ମାନବ ଚାଲାଣ ମାମଲାରେ ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ

The Sakala Picture
Published On

ପଟିଆଲା: ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ମାନବ ଚାଲାଣ ମାମଲାରେ ଦୁଇ ବର୍ଷା ସଜ୍ଜା ଶୁଣାଇଲେ ପଟିଆଲା କୋର୍ଟ । କୋର୍ଟଙ୍କ ରାୟ ପରେ ତାଙ୍କୁ ଗରଫ କରାଯାଇଛି। ଏହା ୨୦୦୩ କବୁତରବାଜୀ ମାମଲା । ଏଥିରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ନାଁରେ ୩୧ଟି ମାମଲା ରୁଜୁ ହୋଇଥିଲା । ସୂଚନା ଅନୁଯାୟୀ, ୨୦୦୩ରେ ଦଲେର ମେହନ୍ଦୀଙ୍କ ବିରୋଧରେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇବା ନେଇ […]

ପଟିଆଲା: ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ମାନବ ଚାଲାଣ ମାମଲାରେ ଦୁଇ ବର୍ଷା ସଜ୍ଜା ଶୁଣାଇଲେ ପଟିଆଲା କୋର୍ଟ । କୋର୍ଟଙ୍କ ରାୟ ପରେ ତାଙ୍କୁ ଗରଫ କରାଯାଇଛି। ଏହା ୨୦୦୩ କବୁତରବାଜୀ ମାମଲା । ଏଥିରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ନାଁରେ ୩୧ଟି ମାମଲା ରୁଜୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ: ଆଇଆରଏସ୍ ଅଫିସରଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଗିରଫ ହେଲା ପୂର୍ବତନ ଚାକର

ସୂଚନା ଅନୁଯାୟୀ, ୨୦୦୩ରେ ଦଲେର ମେହନ୍ଦୀଙ୍କ ବିରୋଧରେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇବା ନେଇ ମାମଲା ରୁଜୁ ହୋଇଥିଲା । ଏଥିପାଇଁ ସେ ଲୋକଙ୍କ ପାଖରୁ ମୋଟା ଟଙ୍କା ଆଦାୟ କରିଥିଲେ । ୧୯୯୮ ଓ ୧୯୯୯ ମଧ୍ୟରେ ସେ ପାଖାପାଖି ୧୦ ଜଣ ଲୋକଙ୍କ ପାଖରୁ ଟଙ୍କା ନେଇ ସେମାନଙ୍କୁ ଫ୍ରାଙ୍କସିକୋ ଓ ନ୍ୟୁ ଜର୍ସିରେ ଛାଡି ଦେଇଥିବା ଅଭିଯୋଗ ଲାଗିଥିଲା । ଲୋକଙ୍କୁ ବିଦେଶ ନେବା ପାଇଁ ଦୁଇ ଭାଇ ପାସେସ ମନି ବାବଦକୁ ଏକ କୋଟି ଟଙ୍କା ଦାବି କରୁଥିଲେ । ଅଭିଯୋଗ ଅନୁସାରେ ଡିଲ୍ ପୂରଣ ନହେଲେ ସେମାନଙ୍କୁ ଟଙ୍କା ଫେରାଉ ନ ଥିଲେ ଦୁଇଭାଇ ।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଖବର ଅନୁଯାୟୀ, ୨୦୦୬ରେ ଦିଲ୍ଲୀ ସ୍ଥିତ ତାଙ୍କ ଅଫିସରେ ଚଢାଉ କରାଯାଇଥିଲା । ସେଠାରୁ କିଛି ଫାଇଲ ସହ ପାସେଜ ମନି ଜବତ କରାଯାଇଥିଲା । ୨୦୧୮ରେ ପଟିଆଲା କୋର୍ଟ ଦଲେରଙ୍କୁ ୨୦୦୩ ମାନବ ଚାଲାଣ ମାମଲାରେ ଦୋଷୀ ପାଇବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ରାୟ ପ୍ରକାଶର ମାତ୍ର ୩୦ ମିନିଟ ପରେ କୋର୍ଟରୁ ତାଙ୍କୁ ଜାମିନ ମିଳିଯାଇଥିଲା ।

14 Jul 2022 By The Sakala

ମାନବ ଚାଲାଣ ମାମଲାରେ ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ

ପଟିଆଲା: ପ୍ରସିଦ୍ଧ ସିଙ୍ଗର ଦଲେର ମେହନ୍ଦୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ । ମାନବ ଚାଲାଣ ମାମଲାରେ ଦୁଇ ବର୍ଷା ସଜ୍ଜା ଶୁଣାଇଲେ ପଟିଆଲା କୋର୍ଟ । କୋର୍ଟଙ୍କ ରାୟ ପରେ ତାଙ୍କୁ ଗରଫ କରାଯାଇଛି। ଏହା ୨୦୦୩ କବୁତରବାଜୀ ମାମଲା । ଏଥିରେ ଦଲେର ମେହନ୍ଦୀ ଏବଂ ତାଙ୍କ ଭାଇଙ୍କ ନାଁରେ ୩୧ଟି ମାମଲା ରୁଜୁ ହୋଇଥିଲା ।

ସୂଚନା ଅନୁଯାୟୀ, ୨୦୦୩ରେ ଦଲେର ମେହନ୍ଦୀଙ୍କ ବିରୋଧରେ ଲୋକଙ୍କୁ ବେଆଇନ ଭାବେ ବିଦେଶ ପଠାଇବା ନେଇ ମାମଲା ରୁଜୁ ହୋଇଥିଲା । ଏଥିପାଇଁ ସେ ଲୋକଙ୍କ ପାଖରୁ ମୋଟା ଟଙ୍କା ଆଦାୟ କରିଥିଲେ । ୧୯୯୮ ଓ ୧୯୯୯ ମଧ୍ୟରେ ସେ ପାଖାପାଖି ୧୦ ଜଣ ଲୋକଙ୍କ ପାଖରୁ ଟଙ୍କା ନେଇ ସେମାନଙ୍କୁ ଫ୍ରାଙ୍କସିକୋ ଓ ନ୍ୟୁ ଜର୍ସିରେ ଛାଡି ଦେଇଥିବା ଅଭିଯୋଗ ଲାଗିଥିଲା । ଲୋକଙ୍କୁ ବିଦେଶ ନେବା ପାଇଁ ଦୁଇ ଭାଇ ପାସେସ ମନି ବାବଦକୁ ଏକ କୋଟି ଟଙ୍କା ଦାବି କରୁଥିଲେ । ଅଭିଯୋଗ ଅନୁସାରେ ଡିଲ୍ ପୂରଣ ନହେଲେ ସେମାନଙ୍କୁ ଟଙ୍କା ଫେରାଉ ନ ଥିଲେ ଦୁଇଭାଇ ।

ଖବର ଅନୁଯାୟୀ, ୨୦୦୬ରେ ଦିଲ୍ଲୀ ସ୍ଥିତ ତାଙ୍କ ଅଫିସରେ ଚଢାଉ କରାଯାଇଥିଲା । ସେଠାରୁ କିଛି ଫାଇଲ ସହ ପାସେଜ ମନି ଜବତ କରାଯାଇଥିଲା । ୨୦୧୮ରେ ପଟିଆଲା କୋର୍ଟ ଦଲେରଙ୍କୁ ୨୦୦୩ ମାନବ ଚାଲାଣ ମାମଲାରେ ଦୋଷୀ ପାଇବା ସହ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ରାୟ ପ୍ରକାଶର ମାତ୍ର ୩୦ ମିନିଟ ପରେ କୋର୍ଟରୁ ତାଙ୍କୁ ଜାମିନ ମିଳିଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର