ପାଇଁ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏକ ସ୍ପେଶାଲ  ଟିମ୍‌ ଗଠନ କରିଛନ୍ତି। ଡିସିପିଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଟିମ୍‌ ନାଁ ‘ସ୍ପେଶାଲ ୨୬’ ରଖାଯାଇଛି। ଏହି ଟିମ୍‌ରେ  ସବୁ ଥାନାର ଜଣେ ଲେଖାଏଁ ବଛା ବଛା ଏସଆଇଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ଅଛନ୍ତି ସବୁ ଥାନାର ଜଣେ ଲେଖାଏଁ ଏସ ଆଇ । ଯେଉଁମାନେ ସେମାନଙ୍କ ଥାନାର ୪ଜଣ ଲେଖାଏଁ କନଷ୍ଟେବଳଙ୍କୁ ନେଇ ନଜର ରଖିବେ ଥାନା ଅଞ୍ଚଳର ଅପରାଧ ଉପରେ । ଏମାନଙ୍କ ଦାୟିତ୍ବ କେବଳ ଧରପଗଡ଼ ଓ କ୍ରାଇମ ଏବଂ ପ୍ରପର୍ଟି ଡିଟେକ୍ସନ । କାଗଜ ପତ୍ର କିମ୍ବା ଆଇନ ଶୃଙ୍ଖଳା ନୁହେଁ ସହରର ହେଉଥିବା ଷ୍ଟ୍ରିଟ କ୍ରାଇମକୁ ନିୟନ୍ତ୍ରଣ କରିଵ ଏହି ସ୍ପେଶାଲ ଟିମ । ଏପରିକି ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି କ୍ରାଇମରେ ସମ୍ପୃକ୍ତ ରହିଲେ ନଜରକୁ ଆସିଲେ ଏନକାଉଣ୍ଟର ହେବାର ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

କାରଣ ବିଗତ କିଛିଦିନ ଧରି ଯେଉଁଭଳି ଥରହର କରିଛନ୍ତି ତାକୁ ନିୟନ୍ତ୍ରଣ କରିବେ ସ୍ପେଶାଲ ୨୬ ଟିମ । ଏଥିପାଇଁ ସିଧାସଳଖ ଟିମ ନିଜେ ଲିଡ଼ କରିବେ ଡିସିପି । ଏଥିପାଇଁ ଡିସିପି ଅଫିସରେ ଏହାର ଏକ ମିଟିଂ ଡ଼କାଇ ବର୍ତମାନ ସକ୍ରିୟ ଥିବା କିଛି କ୍ରାଇମ ଟ୍ରେଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଇନପୁଟ ରହିଛି ତାକୁ ସ୍ପେଶାଲ ସ୍କ୍ବାଡ଼ ଭୁବନେଶ୍ବର ଟିମ ତଦନ୍ତ କରି ସେ ଦିଗରେ ପଦକ୍ଷେପ ନିଆଯାଉଛି । କିଛି ପୋଲିସ ସ୍ପାଏକୁ ମଧ୍ୟ ଏନେଇ ଆକ୍ଟିଭ ହୋଇ ଇନପୁଟ ଦେବାକୁ କୁହାଯାଇଛି । ଘଟଣାର ଯେତେ ସମ୍ଭବ ଖବର କଣ୍ଟ୍ରୋଲ ରୁମକୁ ପହଞ୍ଚିବ ତୁରନ୍ତ ସେ ସ୍ଥାନର ୧ କିମି ରାଡିୟସ ଭିତରେ ସ୍ପେଶାଲ ୨୬ ଟିମ ଆରମ୍ଭ କରିବେ ଅପରେସନ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

08 Mar 2021 By The Sakala

ରାଜଧାନୀରେ ବଢିଚାଲିଥିବା ଲୁଟ ଓ ଛିନତାଇ ରୋକିବାକୁ ଆସୁଛି ଡିସିପିଙ୍କ ‘ସ୍ପେଶାଲ ୨୬’

ଭୁବନେଶ୍ବର : ରାଜ୍ୟରେ ରାଜଧାନୀରେ ବଢିଚାଲିଛି ଲୁଟ୍‌ ଓ ଛିନ୍‌ତାଇ। ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌ ଓ ଛିନ୍‌ତାଇର ଖବର ଆସୁଛି।  ବିଗତ କିଛି ଦିନ ହେଲା ରାଜଧାନୀରେ ତାଣ୍ଡବ ମଚାଇଛନ୍ତି ଅପରାଧି । ପୁଲିସର ନିଦ ହଜାଇଛନ୍ତି ଲୋକଙ୍କ ବଞ୍ଚିବା ମୁସ୍କିଲ କଲେଣି । ଚୋରି ଡ଼କାୟତି ଠୁ ଆରମ୍ଭ କରି ଛିନତାଇ ସବୁଠୁ ଚିନ୍ତାଦାୟକ ହୋଇଛି । କିଛି ଦିନ ଧରି କାର କାଚ ଭାଙ୍ଗି ଲୁଟ । ବାଇକରେ ଆସି ଆକ୍ରମଣ କରି ଛିନତାଇ । ଏସବୁ ଅପରାଧ ମଚାଇ ଛୁ ମାରୁଛନ୍ତି ଅପରାଧି। ରାଜଧାନୀରେ ବାରମ୍ବାର ଏପରି ଲୁଟ୍‌ ଓ ଛିନ୍‌ତାଇ ପରେ ଲୋକ ନିଜକୁ ଅସୁରକ୍ଷିତ ଭାବିବା ସହ କମିଶନରେଟ୍‌ ପୁଲିସର କାର୍ଯ୍ୟକାରିତା ଉପରେ ମଧ୍ୟ ପ୍ରଶ୍ନ  ଉଠାଇଛନ୍ତି।

ତେବେ ଏହାରି ମଧ୍ୟରେ ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ରୋକିବା ପାଇଁ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏକ ସ୍ପେଶାଲ  ଟିମ୍‌ ଗଠନ କରିଛନ୍ତି। ଡିସିପିଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଟିମ୍‌ ନାଁ ‘ସ୍ପେଶାଲ ୨୬’ ରଖାଯାଇଛି। ଏହି ଟିମ୍‌ରେ  ସବୁ ଥାନାର ଜଣେ ଲେଖାଏଁ ବଛା ବଛା ଏସଆଇଙ୍କୁ ସାମିଲ କରାଯାଇଛି । ଯେଉଁଥିରେ ଅଛନ୍ତି ସବୁ ଥାନାର ଜଣେ ଲେଖାଏଁ ଏସ ଆଇ । ଯେଉଁମାନେ ସେମାନଙ୍କ ଥାନାର ୪ଜଣ ଲେଖାଏଁ କନଷ୍ଟେବଳଙ୍କୁ ନେଇ ନଜର ରଖିବେ ଥାନା ଅଞ୍ଚଳର ଅପରାଧ ଉପରେ । ଏମାନଙ୍କ ଦାୟିତ୍ବ କେବଳ ଧରପଗଡ଼ ଓ କ୍ରାଇମ ଏବଂ ପ୍ରପର୍ଟି ଡିଟେକ୍ସନ । କାଗଜ ପତ୍ର କିମ୍ବା ଆଇନ ଶୃଙ୍ଖଳା ନୁହେଁ ସହରର ହେଉଥିବା ଷ୍ଟ୍ରିଟ କ୍ରାଇମକୁ ନିୟନ୍ତ୍ରଣ କରିଵ ଏହି ସ୍ପେଶାଲ ଟିମ । ଏପରିକି ଆବଶ୍ୟକ ପଡିଲେ ପେସାଦାର ଅପରାଧି ଜେଲରୁ ଫେରି କ୍ରାଇମରେ ସମ୍ପୃକ୍ତ ରହିଲେ ନଜରକୁ ଆସିଲେ ଏନକାଉଣ୍ଟର ହେବାର ସମ୍ଭାବନା ରହିଛି ।

କାରଣ ବିଗତ କିଛିଦିନ ଧରି ଯେଉଁଭଳି ଥରହର କରିଛନ୍ତି ତାକୁ ନିୟନ୍ତ୍ରଣ କରିବେ ସ୍ପେଶାଲ ୨୬ ଟିମ । ଏଥିପାଇଁ ସିଧାସଳଖ ଟିମ ନିଜେ ଲିଡ଼ କରିବେ ଡିସିପି । ଏଥିପାଇଁ ଡିସିପି ଅଫିସରେ ଏହାର ଏକ ମିଟିଂ ଡ଼କାଇ ବର୍ତମାନ ସକ୍ରିୟ ଥିବା କିଛି କ୍ରାଇମ ଟ୍ରେଣ୍ଡ ସମ୍ପର୍କରେ ଆଲୋଚନା କରିଛନ୍ତି । ଯାହା ଇନପୁଟ ରହିଛି ତାକୁ ସ୍ପେଶାଲ ସ୍କ୍ବାଡ଼ ଭୁବନେଶ୍ବର ଟିମ ତଦନ୍ତ କରି ସେ ଦିଗରେ ପଦକ୍ଷେପ ନିଆଯାଉଛି । କିଛି ପୋଲିସ ସ୍ପାଏକୁ ମଧ୍ୟ ଏନେଇ ଆକ୍ଟିଭ ହୋଇ ଇନପୁଟ ଦେବାକୁ କୁହାଯାଇଛି । ଘଟଣାର ଯେତେ ସମ୍ଭବ ଖବର କଣ୍ଟ୍ରୋଲ ରୁମକୁ ପହଞ୍ଚିବ ତୁରନ୍ତ ସେ ସ୍ଥାନର ୧ କିମି ରାଡିୟସ ଭିତରେ ସ୍ପେଶାଲ ୨୬ ଟିମ ଆରମ୍ଭ କରିବେ ଅପରେସନ ।

https://www.thesakala.in/crime/bhubaneswar-dcps-special-26-is-coming-to-stop-street-crime-and-loot/article-527
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର