କେବିଏନ ଗ୍ଯାଙ୍ଗର ଆଉ ଏକ ଭିଡିଓ ଭାଇରାଲ: ଖୋଲାଜିପ୍‌ରେ କରୁଛନ୍ତି ମସ୍ତି, ମାଉଜର ଓ ଖଣ୍ଡା ଧରି ଦେଖାଉଛନ୍ତି ଭାଇଗିରି

The Sakala Picture
Published On

ଭୁବନେଶ୍ବର: କେବିଏନ୍ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ଯୋଗୁଁ ପୁଲିସର ନିଦ ହଜିଯାଇଛି । ଗ୍ୟାଙ୍ଗ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନରେଟ ପୁଲିସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ତେବେ ଦୁଇଦିନ ହେଲା ପୁଲିସ ଅଭିଯୁକ୍ତଙ୍କ  ଘରେ ଚଢ଼ଉ କରି ଘରକୁ ଭାଙ୍ଗିବା ସହ ମାରଣାସ୍ତ୍ର ଜବତ କରୁଛି । ପ୍ରଥମେ ରାଜେଶ ବେହେରା ଓରଫ ଚେଙ୍ଗ ପରେ ସଞ୍ଜୟ ଖୁଣ୍ଟିଆ ଘରେ ନୂଆପଲ୍ଲୀ ଥାନା ପୁଲିସ ଚଢ଼ଉ […]

ଭୁବନେଶ୍ବର: କେବିଏନ୍ ଗ୍ୟାଙ୍ଗର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବା ଯୋଗୁଁ ପୁଲିସର ନିଦ ହଜିଯାଇଛି । ଗ୍ୟାଙ୍ଗ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି କମିସନରେଟ ପୁଲିସର ସ୍ଵତନ୍ତ୍ର ଟିମ୍ ଚଢ଼ାଉ ଜାରି ରଖିଛି। ତେବେ ଦୁଇଦିନ ହେଲା ପୁଲିସ ଅଭିଯୁକ୍ତଙ୍କ  ଘରେ ଚଢ଼ଉ କରି ଘରକୁ ଭାଙ୍ଗିବା ସହ ମାରଣାସ୍ତ୍ର ଜବତ କରୁଛି । ପ୍ରଥମେ ରାଜେଶ ବେହେରା ଓରଫ ଚେଙ୍ଗ ପରେ ସଞ୍ଜୟ ଖୁଣ୍ଟିଆ ଘରେ ନୂଆପଲ୍ଲୀ ଥାନା ପୁଲିସ ଚଢ଼ଉ କରିଥିଲା। କିନ୍ତୁ ଗତକାଲି ଜଣେ ପୁଲିସ କର୍ମଚାରୀ ଘରେ ନୂଆପଲ୍ଲୀ ଥାନା ପୁଲିସ ଚଢ଼ଉ କରିଛି । ଅର୍ଥାତ୍ ଗ୍ୟାଙ୍ଗ୍ ମୁଖ୍ ଦେବୀପ୍ରସାଦ ଜେନା ଓରଫ ବୁବୁ ଘରେ ଚଢ଼ଉ କରିଥିଲା ନୂଆପଲ୍ଲୀ ଥାନା ପୁଲିସ। ବୁବୁ ଜଣେ ପୁଲିସ କର୍ମଚାରୀଙ୍କ ପୁଅ। ତାଙ୍କ ବାପା ପୂର୍ବରୁ ଖଣ୍ଡଗିରି ଥାନାରେ ଗାଡ଼ି ଚଳାଉଥିବା ବେଳେ ଏବେ କ୍ରାଇମ୍‌ବ୍ରାଞ୍ଚରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

ବୁଧବାର ନୂଆପଲ୍ଲୀ ଥାନା ପୁଲିସ ବୁବୁର ପୋଖରୀପୁଟ ତାଳବଣିଆସ୍ଥିତ ଘରେ ଚଢ଼ଉ କରିଥିଲା। ସେ ଖସିଯିବାରେ ସକ୍ଷମ ହୋଇଥିଲା ବେଳେ ଘରୁ କୌଣସି ମାରଣାସ୍ତ୍ର କିମ୍ବା ବନ୍ଧୁକ ଠାବ କରିପାରିନି ପୁଲିସ । ଏଭଳି ବୁବୁ ଘରକୁ ୨ଘଣ୍ଟାରୁ ଊର୍ଦ୍ଧ୍ୱ ତନ୍ନତନ୍ନ କରି ଯାଞ୍ଚ୍ କରିଥିଲା। ତେବେ ବୁବୁ ଦିଲ୍ଲୀକୁ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି। ସେପଟେ ବୁବୁ ରହୁଥିବା ଘର ବିଡିଏର ଅନୁମତିରେ କରାଯାଇଛି କି ନାହିଁ ତାକୁ ଯାଞ୍ଚ୍ କରୁଛି ପୁଲିସ | ସେହିପରି ବୁବୁର ମାଆ ଗଣମାଧ୍ୟମକୁ କହିଛନ୍ତି, ବୁବୁ ଯଦି ଭୁଲ କରିଛି ପୁଲିସ ଆଗରେ ଆତ୍ମସମର୍ପଣ କରିବା ଆବଶ୍ୟକ। ସେ କରୁଥିବା କାରନାମାକୁ ତା’ର ବାପ ବିରୋଧ କରୁଥିଲା । ଏପରିକି ତାକୁ ତେଜ୍ୟପୁତ୍ର କରିଦିଆଯିବ ବୋଲି କୁହାଯାଇଛି।

ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଭିଡିଓଗୁଡିକୁ ତର୍ଜମା ଚାଲିଛି। ୨୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି। ଅବଶିଷ୍ଟ ୨୦ଜଣଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

 ରିମାଣ୍ଡରେ ଆସିବେ ଚେଙ୍ଗ ଓ ସନିଆ

ଭାଇରାଲ ଭିଡିଓ ଓ ଗଣ୍ଡଗୋଳ ମାମଲାରେ ପରେ ପୁଲିସ ଅପରେସନ ‘ଆଘାତ’କୁ ତ୍ବାରାନ୍ବିତ କରିଥିଲା। ଏଥ୍‌ରେ ସମ୍ପୃକ୍ତି ରହିଥିବା ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ବେଆଇନ୍ ଭାବେ ମାଡ଼ିବସିଥିବା ଘର ଭାଙ୍ଗିବା ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା। ଫଳରେ ଗତକାଲି ଏୟାରପୋର୍ଟ ଥାନା ପୋଖରୀପୁଟ୍‌ର ରାଜେଶ ବେହେରା ଓରଫ ଚେଙ୍ଗ ଓ ସନାତନ ବେହେରା ଓରଫ ସନିଆ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତେବେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ନୂଆପଲ୍ଲୀ ଥାନା ପୁଲିସ କୋର୍ଟରେ ଆବେଦନ କରିଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସେମାନଙ୍କୁ ପଚରାଉଚରା ପରେ ଗ୍ୟାଙ୍ଗ୍‌ର ଗୁମର ଖୋଲିବା ସହ ଫେରାର ଅଭିଯୁକ୍ତଙ୍କ ବିଷୟରେ ଗୋପନୀୟ ତଥ୍ୟ ହାସଲ ହୋଇପାରିବ ବୋଲି ପୁଲିସ କହିଛି।

ଆଉ ଏକ ଭିଡିଓ ଭାଇରାଲ୍

କମିସନରେଟ୍ ପୁଲିସ ଆକ୍ସନ ପରେ ଯୁବକଙ୍କ ରିଆକ୍ସନ। ସୋସିଆଲ ମିଡିଆରେ ଭିଡିଓ କରିବା ଆଳରେ ଭୟର ବାର୍ତ୍ତା ଦେଉଛନ୍ତି । କେଉଁଠି ଖଣ୍ଡା ତ ଆଉ କେଉଁଠି ବନ୍ଧୁକ। ଭିଡିଓରେ ଯେଭଳି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି। ରାଜଧାନୀରେ ଏଭଳି କିଛି ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଆହ୍ବାନ ଦେଇଛନ୍ତି। ଏହି ଗ୍ୟାଙ୍ଗ୍‌ର ସଦସ୍ୟଙ୍କୁ ପୁଲିସ୍ ଚାରିଆଡ଼େ ଖୋଜୁଥିବା ବେଳେ ସେମାନଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଅପରାଧ ସାମ୍ରାଜ୍ୟ ଆଧିପତ୍ଯ ବିସ୍ତାର କରିବା ଲାଗି ଭିଡିଓ ଭାଇରାଲ କରୁଛନ୍ତି। ଭାଇରାଲ ଭିଡିଓରେ ବରମୁଣ୍ଡା ଓଭରବ୍ରିଜ ଉପରେ ଖୋଲାଜିପ୍‌ରେ ମସ୍ତି କରୁଛନ୍ତି। ମାଉଜର ଧରି ଭାଇଗିରି ଦେଖାଇଲେ, ଖଣ୍ଡା ଧରି ଦବା କଲେ। ଅନ୍ଧାର ରାତିରେ ରାଜରାସ୍ତାକୁ ଅକ୍ତିଆର କରିଛନ୍ତି। ଚଳନ୍ତା କାର୍‌ର ଡୋର ଖୋଲି ଭିଡିଓ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏପରିକି ମଦ ଓ ହୁକା ଟାଣି ଏକ ଭିଡିଓ କରିଛନ୍ତି। ତେବେ କେବିଏନ୍ ଗ୍ୟାଙ୍ଗ ସଦସ୍ୟ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କରାଜ ଖେଳାଇବାକୁ ଯୋଜନା କରିଥିଲେ। ଏହାଦ୍ୱାରା ଅନ୍ୟମାନଙ୍କୁ ଭୟଭୀତ କରି ଦାଦାବଟି ଆଦାୟ କରିବା ସେମାନଙ୍କ ମୂଳ ଲକ୍ଷ୍ୟ ଥିଲା ବୋଲି ପୁଲିସ କହିଛି।

11 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର