ଇଡିର ଖୁଲାସା: ଟିକସରୁ ବର୍ତ୍ତିବାକୁ ୬୨,୪୭୬ କୋଟି ଚୀନ୍‌ ପଠାଇଛି ଭିଭୋ

The Sakala Picture
Published On

ନୂଆଦିଲ୍ଲୀ(ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି। ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଟିକସ ପଇଠରୁ ବର୍ତ୍ତିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଇଦେଇଥିବା ଇଡି କହିଛି। ଭିଭୋ ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ସ୍ଥାନାନ୍ତର କରିଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ କହିଛି ଯେ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା […]

ନୂଆଦିଲ୍ଲୀ(ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି। ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଟିକସ ପଇଠରୁ ବର୍ତ୍ତିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଇଦେଇଥିବା ଇଡି କହିଛି। ଭିଭୋ ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ସ୍ଥାନାନ୍ତର କରିଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ କହିଛି ଯେ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା ସହିତ ସମ୍ବନ୍ଧିତ ୨୩ କମ୍ପାନୀ ବିରୋଧରେ ବୁଧବାର ହୋଇଥିବା ମିଳିତ ତଭଲାସୀ ଅଭିଯାନ ପରେ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ହୋଇ ଥିବା ୪୬୫ କୋଟି ଟଙ୍କା ଜବତ ହୋଇଛି। ଏହାଛଡ଼ା ୭୩ ଲକ୍ଷ ନଗଦ ଟଙ୍କା ଓ ୨ କେଜି ସୁନା ମଧ୍ୟ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଭିଭୋର ପୂର୍ବତନ ନିର୍ଦ୍ଦେଶକ ବିନ୍‌ ଲାଓ ଭାରତରେ କିଛି କମ୍ପାନୀ କରିବା ପରେ ୨୦୧୮ରେ ଦେଶ ଛାଡ଼ିଥିଲେ। ଏବେ ସେହି କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଏଜେନ୍ସି ନଜର ରଖିଛି। ଭିଭୋ ଇଣ୍ଡିଆର କର୍ମଚାରୀ ତଲାସିବେଳେ ସହଯୋଗ କରି ନ ଥିବା ଇଡି କହିଛି। କର୍ମଚାରୀମାନେ ଚଢ଼ଉ ସମୟରେ ଡିଜିଟାଲ୍‌ ଉପକରଣଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏଜେନ୍ସିର ତଲାସି ଟିମ୍‌ ଏହି ଡିଜିଟାଲ୍‌ ତଥ୍ୟ ହାସଲ କରିବାରେ ସଫଳ ହୋଇଥିବା ଇଡି କହିଛି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

08 Jul 2022 By The Sakala

ଇଡିର ଖୁଲାସା: ଟିକସରୁ ବର୍ତ୍ତିବାକୁ ୬୨,୪୭୬ କୋଟି ଚୀନ୍‌ ପଠାଇଛି ଭିଭୋ

ନୂଆଦିଲ୍ଲୀ(ଏଜେନ୍ସି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଖୁଲାସା କରିଛି। ଚୀନ୍‌ର ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଭିଭୋ ଟିକସ ପଇଠରୁ ବର୍ତ୍ତିବା ପାଇଁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଇଦେଇଥିବା ଇଡି କହିଛି। ଭିଭୋ ଇଣ୍ଡିଆ ଚଳିତ ବର୍ଷ ବିକ୍ରି କରିଥିବା ମୋଟ ଅର୍ଥରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୬୨,୪୭୬ କୋଟି ଟଙ୍କା ବିଦେଶକୁ ସ୍ଥାନାନ୍ତର କରିଦେଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ କହିଛି ଯେ ଭିଭୋ ମୋବାଇଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଏହା ସହିତ ସମ୍ବନ୍ଧିତ ୨୩ କମ୍ପାନୀ ବିରୋଧରେ ବୁଧବାର ହୋଇଥିବା ମିଳିତ ତଭଲାସୀ ଅଭିଯାନ ପରେ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ହୋଇ ଥିବା ୪୬୫ କୋଟି ଟଙ୍କା ଜବତ ହୋଇଛି। ଏହାଛଡ଼ା ୭୩ ଲକ୍ଷ ନଗଦ ଟଙ୍କା ଓ ୨ କେଜି ସୁନା ମଧ୍ୟ ଜବତ କରାଯାଇଛି।

ଭିଭୋର ପୂର୍ବତନ ନିର୍ଦ୍ଦେଶକ ବିନ୍‌ ଲାଓ ଭାରତରେ କିଛି କମ୍ପାନୀ କରିବା ପରେ ୨୦୧୮ରେ ଦେଶ ଛାଡ଼ିଥିଲେ। ଏବେ ସେହି କମ୍ପାନୀଗୁଡ଼ିକ ଉପରେ ଯାଞ୍ଚ ଏଜେନ୍ସି ନଜର ରଖିଛି। ଭିଭୋ ଇଣ୍ଡିଆର କର୍ମଚାରୀ ତଲାସିବେଳେ ସହଯୋଗ କରି ନ ଥିବା ଇଡି କହିଛି। କର୍ମଚାରୀମାନେ ଚଢ଼ଉ ସମୟରେ ଡିଜିଟାଲ୍‌ ଉପକରଣଗୁଡ଼ିକୁ ଲୁଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ଏଜେନ୍ସିର ତଲାସି ଟିମ୍‌ ଏହି ଡିଜିଟାଲ୍‌ ତଥ୍ୟ ହାସଲ କରିବାରେ ସଫଳ ହୋଇଥିବା ଇଡି କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp