କେନ୍ଦ୍ର ବଜେଟ୍ ୨୦୨୩ : ଆଜିଠୁ ଆରମ୍ଭ ହେବ ବଜେଟ୍‌ ପ୍ରସ୍ତୁତି ପ୍ରକିୟା

The Sakala Picture
Published On

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବଜେଟ୍‌ରେ ସରକାରଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ଆର୍ଥିକବର୍ଷ ୨୦୨୨-୨୩ ପାଇଁ ବ୍ୟୟର ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ପାଣ୍ଠିର ଆବଶ୍ୟକତା ଉପରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ସହ ଆଲୋଚନା ସହିତ ବଜେଟ୍ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ବଜେଟ୍‌ ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ପରିବେଶ, ଜଙ୍ଗଲ […]

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବଜେଟ୍‌ରେ ସରକାରଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ଆର୍ଥିକବର୍ଷ ୨୦୨୨-୨୩ ପାଇଁ ବ୍ୟୟର ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ପାଣ୍ଠିର ଆବଶ୍ୟକତା ଉପରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ସହ ଆଲୋଚନା ସହିତ ବଜେଟ୍ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ବଜେଟ୍‌ ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟସହ ସଂଶୋଧିତ ଆକଳନ ଉପରେ ବୈଠକାରେ ଆଲୋଚନା ହେବ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ଉପରେ ଅଧିକାଂଶ ବୈଠକ ଅର୍ଥ ସଚିବ ଏବଂ ବ୍ୟୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଜେଟ୍ ବିଭାଗର କହିବାନୁଯାୟୀ, ଏକ ମାସ ଯାଏ ଚାଲିବାକୁ ଥିବା ଏହି ବଜେଟ୍‌ ପ୍ରସ୍ତୁତି ବୈଠକ ନଭେମ୍ବର ୧୦ରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ, କୃଷି ଅନୁସନ୍ଧାନ ବିଭାଗ ଏବଂ ଶିକ୍ଷା, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଶେଷ ହେବ। ପ୍ରାକ୍‌ ବଜେଟ୍ ବୈଠକ ପରେ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ସାମୟିକ ଭାବେ ଚୂଡାନ୍ତ କରାଯିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

ଏହି ବୈଠକ ସେହି ସମୟରେ ହେବାକୁ ଯାଉଛି ଯେତେବେଳେ ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ବ ବ୍ୟାଙ୍କ ଭଳି ଅନେକ ପ୍ରତିଷ୍ଠାନ ଭାରତର ଅଭିବୃଦ୍ଧି ହାରକୁ ଯଥାକ୍ରମେ ୭ ପ୍ରତିଶତ ଏବଂ ୬.୫ ପ୍ରତିଶତକୁ ହ୍ରାସ ଘଟାଇଛନ୍ତି। ଏହା ନରେନ୍ଦ୍ର ମୋଦୀ ୨.୦ ସରକାର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ୫ମ ବଜେଟ୍‌ ହେବ। ତେବେ ୨୦୨୪ ଏପ୍ରିଲ୍-ମେ’ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣ ବଜେଟ୍। ନିର୍ବାଚନ ବର୍ଷରେ ସରକାର ଏକ ସୀମିତ ସମୟ ଲେଖାନୁଦାନ ଆଗତ କରିଥାନ୍ତି। ଏହାପରେ ଜୁଲାଇରେ ବଜେଟ୍ ଉପସ୍ଥାପନ କରାଯାଇଥାଏ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ୨୦୨୩ ଫେବୃଆରୀ ପହିଲାରେ ଆଗତ କରାଯିବା ଆଶା କରାଯାଉଛି।

10 Oct 2022 By The Sakala

କେନ୍ଦ୍ର ବଜେଟ୍ ୨୦୨୩ : ଆଜିଠୁ ଆରମ୍ଭ ହେବ ବଜେଟ୍‌ ପ୍ରସ୍ତୁତି ପ୍ରକିୟା

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଆଗାମୀ ବଜେଟ୍‌ରେ ସରକାରଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉପରେ ଅଧିକ ଧ୍ୟାନ ଦିଆଯିବ। ଚଳିତ ଆର୍ଥିକବର୍ଷ ୨୦୨୨-୨୩ ପାଇଁ ବ୍ୟୟର ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ପାଣ୍ଠିର ଆବଶ୍ୟକତା ଉପରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ସହ ଆଲୋଚନା ସହିତ ବଜେଟ୍ ପ୍ରକ୍ରିୟା ଆରମ୍ଭ ହେବ। ସୋମବାର ବଜେଟ୍‌ ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରାଳୟ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରାଳୟସହ ସଂଶୋଧିତ ଆକଳନ ଉପରେ ବୈଠକାରେ ଆଲୋଚନା ହେବ।

ଚଳିତ ଆର୍ଥିକବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ଉପରେ ଅଧିକାଂଶ ବୈଠକ ଅର୍ଥ ସଚିବ ଏବଂ ବ୍ୟୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଜେଟ୍ ବିଭାଗର କହିବାନୁଯାୟୀ, ଏକ ମାସ ଯାଏ ଚାଲିବାକୁ ଥିବା ଏହି ବଜେଟ୍‌ ପ୍ରସ୍ତୁତି ବୈଠକ ନଭେମ୍ବର ୧୦ରେ କୃଷି ଏବଂ କୃଷକ କଲ୍ୟାଣ ବିଭାଗ, କୃଷି ଅନୁସନ୍ଧାନ ବିଭାଗ ଏବଂ ଶିକ୍ଷା, ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ, ରେଳ ମନ୍ତ୍ରାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ଶେଷ ହେବ। ପ୍ରାକ୍‌ ବଜେଟ୍ ବୈଠକ ପରେ ୨୦୨୩-୨୪ ପାଇଁ ବଜେଟ୍ ଆକଳନ ସାମୟିକ ଭାବେ ଚୂଡାନ୍ତ କରାଯିବ।

ଏହି ବୈଠକ ସେହି ସମୟରେ ହେବାକୁ ଯାଉଛି ଯେତେବେଳେ ରିଜର୍ଭ ବ୍ୟାଙ୍କ ଏବଂ ବିଶ୍ବ ବ୍ୟାଙ୍କ ଭଳି ଅନେକ ପ୍ରତିଷ୍ଠାନ ଭାରତର ଅଭିବୃଦ୍ଧି ହାରକୁ ଯଥାକ୍ରମେ ୭ ପ୍ରତିଶତ ଏବଂ ୬.୫ ପ୍ରତିଶତକୁ ହ୍ରାସ ଘଟାଇଛନ୍ତି। ଏହା ନରେନ୍ଦ୍ର ମୋଦୀ ୨.୦ ସରକାର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ୫ମ ବଜେଟ୍‌ ହେବ। ତେବେ ୨୦୨୪ ଏପ୍ରିଲ୍-ମେ’ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣ ବଜେଟ୍। ନିର୍ବାଚନ ବର୍ଷରେ ସରକାର ଏକ ସୀମିତ ସମୟ ଲେଖାନୁଦାନ ଆଗତ କରିଥାନ୍ତି। ଏହାପରେ ଜୁଲାଇରେ ବଜେଟ୍ ଉପସ୍ଥାପନ କରାଯାଇଥାଏ। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ୨୦୨୩ ଫେବୃଆରୀ ପହିଲାରେ ଆଗତ କରାଯିବା ଆଶା କରାଯାଉଛି।

https://www.thesakala.in/business/the-budget-preparation-process-will-begin-today/article-15593
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp