ଟିଡିଏସ୍‌ ଲାଗିବା ଆରମ୍ଭ ହେଲେ କ୍ରିପ୍ଟୋ ପ୍ରତି ଲୋକଙ୍କ ଆଗ୍ରହ କମିବ

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ବ ବଜାରରେ କ୍ରିପ୍ଟୋକରେନ୍ସି ମୂଲ୍ୟରେ କ୍ରମାଗତ ହ୍ରାସ ବର୍ତ୍ତମାନ ଭାରତର କ୍ରିପ୍ଟୋ ନିବେଶକଙ୍କୁ ବେଶ ପ୍ରଭାବିତ କରୁଛି। ଗତ କିଛି ଦିନ ମଧ୍ୟରେ ଦେଶରେ କ୍ରିପ୍ଟୋକରେନ୍ସି କାରବାର କରୁଥିବା ଲୋକଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। କ୍ରିପ୍ଟୋକରେନ୍ସି କାରବାର କରୁଥିବା ଦେଶର ତିନୋଟି ପ୍ରମୁଖ ଏକ୍ସଚେଞ୍ଜ ଜେବପେ, ୱାଜିରଏକ୍ସ ଏବଂ କଏନ୍‌ ଡିସିଏକ୍ସ ଭଳି କ୍ରିପ୍ଟୋକରେନ୍ସି କାରବାରରେ ହ୍ରାସ ଘଟିଛି। ଏହି ଏକ୍ସଚେଞ୍ଜଗୁଡିକ ଦ୍ବାରା କୁହାଯାଇଛି ଯେ କ୍ରିପ୍ଟୋ କାରବାର ହ୍ରାସ ହେବାର […]

ନୂଆଦିଲ୍ଲୀ : ବିଶ୍ବ ବଜାରରେ କ୍ରିପ୍ଟୋକରେନ୍ସି ମୂଲ୍ୟରେ କ୍ରମାଗତ ହ୍ରାସ ବର୍ତ୍ତମାନ ଭାରତର କ୍ରିପ୍ଟୋ ନିବେଶକଙ୍କୁ ବେଶ ପ୍ରଭାବିତ କରୁଛି। ଗତ କିଛି ଦିନ ମଧ୍ୟରେ ଦେଶରେ କ୍ରିପ୍ଟୋକରେନ୍ସି କାରବାର କରୁଥିବା ଲୋକଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। କ୍ରିପ୍ଟୋକରେନ୍ସି କାରବାର କରୁଥିବା ଦେଶର ତିନୋଟି ପ୍ରମୁଖ ଏକ୍ସଚେଞ୍ଜ ଜେବପେ, ୱାଜିରଏକ୍ସ ଏବଂ କଏନ୍‌ ଡିସିଏକ୍ସ ଭଳି କ୍ରିପ୍ଟୋକରେନ୍ସି କାରବାରରେ ହ୍ରାସ ଘଟିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଏହି ଏକ୍ସଚେଞ୍ଜଗୁଡିକ ଦ୍ବାରା କୁହାଯାଇଛି ଯେ କ୍ରିପ୍ଟୋ କାରବାର ହ୍ରାସ ହେବାର ସବୁଠାରୁ ବଡ କାରଣ ହେଉଛି ଜୁଲାଇ ପହିଲାଠାରୁ ଦେଶରେ ଲାଗୁ ହେବାକୁ ଥିବା ନୂତନ ଟିକସ ନିୟମ। ତିନୋଟି ଏକ୍ସଚେଞ୍ଜ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ମାସରେ କ୍ରିପ୍ଟୋର ଦୈନିକ ପରିମାଣ ୬୦ ରୁ ୮୭ ପ୍ରତିଶତକୁ ହ୍ରାସ ପାଇଛି। ଜୁଲାଇ ୧ ରୁ କ୍ରିପ୍ଟୋକରେନ୍ସିରେ କରାଯାଉଥିବା କାରବାର ଉପରେ ସରକାର ଏକ ପ୍ରତିଶତ ଟିଡିଏସ୍‌ ଆଦାୟ କରିବାକୁ ବ୍ୟବସ୍ଥା କରିଛନ୍ତି। ସେବେଠାରୁ ଘରୋଇ କ୍ରିପ୍ଟୋ ନିବେଶକଙ୍କ ଆଗ୍ରହ ହ୍ରାସ ପାଇବାରେ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର