ବନ୍ଧୁକ ମୁନରେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଗାଡି ଧରି ଦୁର୍ବୃତ୍ତ ଫେରାର: ଆନ୍ଧ୍ର ସୀମାରୁ ଅଚେତ ଅବସ୍ଥାରେ ଡ୍ରାଇଭର ଉଦ୍ଧାର, ଗାଡି ଜବତ, ୨୪ଲକ୍ଷ ଲୁଟ୍

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଫିଲ୍ମ ଷ୍ଟାଇଲ୍‍ରେ ଆଜି ଏକ ବଡଧରଣର ଲୁଟ୍‍ ଘଟଣା ଘଟିଯାଇଛି। ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଏକ କମ୍ପାନୀର ଭ୍ୟାନ୍‍କୁ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବ୍ରହ୍ମପୁର ସହରରୁ ଆନ୍ଧ୍ରସୀମା ପର୍ଯ୍ୟନ୍ତ ଗାଡ଼ି ସହ ନେଇଯାଇଥିଲେ ଦୁର୍ବୃତ୍ତ। ସେଠାରେ ଏକ ନିଛାଟିଆ ସ୍ଥାନରେ ଡ୍ରାଇଭରଙ୍କୁ ନିଶା ଦେଇ ଅଚେତ କରିବା ପରେ ଅନ୍ୟ ଏକ କାର୍‍ରେ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟି ନେଇ ଫେରାର […]

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଫିଲ୍ମ ଷ୍ଟାଇଲ୍‍ରେ ଆଜି ଏକ ବଡଧରଣର ଲୁଟ୍‍ ଘଟଣା ଘଟିଯାଇଛି। ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଏକ କମ୍ପାନୀର ଭ୍ୟାନ୍‍କୁ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ବ୍ରହ୍ମପୁର ସହରରୁ ଆନ୍ଧ୍ରସୀମା ପର୍ଯ୍ୟନ୍ତ ଗାଡ଼ି ସହ ନେଇଯାଇଥିଲେ ଦୁର୍ବୃତ୍ତ। ସେଠାରେ ଏକ ନିଛାଟିଆ ସ୍ଥାନରେ ଡ୍ରାଇଭରଙ୍କୁ ନିଶା ଦେଇ ଅଚେତ କରିବା ପରେ ଅନ୍ୟ ଏକ କାର୍‍ରେ ପ୍ରାୟ ୨୪ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି ସେମାନେ। ଗାଡିରେ ଲାଗିଥିବା ଜିପିଏସ୍‍ ସହାୟତାରେ ଆନ୍ଧ୍ରସୀମାର ଏକ ନିଛାଟିଆ ରାସ୍ତାରେ ଥୁଆ ହୋଇଥିବା ଗାଡି ଓ ଅଚେତ ଅବସ୍ଥାରେ ପଡ଼ିଥିବା ଡ୍ରାଇଭରଙ୍କୁ ଗୋଳନ୍ଥରା ଥାନା ପୁଲିସ ଉଦ୍ଧାର କରିଛି। ଘଟଣା ବଡବଜାର ଅଞ୍ଚଳରେ ହୋଇଥିବା ଯୋଗୁଁ ବଡବଜାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ଡ୍ରାଇଭର ବର୍ତ୍ତମାନ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ଉକ୍ତ ଗାଡିରେ ଘଟଣା ସମୟରେ ଥିବା ଗନ୍‍ମ୍ୟାନ୍‍ ଏବଂ ଦୁଇ ଜଣ ଏଟିଏମ୍‍ ଅପରେଟରଙ୍କୁ ପୁଲିସର ପଚରା ଉଚରା ଜାରି ରହିଛି। ଉକ୍ତ ଗାଡିରୁ ଲୁଟ୍‍ ହୋଇଥିବା ୨୪ ଲକ୍ଷ ଟଙ୍କା କିଏ ଲୁଟି ନେଇଛି, ସେମାନେ ବ୍ରହ୍ମପୁର ସହରର ନା ଆନ୍ଧ୍ରପ୍ରଦେଶର ସେ ନେଇ ପୁଲିସ ପକ୍ଷରୁ ଏକ ଟିମ୍‍ ଗଠନ କରାଯାଇ ଛାନ୍‍ବିନ୍‍ ଆରମ୍ଭ ହୋଇଯାଇଛି। ଦିନ ସାଢେ ୧୧ଟା ସମୟରେ ଥାନା ସମ୍ମୁଖରୁ ଫିଲ୍ଲ ଷ୍ଟାଇଲ୍‍ରେ ଏହିପରି ଏକ ଘଟଣା ଘଟିବା ପୁଲିସ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଏମକେସିଜିରେ ଚିକିତ୍ସିତ ହେଉଥିବା ଡ୍ରାଇଭରଙ୍କ କହିବାନୁଯାୟୀ, ସହରର ପ୍ରତ୍ୟେକ ଏଟିଏମ୍‍ରେ ଟଙ୍କା ଭର୍ତ୍ତି କରିବା ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ କର୍ମଚାରୀମାନେ କମ୍ପାନୀ ଗାଡିରେ ଟଙ୍କା ପରିବହନ କରିବା ସହ ବିଭିନ୍ନ ଏଟିଏମ୍‍ରେ ଟଙ୍କା ଭର୍ତ୍ତି କରିଥାନ୍ତି। ଅନ୍ୟ କମ୍ପାନୀଙ୍କ ଭଳି ଏଜିଏସ୍‍ କମ୍ପାନୀ ମଧ୍ୟ ସହରର କିଛି ଏଟିଏମ୍‍ରେ ଟଙ୍କା ଭର୍ତି କରିଥାଏ। ଆଜି ଏଜିଏସ୍‍ କମ୍ପାନୀର ଗାଡିକୁ ଡ୍ରାଇଭର ଆଶିଷ ଦିଗାଲ୍‍ ଚଲାଉଥିବା ବେଳେ ସେଥିରେ ଜଣେ ଗନ୍‍ମ୍ୟାନ୍‍ ଦଣ୍ଡପାଣି ସାହୁ, ଦୁଇଜଣ ଏଟିଏମ୍‍ ଅପରେଟର ସୁଶିଲ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀ ନାରାୟଣ ମହାରଣା ରହିଥିଲେ। ସ୍ଥାନୀୟ ରାଜା ସାହି ଛକରେ ଥିବା ଆଇସିଆଇସି ବ୍ୟାଙ୍କରୁ ୨୬ଲକ୍ଷ ଟଙ୍କା ଉଠାଇ ନିକଟସ୍ଥ ଏକ ଏଟିଏମ୍‍ରେ ଦୁଇ ଲକ୍ଷ ଟଙ୍କା ଜମା କରି ସେଠାରୁ ବଡବଜାର ଥାନା ନିକଟରେ ଥିବା ଏକ୍ସିସ୍‍ ବ୍ୟାଙ୍କକୁ ଆସିଥିଲେ।

ଆହୁରି ପଢ଼ନ୍ତୁ: ପାଟନାରେ ଲଜ୍ଜା: ମାନେରରେ ଟ୍ୟୁସନ ଶିକ୍ଷକଙ୍କ ଦୁଷ୍କର୍ମ ଶିକାର ହେଲେ ନାବାଳିକା ଛାତ୍ରୀ, ଅଭିଯୁକ୍ତ ଫେରାର

ଗାଡିରେ ଡ୍ରାଇଭର ବସିଥିବା ବେଳେ ଗନ୍‍ମ୍ୟାନ୍‍ ଏବଂ ଦୁଇ ଜଣ ଏଟିଏମ୍‍ ଅପରେଟର ଉକ୍ତ ବ୍ୟାଙ୍କ ଭିତରକୁ ଯାଇଥିଲେ। ଏହି ସମୟରେ ଗନ୍‍ମ୍ୟାନ୍‍ ଗାଡ଼ିର କବାଟ ଖୋଲାଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ହଠାତ୍‍ ଗାଡି ଭିତରେ ପଶି ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇଥିଲେ। ଡ୍ରାଇଭରଙ୍କୁ ତୁରନ୍ତ ନିଜ କବ୍‍ଜାକୁ ନେଇ ଅନ୍ୟ ଜେଣ ଦୁର୍ବୃତ୍ତ ଗାଡ଼ି ଚଳାଇଥିଲେ। ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଦିଆଯାଇଥିଲା। ଦୁର୍ବୃତ୍ତମାନେ ଗାଡ଼ି ଚଳାଇ ଗେଟ୍‍ବଜାର, ଗୋସାଣୀ ନୂଆଗାଁ ଏବଂ ହଳଦିଆପଦର ଦେଇ ଜାତୀୟ ରାଜପଥରେ ଆନ୍ଧ୍ରସୀମାକୁ ଚାଲି ଯାଇଥିଲେ। ଏଜିଏସ୍‍ କର୍ମଚାରୀମାନେ ବ୍ୟାଙ୍କ ଭିତରୁ ଆସିବା ବେଳେ ଟଙ୍କା ଭର୍ତ୍ତି ଥିବା ଗାଡି ନ ଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇଥିଲେ। ସେଠାକାର କର୍ମଚାରୀମାନେ ଗାଡିର ଲାଗିଥିବା ଜିପିଏସ୍‍କୁ ଟ୍ରାକ୍‍ କରି ଉକ୍ତ ଗାଡି ପିତାତଳି ନିକଟ ରାସ୍ତାରେ ଥିବା ଜାଣିପାରିଥିଲେ। ପିତାତଳି ନିକଟରେ ଗୋଳନ୍ଥରା ଥାନା ଥିବାରୁ ତୁରନ୍ତ କମ୍ପାନୀ ପକ୍ଷରୁ ଗୋଳନ୍ଥରା ଥାନା ପୁଲିସକୁ ଜଣାଯାଇଥିଲା। ପୁଲିସ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଆନ୍ଧ୍ରସୀମା ଗିରିସୋଲା ନିକଟ ଏକ ନିଛାଟିଆ ସ୍ଥାନରେ ଉକ୍ତ ଗାଡିକୁ ପାଇଥିଲେ। ଡ୍ରାଇଭର ମଧ୍ୟ ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିବା ପୁଲିସ ଦେଖିଥିବା ବେଳେ ନିକଟରୁ ଏକ ବିଷାକ୍ତ ବୋତଲ ମଧ୍ୟ ପୁଲିସ ପାଇଥିଲା। ତୁରନ୍ତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ। ୩ ଘଣ୍ଟା ପରେ ଡ୍ରାଇଭର ଚେତା ଫେରିବା ପରେ ସେ ପୁଲିସ ଏବଂ ଗଣମାଧ୍ୟମକୁ ପୁରା ଘଟଣା ସମ୍ପର୍କରେ ଜଣାଇଥିଲେ। ଗେଟ୍‍ବଜାର ନିକଟରେ ତାଙ୍କ ମୁହଁରେ କିଛି ସ୍ପ୍ରେ କରାଯାଇଥିଲା। ଧିରେ ଧିରେ ସେ ଅଚେତ ହୋଇଥିଲେ ବୋଲି କହିଥିଲେ। ଗିରିସୋଲା ନିକଟରେ ଉକ୍ତ ଟଙ୍କା ଭର୍ତ୍ତି ଭ୍ୟାନ୍‍କୁ ପାର୍କିଂ କରିବା ସମୟରେ ଏକ ସ୍କୋର୍ପିଓ ଗାଡି ଛିଡା ହୋଇଥିଲା ଏବଂ ତାହା ଭୁବନେଶ୍ୱର ନମ୍ବର ବିଶିଷ୍ଟ ଥିଲା ବୋଲି ଜଣାପଡ଼ିଛି। ଉକ୍ତ ଗାଡିରେ ଟଙ୍କା ବାକ୍ସ ଧରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିବା ଡ୍ରାଇଭର କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଇଚ୍ଛାପୁର, ସୋମପେଣ୍ଠ ଏବଂ ଶ୍ରୀକାକୁଲମ୍‍ ପୁଲିସକୁ ଏନେଇ ଅବଗତ କରାଯାଇଛି। ଏଜିଏସ୍‍ କମ୍ପାନୀରେ ପୂର୍ବରୁ ଟଙ୍କା ଠକେଇ ହୋଇଥିବା ବେଳେ ଏ ନେଇ ଟାଉନ୍‍ଥାନାରେ ଏତଲା ହେବା ସହ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେହିଭଳି ଅନ୍ୟ ଜିଲ୍ଳାରେ ମଧ୍ୟ ଏଜିଏସ୍‍ କର୍ମଚାରୀଙ୍କ ସହାୟତାରେ ଲୁଟ୍‍ ହୋଇଥିବାର ମଧ୍ୟ ନଜିର ରହିଛି। ପୋଲିସ୍‍ ସବୁ ଦିଗକୁ ଦୃଷ୍ଟି ଦେଇ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

18 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର