ପୁଣି ଗିରଫ ହେଲେ ଭିଜିଲାନ୍ସ ପବ୍ଲିକ ପ୍ରୋସିକ୍ୟୁଟର: ପୂର୍ବରୁ ଲାଞ୍ଚନେଇ ଗିରଫ ହୋଇଥିଲେ ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ

The Sakala Picture
Published On

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ପୁନଃ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ପୂର୍ବରୁ ସେ ଲାଞ୍ଚ ନେଉଥିବା ମାମଲାରେ ଗିରଫ ହୋଇ ଜାମିନ ପାଇ ସାରିଥିବା ବେଳେ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣାପଡିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲା ମହୁଳପାଟଣା ପୋଲିସ ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଏକ ଭିଜିଲାନ୍ସ ମାମଲା ରହିଥିଲା। ଯାହା ଭବାନୀପାଟଣା ସ୍ଥିତ […]

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ପୁନଃ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ପୂର୍ବରୁ ସେ ଲାଞ୍ଚ ନେଉଥିବା ମାମଲାରେ ଗିରଫ ହୋଇ ଜାମିନ ପାଇ ସାରିଥିବା ବେଳେ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ପ୍ରକାଶ ଯେ, କଳାହାଣ୍ଡି ଜିଲା ମହୁଳପାଟଣା ପୋଲିସ ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଏକ ଭିଜିଲାନ୍ସ ମାମଲା ରହିଥିଲା। ଯାହା ଭବାନୀପାଟଣା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଚାରଧୀନ ରହିଛି। ତେବେ ଏହି ମାମଲାକୁ ରଫା ଦଫା କରିବା ପାଇଁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର ୩ ଲକ୍ଷ ଟଙ୍କା ମାଗିଥିଲେ। ପରେ ଏହା ଏକ ଲକ୍ଷ ଟଙ୍କାରେ ମୁଳଚାଳ ହୋଇଥିଲା। ଏବଂ ଗତ ୩ ତାରିଖ ସେ ଏଏସଆଇ ରଣାଙ୍କ ଠାରୁ ଲାଞ୍ଚ ଟଙ୍କା ନେଇଥିଲେ। ତେବେ ସେଠାରେ ପୂର୍ବରୁ ଯୋଜନା ମୁତାବକ ଛପି ରହିଥିବା କଟକ ଭିଜିଲାନ୍ସ ସେଲ ଡିଭିଜନର ଅଧିକାରୀ ମାନେ ମିଶ୍ରଙ୍କୁ କାବୁ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀ ମାନେ ରାଧାକୃଷ୍ଣ ନଗର ସ୍ଥିତ ମିଶ୍ରଙ୍କ ଘରେ ଖାନତଲାସୀ କରିଥିଲେ। ସେଠାରେ ତାଙ୍କର ଆୟବହିଭୁତ ସମ୍ପତ୍ତି ଥିବା ଜଣାପଡିଥିଲା। ଏହି ମାମଲାରେ ଆଉ ଏକ ମାମଲା ରୁଜୁ କରିଥିଲା ଭିଜିଲାନ୍ସ। ଏବଂ ମିଶ୍ର ପୂର୍ବ ମାମଲାରେ ଜାମିନ ପାଇ ସାରିଥିବା ବେଳେ ପୁନଃ ଆୟ ବହିର୍ଭୁତ ମାମଲାରେ କଟକ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି। ଯାହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର