ଡାକ୍ତରାଣୀ ପତ୍ନୀ ଲୋଭରେ ହରାଇଲେ ୪ଲକ୍ଷ

The Sakala Picture
Published On

ଭୁବନେଶ୍ଵର : ଡାକ୍ତରାଣୀଙ୍କୁ ବିବାହ କରିବା ଆଶାରେ ପଡ଼ି ଯୁବକ ହରାଇଛନ୍ତି ୪ଲକ୍ଷ ଟଙ୍କା। ସାଇବର ଠକ ତାଙ୍କ ସହ ବନ୍ଧୁତା କରି ବିଭିନ୍ନ ଆଳରେ ଲୁଟିନେଇଛନ୍ତି ଟଙ୍କା ଠକେଇର ଶିକାର ହୋଇଥିବା ଯୁବକ ହେଲେ କଟକ ଜିଲ୍ଲା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା | ସେ ଏନେଇ ସାଇବର ହେକ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ସାଇବର ହେଲ୍ସ ଡେସ୍କ ଏହି ମାମଲାକୁ କ୍ରାଇମବ୍ରାଞ୍ଚ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି । ସର୍ବପ୍ରସନ୍ନ ବିବାହ […]

ଭୁବନେଶ୍ଵର : ଡାକ୍ତରାଣୀଙ୍କୁ ବିବାହ କରିବା ଆଶାରେ ପଡ଼ି ଯୁବକ ହରାଇଛନ୍ତି ୪ଲକ୍ଷ ଟଙ୍କା। ସାଇବର ଠକ ତାଙ୍କ ସହ ବନ୍ଧୁତା କରି ବିଭିନ୍ନ ଆଳରେ ଲୁଟିନେଇଛନ୍ତି ଟଙ୍କା ଠକେଇର ଶିକାର ହୋଇଥିବା ଯୁବକ ହେଲେ କଟକ ଜିଲ୍ଲା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା | ସେ ଏନେଇ ସାଇବର ହେକ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ସାଇବର ହେଲ୍ସ ଡେସ୍କ ଏହି ମାମଲାକୁ କ୍ରାଇମବ୍ରାଞ୍ଚ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି । ସର୍ବପ୍ରସନ୍ନ ବିବାହ କରିବା ପାଇଁ ଏକ ଓଡ଼ିଶା ମାଟ୍ରିମୋନିଆଲ ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ। ସାଇବର ଠକ ଉକ୍ତ ସାଇଟ୍‌ରୁ ସର୍ବପ୍ରସନ୍ନଙ୍କ ଫୋନ୍ ନମ୍ବର ନେଇ ତାଙ୍କୁ ଫୋନ୍ କରିଥିଲେ ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଜଣେ ଯୁବତୀ ନିଜକୁ ଲଣ୍ଡନର ଜଣେ ଡାକ୍ତର ବୋଲି ପରିଚୟ ଦେଇ ସର୍ବପ୍ରସନ୍ନଙ୍କ ସହ କଥା ହୋଇଥିଲେ। ସେ ତାଙ୍କୁ ବିବାହ କରିବା ପାଇଁ ରାଜି ଥିବା କହି ସମ୍ପର୍କ ବଢ଼ାଇଥିଲେ। ଏପରିକି ସେ ଲଣ୍ଡନରେ ଅନେକ ଲୋକଙ୍କୁ ସେବା କରୁଛନ୍ତି। ତେଣୁ ଏଥର ଓଡ଼ିଶାରେ ରହି ଲୋକଙ୍କ ସେବା କରିବାକୁ ଚାହୁଁଥିବା କହିଥିଲେ । ତେଣୁ ସେ ତାଙ୍କୁ ବିବାହ କଲେ ଓଡ଼ିଶାରେ ରହି ଏହି ସୁଯୋଗ ପାଇବେ ବୋଲି ସର୍ବପ୍ରସନ୍ନଙ୍କୁ କହି ତାଙ୍କ ମନରେ ବିଶ୍ବାସ ଜମାଇଥିଲେ | ତେଣୁ ସେ ଖୁବ୍‌ଶୀଘ୍ର ଓଡ଼ିଶା ଗଲେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ସର୍ବପ୍ରସନ୍ନ ଯୁବତୀଙ୍କ ଠାରୁ ଏହି କଥା ଶୁଣି ତାଙ୍କ ଉପରେ ବିଶ୍ବାସ କରି ଯାଇଥିଲେ। ଏହାର କିଛି ଦିନ ଉଭୟ କଥା ହେବା ପରେ ଯୁବତୀ ଜଣଙ୍କ ସର୍ବପ୍ରସନ୍ନଙ୍କ ପାଇଁ ଏକ ଗିଫ୍ ପଠାଇବେ ବୋଲି କହିଥିଲେ । ଏପରିକି ଗତ ସପ୍ତାହରେ ଏକ ଗିଫ୍ ବକ୍ସ ପଠାଇଥିବା ଯୁବତୀ ଜଣଙ୍କ ଫୋନ କରି ସର୍ବପ୍ରସନ୍ନକୁ କହିଥିଲେ। ଏହି ବକ୍ସରେ ସୁନା ଚେନ୍ ମୁଦୀ, ସୁନା ଘଣ୍ଟା, ଡଲାଣ ଆଦି ଥିବା ଯୁବତୀ କହିଥିଲେ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଗିଫ୍ଟ ପଠାଇବାର ଦୁଇ ଦିନ ପରେ ଜଣେ ବ୍ୟକ୍ତି ଫୋନ୍ କରି ଦିଲ୍ଲୀ ବିମାନ ବନ୍ଦରକୁ କହୁଥିବା କହିଥିଲେ । ତାଙ୍କ ନାମରେ ଏକ ଗିଫ୍‌ ଆସିଛି, ତେଣୁ ପ୍ରୋସେସିଂ ଫିସ୍ ବାବଦକୁ ୩୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଥିଲେ। ବିଶ୍ଵାସ କରି ସର୍ବପ୍ରସନ୍ନ ପ୍ରଥମେ ୩୦ ହଜାର ଟଙ୍କା ପଠାଇବା ପରେ ପୁଣି ସାଇବର୍ ଠିକ ତାଙ୍କୁ ପଞ୍ଜୀକରଣ ଆଳରେ ଆହୁରି ୩୦ ହଜାର ଟଙ୍କା ମାଗିଥିଲେ । ପୁଣି ଟଙ୍କା ପଠାଇବା ପରେ ଜିଏସ୍‌ଟି ଟ୍ୟାକ୍ସ, ଡଲାରକୁ ଭାରତୀୟ ମୁଦ୍ରାରେ ବଦଳାଇବା ପାଇଁ ଫିସ୍ ଏବଂ କଷ୍ଟମ ବିଭାଗ ଫିସ୍ ଆଳରେ ୪ଲକ୍ଷ ଟଙ୍କା ଲୁଟି ନେଲେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

29 May 2021 By The Sakala

ଡାକ୍ତରାଣୀ ପତ୍ନୀ ଲୋଭରେ ହରାଇଲେ ୪ଲକ୍ଷ

ଭୁବନେଶ୍ଵର : ଡାକ୍ତରାଣୀଙ୍କୁ ବିବାହ କରିବା ଆଶାରେ ପଡ଼ି ଯୁବକ ହରାଇଛନ୍ତି ୪ଲକ୍ଷ ଟଙ୍କା। ସାଇବର ଠକ ତାଙ୍କ ସହ ବନ୍ଧୁତା କରି ବିଭିନ୍ନ ଆଳରେ ଲୁଟିନେଇଛନ୍ତି ଟଙ୍କା ଠକେଇର ଶିକାର ହୋଇଥିବା ଯୁବକ ହେଲେ କଟକ ଜିଲ୍ଲା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା | ସେ ଏନେଇ ସାଇବର ହେକ୍ସଡେସ୍କରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ସାଇବର ହେଲ୍ସ ଡେସ୍କ ଏହି ମାମଲାକୁ କ୍ରାଇମବ୍ରାଞ୍ଚ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି । ସର୍ବପ୍ରସନ୍ନ ବିବାହ କରିବା ପାଇଁ ଏକ ଓଡ଼ିଶା ମାଟ୍ରିମୋନିଆଲ ସାଇଟ୍‌ରେ ବିଜ୍ଞାପନ ଦେଇଥିଲେ। ସାଇବର ଠକ ଉକ୍ତ ସାଇଟ୍‌ରୁ ସର୍ବପ୍ରସନ୍ନଙ୍କ ଫୋନ୍ ନମ୍ବର ନେଇ ତାଙ୍କୁ ଫୋନ୍ କରିଥିଲେ ।

ଜଣେ ଯୁବତୀ ନିଜକୁ ଲଣ୍ଡନର ଜଣେ ଡାକ୍ତର ବୋଲି ପରିଚୟ ଦେଇ ସର୍ବପ୍ରସନ୍ନଙ୍କ ସହ କଥା ହୋଇଥିଲେ। ସେ ତାଙ୍କୁ ବିବାହ କରିବା ପାଇଁ ରାଜି ଥିବା କହି ସମ୍ପର୍କ ବଢ଼ାଇଥିଲେ। ଏପରିକି ସେ ଲଣ୍ଡନରେ ଅନେକ ଲୋକଙ୍କୁ ସେବା କରୁଛନ୍ତି। ତେଣୁ ଏଥର ଓଡ଼ିଶାରେ ରହି ଲୋକଙ୍କ ସେବା କରିବାକୁ ଚାହୁଁଥିବା କହିଥିଲେ । ତେଣୁ ସେ ତାଙ୍କୁ ବିବାହ କଲେ ଓଡ଼ିଶାରେ ରହି ଏହି ସୁଯୋଗ ପାଇବେ ବୋଲି ସର୍ବପ୍ରସନ୍ନଙ୍କୁ କହି ତାଙ୍କ ମନରେ ବିଶ୍ବାସ ଜମାଇଥିଲେ | ତେଣୁ ସେ ଖୁବ୍‌ଶୀଘ୍ର ଓଡ଼ିଶା ଗଲେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ସର୍ବପ୍ରସନ୍ନ ଯୁବତୀଙ୍କ ଠାରୁ ଏହି କଥା ଶୁଣି ତାଙ୍କ ଉପରେ ବିଶ୍ବାସ କରି ଯାଇଥିଲେ। ଏହାର କିଛି ଦିନ ଉଭୟ କଥା ହେବା ପରେ ଯୁବତୀ ଜଣଙ୍କ ସର୍ବପ୍ରସନ୍ନଙ୍କ ପାଇଁ ଏକ ଗିଫ୍ ପଠାଇବେ ବୋଲି କହିଥିଲେ । ଏପରିକି ଗତ ସପ୍ତାହରେ ଏକ ଗିଫ୍ ବକ୍ସ ପଠାଇଥିବା ଯୁବତୀ ଜଣଙ୍କ ଫୋନ କରି ସର୍ବପ୍ରସନ୍ନକୁ କହିଥିଲେ। ଏହି ବକ୍ସରେ ସୁନା ଚେନ୍ ମୁଦୀ, ସୁନା ଘଣ୍ଟା, ଡଲାଣ ଆଦି ଥିବା ଯୁବତୀ କହିଥିଲେ।

ଗିଫ୍ଟ ପଠାଇବାର ଦୁଇ ଦିନ ପରେ ଜଣେ ବ୍ୟକ୍ତି ଫୋନ୍ କରି ଦିଲ୍ଲୀ ବିମାନ ବନ୍ଦରକୁ କହୁଥିବା କହିଥିଲେ । ତାଙ୍କ ନାମରେ ଏକ ଗିଫ୍‌ ଆସିଛି, ତେଣୁ ପ୍ରୋସେସିଂ ଫିସ୍ ବାବଦକୁ ୩୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଥିଲେ। ବିଶ୍ଵାସ କରି ସର୍ବପ୍ରସନ୍ନ ପ୍ରଥମେ ୩୦ ହଜାର ଟଙ୍କା ପଠାଇବା ପରେ ପୁଣି ସାଇବର୍ ଠିକ ତାଙ୍କୁ ପଞ୍ଜୀକରଣ ଆଳରେ ଆହୁରି ୩୦ ହଜାର ଟଙ୍କା ମାଗିଥିଲେ । ପୁଣି ଟଙ୍କା ପଠାଇବା ପରେ ଜିଏସ୍‌ଟି ଟ୍ୟାକ୍ସ, ଡଲାରକୁ ଭାରତୀୟ ମୁଦ୍ରାରେ ବଦଳାଇବା ପାଇଁ ଫିସ୍ ଏବଂ କଷ୍ଟମ ବିଭାଗ ଫିସ୍ ଆଳରେ ୪ଲକ୍ଷ ଟଙ୍କା ଲୁଟି ନେଲେ ।

https://www.thesakala.in/crime/4lakh-lost-in-greed/article-2464
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର