ରାଜଧାନୀରେ ଚାଞ୍ଚଲ୍ୟ: ପଟିଆ ରେଲୱେ ଷ୍ଟେସନ ଠାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବର ପଟିଆ ଷ୍ଟେସନ ଠାରେ ୨ ନାବାଳିକା ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ। ୨ ଦୁର୍ବୃତ୍ତଙ୍କ ଦ୍ବାରା ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ୨ ନାବାଳିକାକୁ ବାନ୍ଧି ସାରାରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାଇଲଡଲାଇନ ଓ ଇନୋଫସିଟି ଥାନା ପୁଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପୀଡିତା ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ […]
ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ବର ପଟିଆ ଷ୍ଟେସନ ଠାରେ ୨ ନାବାଳିକା ଗଣଦୁଷ୍କର୍ମ କଲେ ୨ ଦୁର୍ବୃତ୍ତ। ୨ ଦୁର୍ବୃତ୍ତଙ୍କ ଦ୍ବାରା ୨ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ୨ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ୨ ନାବାଳିକାକୁ ବାନ୍ଧି ସାରାରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଚାଇଲଡଲାଇନ ଓ ଇନୋଫସିଟି ଥାନା ପୁଲିସ ସହାୟତାରେ ୨ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ପୀଡିତା ନାବାଳିକାଙ୍କ ବୟସ ୧୨ ଓ ୧୪ ବର୍ଷ ବୋଲି ଜଣାପଡ଼ିଛି। ପରିବାର ସହ ପଟିଆ ଷ୍ଟେସନ ନିକଟରେ ରହୁଥିଲେ ପୀଡିତା । ଘରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ । ମାମଲା ରଫାଦପା କରିବାକୁ ଅଭିଯୁକ୍ତକ ପରିବାର ପୀଡିତାଙ୍କ ପିରବାରଙ୍କୁ ଟଙ୍କା ଯାଚିଥିବା ମଧ୍ୟ ଅଭିଯୋଗ ହେଇଛି। ଏ ନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ମାଆ ।






