ଆମେରିକା ସହଯୋଗରେ ଭାରତରେ ନିର୍ମାଣ ହେବ ସେମିକଣ୍ଡକ୍ଟର

The Sakala Picture
Published On

ନୂଆଦିଲ୍ଲୀ: ଆଗାମୀ ଦିନରେ ଆମେରିକା ସହଯୋଗରେ ଭାରତରେ ନିର୍ମାଣ ହେବ ସେମିକଣ୍ଡକ୍ଟର। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ […]

ନୂଆଦିଲ୍ଲୀ: ଆଗାମୀ ଦିନରେ ଆମେରିକା ସହଯୋଗରେ ଭାରତରେ ନିର୍ମାଣ ହେବ ସେମିକଣ୍ଡକ୍ଟର। ଗତକାଲି ନୂଆଦିଲ୍ଲୀଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସୁଯୋଗକୁ ଖୋଲିବା ପାଇଁ ସହଯୋଗ ଉପରେ ଆଲୋଚନା ନିମନ୍ତେ ଆଜି ଭାରତ-ଆମେରିକାର ବାଣିଜ୍ୟିକ ଆଲୋଚନା ପୁନଃଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଆମେରିକାର ସିଏଚଆଇପିଏସ୍ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି। ଏହା ଉଭୟ ଦେଶର ସହାୟକ ଶକ୍ତି ବୃଦ୍ଧି କରିବା ଏବଂ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର ବିଭିନ୍ନ ଦିଗ ଉପରେ ଆଲୋଚନା ମାଧ୍ୟମରେ ବାଣିଜ୍ୟିକ ସୁଯୋଗ ଏବଂ ସେମିକଣ୍ଡକ୍ଟର ଇନୋଭେସନ୍ ଇକୋସିଷ୍ଟମର ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି। ଏମଓୟୁ ପାରସ୍ପରିକ ଲାଭଦାୟକ ଗବେଷଣା ଓ ବିକାଶ, ପ୍ରତିଭା ଏବଂ ଦକ୍ଷତା ବିକାଶ ପାଇଁ ଯୋଜନା କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର