ବରିଷ୍ଠ ନାଗରିକଙ୍କୁ ରେଳ ଟିକଟ କ୍ଷେତ୍ରରେ ମିଳିପାରେ ରିଆତି

The Sakala Picture
Published On

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ଭଲ ଖବର। ପୂର୍ବରୁ ରେଳ ଟିକଟ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ଉପଭୋଗ କରୁଥିବା ରିଆତି ସୁବିଧା ସେମାନଙ୍କୁ ପୁଣିଥରେ ମିଳିପାରେ। ୨୦୨୦ଠାରୁ ବନ୍ଦ ହୋଇଯାଇଥିବା ଏହି ରିଆତି ସୁବିଧା ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ରହିଛି। ଟିକଟ ରିଆତି ବନ୍ଦକୁ ନେଇ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ରେଳବାଇ ବରିଷ୍ଠ ନାଗରିକ ରିହାତି ବ୍ୟବସ୍ଥା ପୁଣି ଥରେ ଆରମ୍ଭ କିବାକୁ ପୁନର୍ବିଚାର କରୁଛି। ତେବେ ଏଥର ଏହି […]

ନୂଆଦିଲ୍ଲୀ: ବରିଷ୍ଠ ନାଗରିକଙ୍କ ପାଇଁ ଭଲ ଖବର। ପୂର୍ବରୁ ରେଳ ଟିକଟ କ୍ଷେତ୍ରରେ ବରିଷ୍ଠ ନାଗରିକମାନେ ଉପଭୋଗ କରୁଥିବା ରିଆତି ସୁବିଧା ସେମାନଙ୍କୁ ପୁଣିଥରେ ମିଳିପାରେ। ୨୦୨୦ଠାରୁ ବନ୍ଦ ହୋଇଯାଇଥିବା ଏହି ରିଆତି ସୁବିଧା ପୁନର୍ବାର ଆରମ୍ଭ ହେବାର ସମ୍ଭାବନା ରହିଛି। ଟିକଟ ରିଆତି ବନ୍ଦକୁ ନେଇ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ ରେଳବାଇ ବରିଷ୍ଠ ନାଗରିକ ରିହାତି ବ୍ୟବସ୍ଥା ପୁଣି ଥରେ ଆରମ୍ଭ କିବାକୁ ପୁନର୍ବିଚାର କରୁଛି। ତେବେ ଏଥର ଏହି ସୁବିଧା ସମସ୍ତ ବରିଷ୍ଠ ନାଗରିକଙ୍କୁ ମିଳି ନ ପାରେ। ଏଣିକି ଏହି ରିଆତି ରେଳବାଇ କେବଳ ସାଧାରଣ ତଥା ସ୍ଲିପର ଶ୍ରେଣୀର ବରିଷ୍ଠ ନାଗରିକଙ୍କୁ ଦେବ। ଆହୁରିମଧ୍ୟ ରେଳବାଇ ଏଥିରେ ବୟସ ବର୍ଗରେ ପରିବର୍ତ୍ତନ ନେଇ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ରିପୋର୍ଟ ଅନୁଯାୟୀ, ରେଳବାଇ କେବଳ ୭୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ପାଇଁ ଟିକଟ ରିହାତି ସୁବିଧା ଯୋଗାଇଦେବ। ଏ କ୍ଷେତ୍ରରେ ବୟସ ମାନଦଣ୍ଡରେ କେତେକ ପରିବର୍ତ୍ତନ କରାଯାଇଛି। କରୋନା ମହାମାରୀ ସମୟରେ ଉକ୍ତ ରିଆତି ପ୍ରତ୍ୟାହାର ହେବା ପୂର୍ବରୁ ମହିଳାମାନଙ୍କ ପାଇଁ ଟିକଟ କ୍ଷେତ୍ରରେ ବୟସ ସୀମା ୫୮ ରହିଥିବାବେଳେ ପୁରୁଷଙ୍କ ପାଇଁ ୬୦ ଏବଂ ତାଠାରୁ ଅଧିକ ରହିଥିଲା। ମହିଳାମାନେ ୫୦ ପ୍ରତିଶତ ଟିକଟ ରିହାତି ପାଇଁ ଯୋଗ୍ୟ ହୋଇଥିବାବେଳେ ପୁରୁଷ ଏବଂ ତୃତୀୟ ଲିଙ୍ଗୀମାନେ ସମସ୍ତ ଶ୍ରେଣୀର ଟିକଟରେ ୪୦ ପ୍ରତିଶତ ରିହାତି ପାଇପାରିବେ। ଅପରପକ୍ଷେ ରେଳବାଇ ବର୍ତ୍ତମାନ ରିଆତି ସୀମା କେବଳ ଅଣ-ଏସି ରେଳ ଯାତ୍ରା ମଧ୍ୟରେ ସୀମିତ ରଖିବାକୁ ବିଚାର କରୁଛି। ରେଳବାଇ ଧାରଣା ଅନୁଯାୟୀ, ଯଦି ଟିକଟ ରିଆତି ବ୍ୟବସ୍ଥାକୁ ସ୍ଲିପର ଏବଂ ସାଧାରଣ ଶ୍ରେଣୀର ଯାତ୍ରା କ୍ଷେତ୍ରରେ ସୀମିତ ରଖିବା, ତେବେ ଆମେ ୭୦ ପ୍ରତିଶତ ଯାତ୍ରୀଙ୍କୁ କଭର କରିପାରିବା। ଏହାଛଡା ରେଳବାଇର ଅନ୍ୟ ଏକ ବିକଳ୍ପ ହେଉଛି ସମସ୍ତ ଟ୍ରେନରେ ‘ପ୍ରିମିୟମ୍ ତତ୍‌କାଳ’ ଯୋଜନାର ପ୍ରବର୍ତ୍ତନ। ଏହା ରେଳବାଇକୁ ଅଧିକ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିବ, ଯାହା ରିଆତିର ଭାରକୁ ଦୂର କରିପାରିବ। ଏହି ସ୍କିମ୍ ବର୍ତ୍ତମାନ ପ୍ରାୟ ୮୦ଟି ଟ୍ରେନରେ ପ୍ରଚଳିତ। ‘ପ୍ରିମିୟମ୍ ତତ୍‌କାଲ୍’ ସ୍କିମ୍ ହେଉଛି ରେଳବାଇ ଦ୍ବାରା ପ୍ରବର୍ତ୍ତିତ ଏକ କୋଟା ଯାହା ଗତିଶୀଳ ଭଡା ମୂଲ୍ୟ ସହିତ କିଛି ସିଟ୍ ସଂରକ୍ଷଣ କରିଥାଏ। ଏହି କୋଟା ଶେଷ ମୁହୂର୍ତ୍ତରେ ଟିକଟ ବୁକ୍‌ କରୁଥିବା ଯାତ୍ରୀମାନଙ୍କ ପାଇଁ ଲାଭଦାୟକ ହେବ। ‘ପ୍ରିମିୟମ୍ ତତ୍‌କାଳ’ ଭଡା ମୂଳ ଟ୍ରେନ୍ ଭଡା ଏବଂ ଅତିରିକ୍ତ ତତ୍‌କାଳ ଚାର୍ଜକୁ ନେଇ ଗଠିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର