ରାଜଧାନୀରେ ଲଜ୍ଜା: ଚକୋଲେଟ୍‌‌ ଦେବା ବାହାନାରେ ଡାକି ନେଇ ୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ତଣ୍ଟିକାଟି ହତ୍ୟା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟାକରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପଛରେ ପଡ଼ୋଶୀ ଯୁବକ ଘନିଆ ଦାସ(୨୦)ର ସମ୍ପୃକ୍ତି ଥିବା ମୃତଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରାହ୍ଣରେ ୪ ବର୍ଷର ଶିଶୁକନ୍ୟା ନିଖୋଜ ଥିବା ଦେଖି ପରିବାର ଲୋକେ ଏଣେ ତେଣେ ଖୋଜୁଥିଲେ। ଶେଷରେ ଅଭିଯୁକ୍ତ ଚଳପ୍ରଚଳ କରୁଥିବା ଝୁମ୍ପୁଡ଼ି […]

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ବସ୍ତିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ। ଜଣେ ୪ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟାକରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପଛରେ ପଡ଼ୋଶୀ ଯୁବକ ଘନିଆ ଦାସ(୨୦)ର ସମ୍ପୃକ୍ତି ଥିବା ମୃତଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରାହ୍ଣରେ ୪ ବର୍ଷର ଶିଶୁକନ୍ୟା ନିଖୋଜ ଥିବା ଦେଖି ପରିବାର ଲୋକେ ଏଣେ ତେଣେ ଖୋଜୁଥିଲେ। ଶେଷରେ ଅଭିଯୁକ୍ତ ଚଳପ୍ରଚଳ କରୁଥିବା ଝୁମ୍ପୁଡ଼ି ଘର ଦେଖିବା ପରେ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତଦେହ ନିକଟରୁ ପୁଲିସ ଛୁରି, ମଦ ବୋତଲ, ଗ୍ଲାସ୍‌‌ ଏବଂ ଚକୋଲେଟ୍‌‌ ଜରି ପଡ଼ିଥିବା ଦେଖିବାକୁ ପାଇଛି। ପୁଲିସ ଉକ୍ତ ଘରକୁ ବନ୍ଦକରି ଜଗିରହିଛି। ମଙ୍ଗଳବାର ସକାଳୁ ଫୋରେନ୍‌‌ସିକ୍‌‌ ଟିମ୍‌‌ ଆସିବା ପରେ ଘର ଯାଞ୍ଚ କରାଯିବା ସହ ଆବଶ୍ୟକ ନମୁନା ସଂଗ୍ରହ କରାଯିବ ବୋଲି ପୁଲିସ କହିଛି। ହତ୍ୟା ପରେ ଘନିଆ ଗାଁରେ ଏକ ଅନ୍ଧାରୁଆ ସ୍ଥାନରେ ଲୁଚିଥିବା ବେଳେ ପୁଲିସ ତାକୁ କାବୁକରି ଥାନାରେ ଅଟକ ରଖିଛି। ଏନେଇ ପୁଲିସ ଉଭୟ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁକରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁସାରେ, ଘନିଆ ନିକଟରେ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା। କିନ୍ତୁ ଗାଁକୁ ଆସିବା ପରେ ମଧ୍ୟ ନିଶାସେବନ କରି ବୁଲୁଥିଲା। ଅନେକ ସମୟରେ ଶିଶୁଟିକୁ ଚକୋଲେଟ୍‌‌ ଦେବା ସହ ସାଥୀରେ ବୁଲାଇ ନେଉଥିଲା। ତେଣୁ ସବୁଦିନ ପରି ଆଜି ଅପରାହ୍ଣରେ ଘନିଆ ଶିଶୁକୁ ଚକୋଲେଟ୍‌‌ ଦେବା ବାହାନାରେ ଡାକି ନେଇଥିଲା। ଏହି ସମୟରେ ଶିଶୁର ପରିବାର ଲୋକେ ଦେଖିଥିଲେ ମଧ୍ୟ ସବୁଥର ଭଳି ସେ ବୁଲେଇ ନେଉଥିବା ଭାବିଥିଲେ। ଘନିଆର ବଡ଼ଭାଇର ଏକ ଝୁମ୍ପୁଡ଼ି ଘରକୁ ନେଇ ଶିଶୁକୁ ଦୁଷ୍କର୍ମ କରିବା ପରେ ଶିଶୁ କାନ୍ଦିବା ପରେ ତା’ର ବେକକୁ ଛୁରିରେ କାଟି ହତ୍ୟା କରିଥିଲା। ଶିଶୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଘନିଆ ଖୁଡ଼ି ଉକ୍ତ ଝୁମ୍ପୁଡ଼ି ଘର ନିକଟକୁ ଯାଇ ପଚାରିବାରୁ ତାଙ୍କୁ ଧକ୍କା ମାରି ଘନିଆ ଚମ୍ପଟ ମାରିଥିଲା। ପରେ ଘନିଆର ଖୁଡ଼ି ଉକ୍ତ ଘର ଭିତରକୁ ଯିବା ପରେ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଆସିବା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ତନାଘନା କରିବା ସହ ମୃତଦେହକୁ ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

07 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର