ଇଓ ଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ, ବାସଭବନ ଚାରିକଡେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଦୁର୍ବୁତ୍ତ

The Sakala Picture
Published On

ବାଲିମେଳା : କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ତେବେ ଗତ କିଛିଦିନ ଧରି ବାଲିମେଳା କୁ ଆସିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚା ଯାଇଥିବା ଅନୁମାନ କରାଯାଉଛି। ଗତ ମଧ୍ୟରାତ୍ରିରେ […]

ବାଲିମେଳା : କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଆଜି ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ତେବେ ଗତ କିଛିଦିନ ଧରି ବାଲିମେଳା କୁ ଆସିଥିବା ବିକାଶ ମୂଳକ କାର୍ଯ୍ୟ ତଥା ଇଣ୍ଡୋର ଷ୍ଟାଡିୟମ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକମାନଙ୍କ ଘର ଭଙ୍ଗା ଯାଉଥିବା ହେତୁ ଏପରି ହିଂସାତ୍ମକ ଆକ୍ରମଣ ରଚା ଯାଇଥିବା ଅନୁମାନ କରାଯାଉଛି। ଗତ ମଧ୍ୟରାତ୍ରିରେ ପାଖାପାଖି ୨.୩୦ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କ ବାସଭବନ ପଛ ପଟୁ କିଛି ଦୁର୍ବୁତ୍ତ ଆସି ପେଟ୍ରୋଲ ପକାଇ ଘରକୁ ଜାଳିବାକୁ ଉଦ୍ୟମ କରୁଥିଲେ।

ଆହୁରି ପଢ଼ନ୍ତୁ: ମିରଟ୍ ବଦଳରେ ମଥୁରା ଜେଲରେ ମୁସ୍କାନକୁ ମିଳିପାରେ ଫାଶୀ !, ଜାଣନ୍ତୁ ଏହାର ପ୍ରକୃତ କାରଣ

ଏହି ସମୟରେ ଅଧିକାରୀ ଙ୍କ ଝିଅଙ୍କର ହଠାତ ନିଦ ଭାଙ୍ଗିବାରୁ ସେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଅଧିକାରୀ ଏବଂ ତାଙ୍କ ଝିଅ ବାହାରକୁ ଆସି ଦେଖିଲା ବେଳକୁ ଘର ଚାରି କଡରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ଫୋନ ଯୋଗେ ଯୋଗାଯୋଗ କରିବା ପରେ ଏନଏସି କିଛି କର୍ମଚାରୀ ଏବଂ ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ତାଙ୍କ ବାସଭବନ ରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ବର୍ତ୍ତମାନ ଓର୍କେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପରକୀୟା ପ୍ରୀତିର କରୁଣ ପରିଣତି! ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର