ବନ୍ଧା ହେଲେ କୋଟିପତି ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ

The Sakala Picture
Published On

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ ପତ୍ନୀଙ୍କୁ ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁରେ ଭିଜିଲାନ୍ସ […]

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ ପତ୍ନୀଙ୍କୁ ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ତାଙ୍କ ନାଁରେ ଭିଜିଲାନ୍ସ ଅଧିକାରୀମାନେ ଆୟବର୍ହିଭୂତ ସମ୍ପତି ଠୁଳ ମାମଲା ରୁଜୁ କରିଛନ୍ତି। ଗତକାଲି ଭିଜିଲାନ୍ସ ପ୍ରତାପ ଓ ତାଙ୍କ ପତ୍ନୀଙ୍କ ନାଁ ରେ ଥିବା ସମ୍ପତ୍ତି ଉପରେ ଚଢାଉ ଆରମ୍ଭ କରିଥିଲେ। ପ୍ରତାପ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ସମ୍ପତି ୧୪କୋଟି ୮୭ଲକ୍ଷ ୪୧ ହଜାର ୧୯୪ ଟଙ୍କା ଠାବ ହୋଇଛି। ଭିଜିଲାନ୍ସ କହିଛି କି ପ୍ରତାପଙ୍କ ସମ୍ପତି ଅମାପ । ତାଙ୍କ ଆୟଠାରୁ ସମ୍ପତିର ମୂଲ୍ୟ ୧୦ ୮୭ ଗୁଣା ଅଧିକ।ପାଖାପାଖି ୨୨ଘଣ୍ଟାର ରେଡ୍‌ ପରେ ଭିଜିଲାନ୍‌ସ ହିସାବ ଶେଷ କରିଛି ।  ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା । ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ । ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର । ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି । ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି । ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨ । ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଭିଜିଲାନ୍ସ ଟିମ୍ । ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ। ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍ସସ। ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ କରାଯାଇଥିଲା  ।

ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ। ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ। କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ। ଯେହେତୁ ପୁଲିସ ହାଉସିଂରେ ବିଭିନ୍ନ ପୁଲିସ ପ୍ରତିଷ୍ଠାନର ବିଲଡିଂ ନିର୍ମାଣ କାମ କରାଯାଏ। ସେହି ଟଙ୍କାରୁ କିଛି ପ୍ରତାପ ହେରଫେର କରିଥାଇ ପାରନ୍ତି ବୋଲି ଜଣାପଡୁଛି।

10 Nov 2021 By The Sakala

ବନ୍ଧା ହେଲେ କୋଟିପତି ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ ପତ୍ନୀଙ୍କୁ ଦୀର୍ଘ ସମୟ ଧରି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ। ସନ୍ତୋଷ ଜନକ ଉତ୍ତର ନ ମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି ।

ତାଙ୍କ ନାଁରେ ଭିଜିଲାନ୍ସ ଅଧିକାରୀମାନେ ଆୟବର୍ହିଭୂତ ସମ୍ପତି ଠୁଳ ମାମଲା ରୁଜୁ କରିଛନ୍ତି। ଗତକାଲି ଭିଜିଲାନ୍ସ ପ୍ରତାପ ଓ ତାଙ୍କ ପତ୍ନୀଙ୍କ ନାଁ ରେ ଥିବା ସମ୍ପତ୍ତି ଉପରେ ଚଢାଉ ଆରମ୍ଭ କରିଥିଲେ। ପ୍ରତାପ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ସମ୍ପତି ୧୪କୋଟି ୮୭ଲକ୍ଷ ୪୧ ହଜାର ୧୯୪ ଟଙ୍କା ଠାବ ହୋଇଛି। ଭିଜିଲାନ୍ସ କହିଛି କି ପ୍ରତାପଙ୍କ ସମ୍ପତି ଅମାପ । ତାଙ୍କ ଆୟଠାରୁ ସମ୍ପତିର ମୂଲ୍ୟ ୧୦ ୮୭ ଗୁଣା ଅଧିକ।ପାଖାପାଖି ୨୨ଘଣ୍ଟାର ରେଡ୍‌ ପରେ ଭିଜିଲାନ୍‌ସ ହିସାବ ଶେଷ କରିଛି ।  ଲଗାତର ୨୨ଘଣ୍ଟା ରେଡ୍ ପରେ ଭୋର ୩ଟାରେ ସରିଲା ଯାଞ୍ଚ ପ୍ରକ୍ରିୟା । ଯାଞ୍ଚ ବେଳେ ସାମ୍ନାକୁ ଆସିଛି ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ।

୩କୋଟି ୪୧ଲକ୍ଷ ୫୮ହଜାର ୪୧୨ର ୨୫ଟି ପ୍ଲଟ୍ ରହିଛି ପ୍ରତାପଙ୍କ ନାଁରେ । ଗୋଠପାଟଣାରେ ଥିବା ୫ମହଲା ବିଶିଷ୍ଟ ବହୁତଳ ପ୍ରାସାଦର ମୂଲ୍ୟ ହେବ ୩କୋଟି ୮୯ଲକ୍ଷ ୬୦ ହଜାର । ଅନ୍ୟ ପ୍ଲଟ୍ ଓ ବିଲଡିଂର ମୂଲ୍ୟ ଏଯାଏ ନିରୂପଣ ହୋଇନି । ଓଡ଼ିଶା ଭିଜିଲାନ୍ସର ଟେକନିକାଲ ୱିଙ୍ଗ ମୂଲ୍ୟାୟନ ଜାରି ରଖିଛନ୍ତି । ପ୍ରତାପ ଓ ତାଙ୍କ ପରିବାର ନାଁରେ ଥିବା ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ରହିଛି କୋଟିଏ ୬୧ ଲକ୍ଷ ୩୫ ହଜାର ୮୧୨ । ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଭିଜିଲାନ୍ସ ଟିମ୍ । ୫୭ଲକ୍ଷ ୭୨ହଜାର ୧୫୦ଟଙ୍କାର ବୀମା ରହିଛି ପ୍ରତାପଙ୍କ ନାଁରେ ।

୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ। ଗତକାଲି ୧୦ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ଆଇଆରସି ଭିଲେଜ ସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୬ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍ସସ। ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ କରାଯାଇଥିଲା  ।

ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ। ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ। କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ। ଯେହେତୁ ପୁଲିସ ହାଉସିଂରେ ବିଭିନ୍ନ ପୁଲିସ ପ୍ରତିଷ୍ଠାନର ବିଲଡିଂ ନିର୍ମାଣ କାମ କରାଯାଏ। ସେହି ଟଙ୍କାରୁ କିଛି ପ୍ରତାପ ହେରଫେର କରିଥାଇ ପାରନ୍ତି ବୋଲି ଜଣାପଡୁଛି।

https://www.thesakala.in/crime/deputy-manager-of-ophwc-pratap-samal-his-wife-arrested-by-vigilance/article-6740
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର