କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ଯା ମାମଲା: ସତ ଉକାଳିଲା ରାଜ ଓରଫ୍ ରଞ୍ଜନ‌, କ୍ରାଇମବ୍ରାଞ୍ଚ ଆଗରେ ହତ୍ଯାକାଣ୍ଡର ପୂରା କାହାଣୀ ବଖାଣିଲା

The Sakala Picture
Published On

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଧୀରେଧୀରେ ପରଦା ଉଠୁଛି। ଆଜି ରିମାଣ୍ଡର ତୃତୀୟ ଦିନରେ ପହଞ୍ଚିଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚାଲିଛି ଘନଘନ ଜେରା । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କ୍ରାଇମବ୍ରାଞ୍ଚ ଆଗରେ ସତ ବଖାଣିଛି ରଞ୍ଜନ। ମାନସକୁ  ଅପହରଣ କରିଥିବା ସ୍ବୀକାର କରିଛି ରଞ୍ଜନ। ପ୍ରଥମେ ମାସକୁ ଚାନ୍ଦବାଲି ପଳାସପୁରରୁ ଆପହରଣ କରାଯାଇଥିଲା। ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ କାରରେ ଅପହରଣ ହୋଇଥିଲା। ସାଙ୍ଗରେ ଥିଲେ ଝୁନା ଭୋଇ, […]

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଉପରୁ ଧୀରେଧୀରେ ପରଦା ଉଠୁଛି। ଆଜି ରିମାଣ୍ଡର ତୃତୀୟ ଦିନରେ ପହଞ୍ଚିଛି। ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଚାଲିଛି ଘନଘନ ଜେରା । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କ୍ରାଇମବ୍ରାଞ୍ଚ ଆଗରେ ସତ ବଖାଣିଛି ରଞ୍ଜନ। ମାନସକୁ  ଅପହରଣ କରିଥିବା ସ୍ବୀକାର କରିଛି ରଞ୍ଜନ। ପ୍ରଥମେ ମାସକୁ ଚାନ୍ଦବାଲି ପଳାସପୁରରୁ ଆପହରଣ କରାଯାଇଥିଲା। ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କ କାରରେ ଅପହରଣ ହୋଇଥିଲା। ସାଙ୍ଗରେ ଥିଲେ ଝୁନା ଭୋଇ, ଭାଗ୍ଯଧର ନାୟକ ଓ ନୀଲୁ ଓରଫ ବିବେକ। ଅପହରଣ କରି ପ୍ରଥମେ ଭୁବନେଶ୍ବର ଦୟାଲ ଆଶ୍ରମ ଆଣିଥିଲେ। ଆଶ୍ରମରେ ମାନସକୁ ପ୍ରବଳ ମାଡ ମାରିଥିଲେ ନିରଞ୍ଜନ ବି ମାଡମାରିଥିବା ରଞ୍ଜନ କ୍ରାଇମବ୍ରାଞ୍ଚକୁ କହିଛି। ପ୍ରବଳ ମାଡରେ ମାନସର ମୃତ୍ଯୁ ଘଟିଥିଲା। ପରେ ମାନସର ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ନେଇଥିଲେ ନୟାଗଡ଼।ରଣପୁର ଥାନ ଅଞ୍ଚଳରେ ମାନସର ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତିବାରେ ବ୍ଯବହୃତ ଫାଉଡା ଓ ଗଇନ୍ତି ମଧ୍ଯ ଜବତ କରିଛି କ୍ରାଇମବ୍ରାଞ୍ଚ ।  ମୃତଦେହକୁ ପୋତି ଫେରିବା ବେଳେ ମାନସଙ୍କ ଜିନିଷପତ୍ର ପୋଡିଥିଲେ। ଚଣ୍ଡିଖୋଲଠାରୁ ୨କିମି ଦୂରରେ ମାନସର ବିଭିନ୍ନ ସାମଗ୍ରୀ ପୋଡାଯାଇଥିଲା। ମୋବାଇଲ ଇଅର ଫୋନ, ଚପଲ ଓ ମୃତଦେଦ ଭରିଥିବା ଅଖା ବସ୍ତା ପୋଡିଥିଲେ। ରଞ୍ଜନର ସୂଚନା ମୁତବାକ ତଦନ୍ତକାରୀ ଟିମ  ଆଜି ପୋଡ଼ା ସ୍ଥାନକୁ ଯାଇଥିଲେ। ସେଠାରୁ ଦରପୋଡ଼ା ଇଅରଫୋନ୍‌ , ଚପଳ, ଅଖା ବସ୍ତା ଓ ଶାଢୀ ମଧ୍ଯ ଜବତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ସୂଚନା ଅନୁଯାୟୀ, ମାନସଙ୍କୁ ଅପହରଣ ସମୟରେ ଉକ୍ତ ଗାଁରେ ଏକ ବାହାଘର ଚାଲିଥିଲା । ଯାହର ଫାଇଦା ଉଠାଇ ମାନସଙ୍କୁ ମାଡମାରିବା ସହ ଅପହରଣ କରିଥିଲେ ଅଭିଯୁକ୍ତମାନେ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର