ଟ୍ରମ୍ପଙ୍କ ଶୁଳ୍କ ହ୍ରାସ ଭାରତ ପାଇଁ ସୁଯୋଗ ଆଣିବ, ଚୀନ ତୁଳନାରେ ୨୦% ଶସ୍ତା ହେବ ଭାରତୀୟ ସାମଗ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ରପ୍ତାନୀ କରାଯାଉଥିବା ଆଇଫୋନ୍, ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲାପଟପ୍ ଚୀନଠାରୁ ରପ୍ତାନୀ ହେଉଥିବା ଉତ୍ପାଦ ତୁଳନାରେ ୨୦ ପ୍ରତିଶତ ଶସ୍ତା ହେବ। ନିକଟରେ ଟ୍ରମ୍ପ ପ୍ରଶାସନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅତିରିକ୍ତ ଆମଦାନୀ ଶୁଳ୍କରୁ ବାଦ୍‌ ଦେବା ପରେ ଭାରତକୁ ଏହି ଫାଇଦା ମିଳିବ ବୋଲି ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ) କହିଛି। ଶନିବାର ଆମେରିକା ଏହାର ଶୁଳ୍କ ନୀତିକୁ ସଂଶୋଧନ କରି ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଏବଂ କିଛି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ […]

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ରପ୍ତାନୀ କରାଯାଉଥିବା ଆଇଫୋନ୍, ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲାପଟପ୍ ଚୀନଠାରୁ ରପ୍ତାନୀ ହେଉଥିବା ଉତ୍ପାଦ ତୁଳନାରେ ୨୦ ପ୍ରତିଶତ ଶସ୍ତା ହେବ। ନିକଟରେ ଟ୍ରମ୍ପ ପ୍ରଶାସନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅତିରିକ୍ତ ଆମଦାନୀ ଶୁଳ୍କରୁ ବାଦ୍‌ ଦେବା ପରେ ଭାରତକୁ ଏହି ଫାଇଦା ମିଳିବ ବୋଲି ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ) କହିଛି।

ଆହୁରି ପଢ଼ନ୍ତୁ: ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ନିର୍ମାଣ ଏବଂ ଉତ୍ପାଦନ କ୍ଷେତ୍ର ପାଇଁ ପ୍ରିମିୟମ୍ ଗାଲଭାନାଇଜଡ୍ ଷ୍ଟିଲ୍ ବ୍ରାଣ୍ଡ 'ପେଲିକାନ୍' ର ବଜାର ପ୍ରବେଶ

ଶନିବାର ଆମେରିକା ଏହାର ଶୁଳ୍କ ନୀତିକୁ ସଂଶୋଧନ କରି ସ୍ମାର୍ଟଫୋନ୍, ଟାବଲେଟ୍, ଲାପଟପ୍ ଏବଂ କିଛି ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ଲାଗୁ ହୋଇଥିବା ପାଲଟା ଶୁଳ୍କରୁ ମୁକ୍ତ କରିଦେଇଛନ୍ତି। ଫଳରେ ଏବେ ଭାରତ ଓ ଭିଏତନାମ ଚୀନ୍ ତୁଳନାରେ ୨୦ ପ୍ରତିଶତ ଶୁଳ୍କ ଲାଭ ପାଇପାରିବେ ବୋଲି ଆଇସିଇଏ କହିଛି। ଆଇସିଇଏ ଅଧ୍ୟକ୍ଷ ପଙ୍କଜ ମୋହିନ୍ଦ୍ରୁ ପିଟିଆଇକୁ ସୂଚନା ଦେଇ କହିଛନ୍ତି ଚୀନରେ ତିଆରି ଆଇଫୋନ୍, ଲାପଟପ୍, ଟାବଲେଟ୍ ଏବଂ ଘଣ୍ଟା ଉପରେ ଏବେ ବି ୨୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି। କେବଳ ପାଲଟା ଶୁଳ୍କକୁ ହଟାଇ ଦିଆଯାଇଛି। ଭାରତରେ ଆଇଫୋନ୍ ଏବଂ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଉପରେ ଶୂନ୍ୟ ଶୁଳ୍କ ଅଛି। ଭିଏତନାମରେ ମଧ୍ୟ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଉପରେ ଶୂନ୍ୟ ଶୁଳ୍କ ଅଛି। ତେଣୁ ଏ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ସମାନ ସ୍ଥିତିରେ ଅଛନ୍ତି। ଉଭୟ ଚୀନ୍ ତୁଳନାରେ ୨୦ ପ୍ରତିଶତ ଶୁଳ୍କ ଲାଭ ଉପଭୋଗ କରିପାରିବେ।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

ଆଇସିଇଏ ଭାରତରେ ଆପଲ୍, ଫକ୍ସକନ୍ ଏବଂ ଡିକ୍ସନ୍ ସମେତ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ନିର୍ମାତାଙ୍କୁ ପ୍ରତିନିଧିତ୍ୱ କରେ। ଆମେରିକାର ଏଭଳି ନୀତିରେ ପରିବର୍ତ୍ତନ ଭାରତରେ ଏହିସବୁ ସାମଗ୍ରୀର ରପ୍ତାନୀ ବଢ଼ାଇବ। ବିଶେଷ କରି ଆପଲ୍‌କୁ ଏହାର ଅଧିକ ପାଇଦା ମିଳିବ। ଆଇଫୋନ୍ ଇକୋସିଷ୍ଟମ୍ ଭାରତରେ ବର୍ତ୍ତମାନ ସବୁଠାରୁ ବଡ଼ ନିଯୁକ୍ତି ସୃଷ୍ଟିକାରୀଙ୍କ ମଧ୍ୟରେ ଅନ୍ୟତମ। ତେଣୁ କମ୍ପାନୀ ଭାରତରେ ଅଧିକରୁ ଅଧିକ ସ୍ମାର୍ଟଫୋନ୍ ଉତ୍ପଦାନ କରିବ। ଆଇସିଇଏ ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଭାରତରୁ ମୋବାଇଲ୍ ଫୋନ୍ ରପ୍ତାନୀ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଯାହା ପୂର୍ବ ବର୍ଷର ୧.୨୯ ଲକ୍ଷ କୋଟି ଟଙ୍କା ତୁଳନାରେ ୫୫ ପ୍ରତିଶତ ଅଧିକ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ରପ୍ତାନିରେ କେବଳ ଆଇଫୋନ୍ ୧.୫ ଲକ୍ଷ କୋଟି ଟଙ୍କା ଅବଦାନ ରଖିଛି। ତେଣୁ ବର୍ତ୍ତମାନ ହିଁ ଚୀନକୁ ଟପିବାର ପ୍ରକୃତ ସମୟ ବୋଲି ମହିନ୍ଦ୍ରୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ହୁଥିଙ୍କ କବଜାରେ ମୋଚା ବନ୍ଦର: ବିଶ୍ୱ ତୈଳ ବଜାର ଓ ନୌବାଣିଜ୍ୟ ପାଇଁ ବଢ଼ିଲା ବିପଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର