ବିବନ କହିବ ୨୨ ବର୍ଷ ତଳର ଅଞ୍ଜନା ମିଶ୍ର ଗଣଦୁର୍ଷ୍କମର କିଏ ଥିଲା ଷଡ଼ଯନ୍ତ୍ରକାରୀ

The Sakala Picture
Published On

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା ପାଇଁ ମାରାଥନ ଜେରା କରିବ ତଦନ୍ତକାରୀ ସଂସ୍ଥା ସିବିଆଇ। ୧୯୯୯ ମସିହାର ସେହି କାଳ ରାତିରୁ ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ […]

ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା ପାଇଁ ମାରାଥନ ଜେରା କରିବ ତଦନ୍ତକାରୀ ସଂସ୍ଥା ସିବିଆଇ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

୧୯୯୯ ମସିହାର ସେହି କାଳ ରାତିରୁ ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ହାସଲ ପାଇଁ ପ୍ରଚେଷ୍ଠା ଚଳାଇଛି ସିବିଆଇ। କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? କେଉଁମାନେ ଫେରାର କରାଇବାରେ ସହଯୋଗ କରିଥିଲେ ? ରାଜ୍ୟ ବାହାରେ କିଏ ସହଯୋଗ କରିଥିଲେ କି ? ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା କି ନାହିଁ ? କେମିତି ନାଁ ବଦଳାଇ ଲୁଚିଥିଲା ଓ କେଉଁ ସ୍ଥାନରେ ରହିଥିଲା ? ଏଭଳି ଅନେକ ତଥ୍ୟ ହାସଲ କରିବାକୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରିମାଣ୍ଡ ବେଳେ ବିବନକୁ ବାରଙ୍ଗ ରାସ୍ତାରେ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ସେଠାକୁ ନେଇ ସିବିଆଇ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ । ଏଥି ସହିତ  କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ ସିବିଆଇ।  ଆବଶ୍ୟକ ହେଲେ ବିବନକୁ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଆଣିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିପାରେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଗତକାଲି ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ଟିଆଇ ପରେଡ ହୋଇଥିଲା । ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ବ୍ୟସ୍ତବିବ୍ରତ ନହୋଇ ଆଙ୍ଗୁଠି ଉଠାଇ ଚିହ୍ନିଥିଲେ କଳା ରାତିର ସେହି ରାକ୍ଷାସ ବିବନଙ୍କୁ। ତାସହ ଘଟଣାଦିନ ଅଞ୍ଜନାଙ୍କ କାର୍ ଡ୍ରାଇଭର ଥିବା ନୀଳକଣ୍ଠ ରାଉତ ବି ବିବନକୁ ଟିଆଇ ପରେଡରେ ଚିହ୍ନଟ କରିଥିଲେ। ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର