ଏପ୍ରିଲ୍‌ରୁ ମହଙ୍ଗା ହେବ ୟୁପିଆଇ ପେମେଣ୍ଟ ! ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ…

The Sakala Picture
Published On

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ନିକଟରେ ଏକ ସର୍କୁଲାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ରେ କାରବାର ହୋଇଥିବା ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପରେ ଚାର୍ଜ ଲାଗୁ କରିବାକୁ ଯାଉଛି। ଏହା ହେଲେ ଏପ୍ରିଲ୍ ପହିଲାରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହୋଇଯିବ। ତେବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏନ୍‌ପିସିଆଇ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ ଆକାଉଣ୍ଟ-ରୁ-ଆକାଉଣ୍ଟକୁ କାରବାର କରୁଥିବା ସାଧାରଣ ଗ୍ରାହକଙ୍କ ପାଇଁ ୟୁପିଆଇ ପେମେଣ୍ଟ […]

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ନିକଟରେ ଏକ ସର୍କୁଲାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ରେ କାରବାର ହୋଇଥିବା ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପରେ ଚାର୍ଜ ଲାଗୁ କରିବାକୁ ଯାଉଛି। ଏହା ହେଲେ ଏପ୍ରିଲ୍ ପହିଲାରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହୋଇଯିବ। ତେବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏନ୍‌ପିସିଆଇ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ ଆକାଉଣ୍ଟ-ରୁ-ଆକାଉଣ୍ଟକୁ କାରବାର କରୁଥିବା ସାଧାରଣ ଗ୍ରାହକଙ୍କ ପାଇଁ ୟୁପିଆଇ ପେମେଣ୍ଟ ମାଗଣା ରହିବ। ଆହୁରିମଧ୍ୟ ସର୍କୁଲାରରେ ଏନ୍‌ପିସିଆଇ କହିଛି ଯେ, ୨୦୦୦ ଟଙ୍କାରୁ ଅଧିକ ପରିମାଣର ପ୍ରିପେଡ୍ ପେମେଣ୍ଟ ଉପକରଣ ବ୍ୟବହାର କରିବା କ୍ଷେତ୍ରରେ କାରବାର ମୂଲ୍ୟର ୧.୧ ପ୍ରତିଶତ ଫି ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଇଣ୍ଟରଚେଞ୍ଜ ବା ଅଦଳବଦଳ ଫି ସାଧାରଣତଃ କାର୍ଡ ପେମେଣ୍ଟ ସହିତ ଜଡିତ ଏବଂ କାରବାର ଗ୍ରହଣ, ପ୍ରକ୍ରିୟାକରଣ ଏବଂ ଅଧିକୃତ କରିବା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ବହନ କରିବାକୁ ଆଦାୟ କରାଯାଇଥାଏ। ତେବେ ଏହି ସର୍କୁଲାର ଆଧାରରେ ଗଣମାଧ୍ୟମ ରିପୋର୍ଟରେ ୟୁପିଆଇ ଉପରେ ଚାର୍ଜ ଆଦାୟ ଖବର ଆସିବା ପରେ ଏନ୍‌ପିସିଆଇ ଏହାର ସ୍ଥିତି ସ୍ପଷ୍ଟ କରିଛି। ଏନ୍‌ପିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ ୟୁପିଆଇ ଅଧୀନରେ ୯୯.୯% କାରବାର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି। ପ୍ରସ୍ତାବିତ ଶୁଳ୍କ ଦ୍ୱାରା ଏହିପରି କାରବାର ପ୍ରଭାବିତ ହେବ ନାହିଁ। ସାଧାରଣ ଗ୍ରାହକଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବନାହିଁ |

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ପିପିଆଇ ଅଧୀନରେ ବ୍ୟବସାୟ କାରବାର ପାଇଁ ବ୍ୟବସାୟୀଙ୍କ ଉପରେ ୦.୫-୧.୧ ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇନ୍ଧନ ପାଇଁ ଇଣ୍ଟରଚେଞ୍ଜ ପ୍ରତିଶତ ୦.୫%, ଟେଲିକମ୍, ୟୁଟିଲିଟି/ଡାକଘର, ଶିକ୍ଷା, କୃଷି ପାଇଁ ୦.୭%, ସୁପରମାର୍କେଟ୍ ପାଇଁ ୦.୯ ପ୍ରତିଶତ ଏବଂ ମ୍ୟୁଚୁଆଲ୍ ଫଣ୍ଡ, ସରକାରୀ, ବୀମା ଏବଂ ରେଳ ପାଇଁ ୧ ପ୍ରତିଶତ ଚାର୍ଜ ଲାଗୁଥାଏ। ଏହି ଫି ଏପ୍ରିଲ ପହିଲାରୁ ଲାଗୁ ହେବ। ଏନ୍‌ପିସିଆଇର ସର୍କୁଲାରରେ କୁହାଯାଇଛି ଯେ, ଚଳିତବର୍ଷ ସେପ୍ଟେମ୍ବର ପରେ କିମ୍ବା ତା’ ପୂର୍ବରୁ ଏହି ଘୋଷିତ ମୂଲ୍ୟର ସମୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

କେଉଁମାନେ ହେବେ ପ୍ରଭାବିତ

ଏନ୍‌ପିସିଆଇ ସର୍କୁଲାର ଅନୁଯାୟୀ, ଏପ୍ରିଲ୍ ପହିଲାଠାରୁ ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ମାଧ୍ୟମରେ ଆପଣ ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପଯୋଗ କରି ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ସେଥିପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ। ଯଦିଓ ଏହିପରି କାରବାର ବର୍ତ୍ତମାନ ୟୁପିଆଇ ଅଧୀନରେ ଥିବା ମୋଟ କାରବାରର ମାତ୍ର ୦.୧ ପ୍ରତିଶତ। ଏହା ସାଧାରଣ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ୟୁପିଆଇ ପେମେଣ୍ଟ ମାଗଣା ରହିବ ବୋଲି ସରକାର ଅନେକ ଥର ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ଡିଜିଟାଇଜେସନ୍‌ରେ ୟୁପିଆଇ ପେମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏପରି ପରିସ୍ଥିତିରେ, ୟୁପିଆଇ କାରବାର ଉପରେ ଫି’ ଆଦାୟ ହେତୁ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ।

30 Mar 2023 By The Sakala

ଏପ୍ରିଲ୍‌ରୁ ମହଙ୍ଗା ହେବ ୟୁପିଆଇ ପେମେଣ୍ଟ ! ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ…

ନୂଆଦିଲ୍ଲୀ: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ନିକଟରେ ଏକ ସର୍କୁଲାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ରେ କାରବାର ହୋଇଥିବା ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପରେ ଚାର୍ଜ ଲାଗୁ କରିବାକୁ ଯାଉଛି। ଏହା ହେଲେ ଏପ୍ରିଲ୍ ପହିଲାରୁ ୟୁପିଆଇ ପେମେଣ୍ଟ ମହଙ୍ଗା ହୋଇଯିବ। ତେବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏନ୍‌ପିସିଆଇ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ ଆକାଉଣ୍ଟ-ରୁ-ଆକାଉଣ୍ଟକୁ କାରବାର କରୁଥିବା ସାଧାରଣ ଗ୍ରାହକଙ୍କ ପାଇଁ ୟୁପିଆଇ ପେମେଣ୍ଟ ମାଗଣା ରହିବ। ଆହୁରିମଧ୍ୟ ସର୍କୁଲାରରେ ଏନ୍‌ପିସିଆଇ କହିଛି ଯେ, ୨୦୦୦ ଟଙ୍କାରୁ ଅଧିକ ପରିମାଣର ପ୍ରିପେଡ୍ ପେମେଣ୍ଟ ଉପକରଣ ବ୍ୟବହାର କରିବା କ୍ଷେତ୍ରରେ କାରବାର ମୂଲ୍ୟର ୧.୧ ପ୍ରତିଶତ ଫି ଦେବାକୁ ହେବ।

ଇଣ୍ଟରଚେଞ୍ଜ ବା ଅଦଳବଦଳ ଫି ସାଧାରଣତଃ କାର୍ଡ ପେମେଣ୍ଟ ସହିତ ଜଡିତ ଏବଂ କାରବାର ଗ୍ରହଣ, ପ୍ରକ୍ରିୟାକରଣ ଏବଂ ଅଧିକୃତ କରିବା କ୍ଷେତ୍ରରେ ହେଉଥିବା ଖର୍ଚ୍ଚ ବହନ କରିବାକୁ ଆଦାୟ କରାଯାଇଥାଏ। ତେବେ ଏହି ସର୍କୁଲାର ଆଧାରରେ ଗଣମାଧ୍ୟମ ରିପୋର୍ଟରେ ୟୁପିଆଇ ଉପରେ ଚାର୍ଜ ଆଦାୟ ଖବର ଆସିବା ପରେ ଏନ୍‌ପିସିଆଇ ଏହାର ସ୍ଥିତି ସ୍ପଷ୍ଟ କରିଛି। ଏନ୍‌ପିସିଆଇ ଏକ ବିବୃତ୍ତି ଜାରି କରି କହିଛି ଯେ ୟୁପିଆଇ ଅଧୀନରେ ୯୯.୯% କାରବାର ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଆସୁଛି। ପ୍ରସ୍ତାବିତ ଶୁଳ୍କ ଦ୍ୱାରା ଏହିପରି କାରବାର ପ୍ରଭାବିତ ହେବ ନାହିଁ। ସାଧାରଣ ଗ୍ରାହକଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବନାହିଁ |

ପିପିଆଇ ଅଧୀନରେ ବ୍ୟବସାୟ କାରବାର ପାଇଁ ବ୍ୟବସାୟୀଙ୍କ ଉପରେ ୦.୫-୧.୧ ପ୍ରତିଶତ ଶୁଳ୍କ ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଇନ୍ଧନ ପାଇଁ ଇଣ୍ଟରଚେଞ୍ଜ ପ୍ରତିଶତ ୦.୫%, ଟେଲିକମ୍, ୟୁଟିଲିଟି/ଡାକଘର, ଶିକ୍ଷା, କୃଷି ପାଇଁ ୦.୭%, ସୁପରମାର୍କେଟ୍ ପାଇଁ ୦.୯ ପ୍ରତିଶତ ଏବଂ ମ୍ୟୁଚୁଆଲ୍ ଫଣ୍ଡ, ସରକାରୀ, ବୀମା ଏବଂ ରେଳ ପାଇଁ ୧ ପ୍ରତିଶତ ଚାର୍ଜ ଲାଗୁଥାଏ। ଏହି ଫି ଏପ୍ରିଲ ପହିଲାରୁ ଲାଗୁ ହେବ। ଏନ୍‌ପିସିଆଇର ସର୍କୁଲାରରେ କୁହାଯାଇଛି ଯେ, ଚଳିତବର୍ଷ ସେପ୍ଟେମ୍ବର ପରେ କିମ୍ବା ତା’ ପୂର୍ବରୁ ଏହି ଘୋଷିତ ମୂଲ୍ୟର ସମୀକ୍ଷା କରାଯିବ।

କେଉଁମାନେ ହେବେ ପ୍ରଭାବିତ

ଏନ୍‌ପିସିଆଇ ସର୍କୁଲାର ଅନୁଯାୟୀ, ଏପ୍ରିଲ୍ ପହିଲାଠାରୁ ଗୁଗୁଲ୍ ପେ, ଫୋନ୍ ପେ ଏବଂ ପେଟିଏମ୍ ମାଧ୍ୟମରେ ଆପଣ ପ୍ରିପେଡ୍ ପେମେଣ୍ଟ ଉପକରଣ (ପିପିଆଇ) ଉପଯୋଗ କରି ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ସେଥିପାଇଁ ଆପଣଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ। ଯଦିଓ ଏହିପରି କାରବାର ବର୍ତ୍ତମାନ ୟୁପିଆଇ ଅଧୀନରେ ଥିବା ମୋଟ କାରବାରର ମାତ୍ର ୦.୧ ପ୍ରତିଶତ। ଏହା ସାଧାରଣ ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ୟୁପିଆଇ ପେମେଣ୍ଟ ମାଗଣା ରହିବ ବୋଲି ସରକାର ଅନେକ ଥର ସୂଚନା ଦେଇଛନ୍ତି। ଭାରତୀୟ ଅର୍ଥନୀତିରେ ଡିଜିଟାଇଜେସନ୍‌ରେ ୟୁପିଆଇ ପେମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏପରି ପରିସ୍ଥିତିରେ, ୟୁପିଆଇ କାରବାର ଉପରେ ଫି’ ଆଦାୟ ହେତୁ ଏହା ପ୍ରତିକୂଳ ପ୍ରଭାବ ପକାଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp