ହିଣ୍ଡେନ୍ବର୍ଗ ପରି ହେବ ଆଉ ଏକ ବିସ୍ଫୋରଣ !
ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ନିବେଶକ ଜର୍ଜ ସୋରୋସଙ୍କ ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ(ଓସିସିଆର୍ପି) ଏବଂ ରକଫେଲର୍ ବ୍ରଦର୍ସ ପାଣ୍ଠି ଭାରତର କର୍ପୋରେଟ୍ ହାଉସ୍ଗୁଡିକ ବିରୋଧରେ ଆଉ ଏକ ହିଣ୍ଡେନ୍ବର୍ଗ ଭଳି ରିପୋର୍ଟ ଆଣିବାକୁ ବିଚାର କରୁଛି। ଚଳିତବର୍ଷ ଜାନୁୟାରୀରେ ଆସିଥିବା ହିଣ୍ଡେନ୍ବର୍ଗ ୨.୦ ଭଳି ଏକ ରିପୋର୍ଟ ଆସିବାକୁ ଥିବାରୁ ଏହାକୁ ନେଇ ପୁଞ୍ଜି ବଜାର ନିୟାମକ ସେବି ଏବଂ ଅନ୍ୟାନ୍ୟ ଗୁପ୍ତଚର ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକ ସତର୍କ ହୋଇପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମିଳିଥିବା […]
ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ନିବେଶକ ଜର୍ଜ ସୋରୋସଙ୍କ ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟ ପ୍ରକଳ୍ପ(ଓସିସିଆର୍ପି) ଏବଂ ରକଫେଲର୍ ବ୍ରଦର୍ସ ପାଣ୍ଠି ଭାରତର କର୍ପୋରେଟ୍ ହାଉସ୍ଗୁଡିକ ବିରୋଧରେ ଆଉ ଏକ ହିଣ୍ଡେନ୍ବର୍ଗ ଭଳି ରିପୋର୍ଟ ଆଣିବାକୁ ବିଚାର କରୁଛି। ଚଳିତବର୍ଷ ଜାନୁୟାରୀରେ ଆସିଥିବା ହିଣ୍ଡେନ୍ବର୍ଗ ୨.୦ ଭଳି ଏକ ରିପୋର୍ଟ ଆସିବାକୁ ଥିବାରୁ ଏହାକୁ ନେଇ ପୁଞ୍ଜି ବଜାର ନିୟାମକ ସେବି ଏବଂ ଅନ୍ୟାନ୍ୟ ଗୁପ୍ତଚର ଏବଂ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକ ସତର୍କ ହୋଇପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମିଳିଥିବା ସୂଚନା ଅନୁଯାୟୀ, ସେବି ବିଭିନ୍ନ କମ୍ପାନୀରେ ନିବେଶ ଢ଼ାଞ୍ଚାକୁ ଗମ୍ଭୀର ଭାବରେ ନଜର ରଖିଛି ଏବଂ ପ୍ରକୃତ ନିବେଶକଙ୍କ ସ୍ୱାର୍ଥ ରକ୍ଷା କରିବାକୁ ଚେଷ୍ଟା କରୁଛି।
ଚଳିତ ବର୍ଷ ଜାନୁଆରୀରେ ହିଣ୍ଡେନ୍ବର୍ଗ ରିସର୍ଚ୍ଚର ରିପୋର୍ଟ ଆସିବା ପରେ ଗୌତମ ଆଦାନୀଙ୍କ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ପ୍ରଚୁର ହ୍ରାସ ରେକର୍ଡ କରାଯାଇଥିଲା। ଏହାର ପ୍ରଭାବରେ ଆଦାନୀ ଗ୍ରୁପ କମ୍ପାନୀଗୁଡିକର ଅଂଶଧନ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଥିଲ। ହିଣ୍ଡେନ୍ବର୍ଗ ପରି ଅନ୍ୟ ଏକ ରିପୋର୍ଟ ଆସିବାକୁ ପୁଞ୍ଜି ବଜାର ନିୟାମକ ଗମ୍ଭୀରତା ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଆମେରିକୀୟ ରିସର୍ଚ୍ଚ ଏବଂ ସର୍ଟ ସେଲର ହିଣ୍ଡେନ୍ବର୍ଗ ଆଦାନି ଗ୍ରୁପ ବିରୋଧରେ ଆଣିଥିବା ଅନିୟମିତତା ଅଭିଯୋଗର ପ୍ରାୟ ୭ ମାସ ପରେ ଅନ୍ୟ ଏକ ସଂସ୍ଥା ଦେଶର କର୍ପୋରେଟ୍ ସଂସ୍ଥାଗୁଡିକ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଜର୍ଜ ସୋରୋସଙ୍କ୍ ଓସିସିଆରର ସଂଗଠିତ ଅପରାଧ କ୍ଷେତ୍ରରେ ଭଲ ଦବ୍ଦବା ରହିଛି।
କମ୍ପାନୀ ବିଭିନ୍ନ ଗଣମାଧମ ମିଡିଆ ହାଉସ୍ ସହ ସହଭାଗିତା ମାଧ୍ୟମରେ ଏହି ପ୍ରବନ୍ଧଗୁଡିକ ପ୍ରକାଶ କରିଥାଏ। ଜର୍ଜ ସୋରୋସଙ୍କର ଓପନ୍ ସୋସାଇଟି ଫାଉଣ୍ଡେସନ୍ ଏହାକୁ ଅନୁଦାନ ପ୍ରଦାନ କରେ। ସାରା ବିଶ୍ୱରେ ପରିବର୍ତ୍ତନଶୀଳ ଚିନ୍ତାଧାରାକୁ ଆଗକୁ ବଢ଼ାଇବା ପାଇଁ ଅର୍ଥ ପ୍ରଦାନ କ୍ଷେତ୍ରରେ ଜର୍ଜ ସୋରୋସ୍ ଆଗରେ ରହିଛନ୍ତି। ଅନ୍ୟାନ୍ୟ ଟେଉଁ ଅନୁଷ୍ଠାନଗୁଡିକରୁ ଏହାକୁ ଅନୁଦାନ ମିଳିଥାଏ ସେହି ସଂସ୍ଥାଗୁଡିକ ହେଉଛି ଫୋର୍ଡ ଫାଉଣ୍ଡେସନ୍, ରକଫେଲର୍ ବ୍ରଦର୍ସ ଫଣ୍ଡ ଏବଂ ଓକ୍ ଫାଉଣ୍ଡେସନ୍। ହିନ୍ଦେନବର୍ଗ ୨.୦ରେ କର୍ପୋରେଟ୍ ହାଉସ୍ଗୁଡିକର ସେୟାରରେ ବିନିଯୋଗ କରୁଥିବା ବିଦେଶୀ ପାଣ୍ଠିର ସମ୍ପୃକ୍ତି ବିଷୟରେ ରିପୋର୍ଟ ଆସିପାରେ।





