ବିଜ୍ଞାପନ ପ୍ରକାଶ ପୂର୍ବରୁ ସ୍ୱ-ଘୋଷଣାପତ୍ର ଦାଖଲ ବାଧ୍ୟ

The Sakala Picture
Published On

ନୂଆଦିଲ୍ଲୀ: କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସି ‘ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍’ ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ […]

ନୂଆଦିଲ୍ଲୀ: କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସି ‘ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍’ ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ/ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ବା ବୈଶିଷ୍ଟ୍ୟ ଆରମ୍ଭ କରିଛି । ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ଏହି ପୋର୍ଟାଲ ୪ ଜୁନ୍ ୨୦୨୪ରେ କାର୍ଯ୍ୟକ୍ଷମ ହେବ। ୧୮ ଜୁନ୍ ୨୦୨୪ କିମ୍ବା ତା›ପରେ ଜାରି/ପ୍ରସାରଣ/ପ୍ରକାଶିତ ହେବାକୁ ଥିବା ସମସ୍ତ ନୂତନ ବିଜ୍ଞାପନ ପାଇଁ ସମସ୍ତ ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣା ପ୍ରମାଣପତ୍ର ପ୍ରାପ୍ତ କରିବା ଆବଶ୍ୟକ। ସମସ୍ତ ଅଂଶୀଦାରଙ୍କୁ ସ୍ୱ-ପ୍ରମାଣପତ୍ର ପ୍ରକ୍ରିୟା ସହିତ ପରିଚିତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ପାଇଁ ଦୁଇ ସପ୍ତାହର ବଫର ଅବଧି ରଖାଯାଇଛି। ଜାରି ରହିଥିବା ବିଜ୍ଞାପନରେ ବର୍ତ୍ତମାନ ସ୍ୱ- ଘୋଷଣା ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ନାହିଁ, ଏବଂ (ii) କେବୁଲ ଟେଲିଭିଜନ ନେଟୱାର୍କ ନିୟମ, 1994 ର ନିୟମ 7 ଏବଂ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ସଂହିତା ସମେତ ସମସ୍ତ ପ୍ରାସଙ୍ଗିକ ନିୟାମକ ନିର୍ଦ୍ଦେଶାବଳୀକୁ ବିଜ୍ଞାପନରେ ପାଳନ କରାଯାଇଛି ବୋଲି ଦର୍ଶାଇବା ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲର ଉଦ୍ଦେଶ୍ୟ। ସମ୍ପୃକ୍ତ ପ୍ରସାରଣକାରୀ, ମୁଦ୍ରାକର (ପ୍ରିଣ୍ଟର୍‌), ପ୍ରକାଶକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ରେକର୍ଡ ପାଇଁ ବିଜ୍ଞାପନଦାତା ସ୍ୱ-ଘୋଷଣା ପ୍ରମାଣପତ୍ର ଅପଲୋଡ୍ କରିବାର ପ୍ରମାଣ ପ୍ରଦାନ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୈଧ ସ୍ୱ-ଘୋଷଣା ପ୍ରମାଣପତ୍ର ବିନା ଟେଲିଭିଜନ, ପ୍ରିଣ୍ଟ ମିଡିଆ କିମ୍ବା ଇଣ୍ଟରନେଟରେ କୌଣସି ବିଜ୍ଞାପନ ଚଳାଇବାକୁ ଅନୁମତି ଦିଆଯିବନାହିଁ।

ଆହୁରି ପଢ଼ନ୍ତୁ: ଟୋଲ୍ ପ୍ଲାଜାର ୨୦ କି.ମି ପରିଧିରେ ରହୁଥିଲେ ‘ଲୋକାଲ୍ ପାସ୍’, ରାଜମାର୍ଗଯାତ୍ରା ଆପ୍‌ରେ କରିହେବ ଆବେଦନ...

04 Jun 2024 By The Sakala

ବିଜ୍ଞାପନ ପ୍ରକାଶ ପୂର୍ବରୁ ସ୍ୱ-ଘୋଷଣାପତ୍ର ଦାଖଲ ବାଧ୍ୟ

ନୂଆଦିଲ୍ଲୀ: କୌଣସି ବିଜ୍ଞାପନ ପ୍ରକାଶ କିମ୍ବା ପ୍ରସାରଣ କରିବା ପୂର୍ବରୁ ସମସ୍ତ ବିଜ୍ଞାପନଦାତା / ବିଜ୍ଞାପନ ଏଜେନ୍ସି ‘ସେଲ୍ଫ-ଡିକ୍ଲାରେସନ୍ ସାର୍ଟିଫିକେଟ୍’ ବା ‘ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରିଟ୍ ପିଟିସନ ସିଭିଲ ସଂଖ୍ୟା ୬୪୫/୨୦୨୨-ଆଇଏମଏ ଏବଂ ଏଏନଆର ବନାମ ୟୁଓଆଇ ଆଣ୍ଡ ଅନ୍ୟାନ୍ୟଙ୍କ ମାମଲାରେ ୦୭.୦୫.୨୦୨୪ ରେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଓ ରେଡିଓ ବିଜ୍ଞାପନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରସାରଣ ସେବା ପୋର୍ଟାଲରେ ଏବଂ ପ୍ରିଣ୍ଟ ଓ ଡିଜିଟାଲ/ଇଣ୍ଟରନେଟ୍ ବିଜ୍ଞାପନ ପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପୋର୍ଟାଲରେ ଏକ ନୂଆ ଫିଚର ବା ବୈଶିଷ୍ଟ୍ୟ ଆରମ୍ଭ କରିଛି । ବିଜ୍ଞାପନଦାତା/ବିଜ୍ଞାପନ ଏଜେନ୍ସିର ଜଣେ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ସ୍ୱାକ୍ଷରିତ ପ୍ରମାଣପତ୍ର ଏହି ପୋର୍ଟାଲ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।

ଏହି ପୋର୍ଟାଲ ୪ ଜୁନ୍ ୨୦୨୪ରେ କାର୍ଯ୍ୟକ୍ଷମ ହେବ। ୧୮ ଜୁନ୍ ୨୦୨୪ କିମ୍ବା ତା›ପରେ ଜାରି/ପ୍ରସାରଣ/ପ୍ରକାଶିତ ହେବାକୁ ଥିବା ସମସ୍ତ ନୂତନ ବିଜ୍ଞାପନ ପାଇଁ ସମସ୍ତ ବିଜ୍ଞାପନଦାତା ଏବଂ ବିଜ୍ଞାପନ ଏଜେନ୍ସିମାନଙ୍କ ଦ୍ୱାରା ସ୍ୱ-ଘୋଷଣା ପ୍ରମାଣପତ୍ର ପ୍ରାପ୍ତ କରିବା ଆବଶ୍ୟକ। ସମସ୍ତ ଅଂଶୀଦାରଙ୍କୁ ସ୍ୱ-ପ୍ରମାଣପତ୍ର ପ୍ରକ୍ରିୟା ସହିତ ପରିଚିତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ପାଇଁ ଦୁଇ ସପ୍ତାହର ବଫର ଅବଧି ରଖାଯାଇଛି। ଜାରି ରହିଥିବା ବିଜ୍ଞାପନରେ ବର୍ତ୍ତମାନ ସ୍ୱ- ଘୋଷଣା ପ୍ରମାଣପତ୍ରର ଆବଶ୍ୟକତା ନାହିଁ। ବିଜ୍ଞାପନରେ ବିଭ୍ରାନ୍ତିକର ଦାବି ନାହିଁ, ଏବଂ (ii) କେବୁଲ ଟେଲିଭିଜନ ନେଟୱାର୍କ ନିୟମ, 1994 ର ନିୟମ 7 ଏବଂ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ସଂହିତା ସମେତ ସମସ୍ତ ପ୍ରାସଙ୍ଗିକ ନିୟାମକ ନିର୍ଦ୍ଦେଶାବଳୀକୁ ବିଜ୍ଞାପନରେ ପାଳନ କରାଯାଇଛି ବୋଲି ଦର୍ଶାଇବା ସ୍ୱ-ଘୋଷଣା ପ୍ରମାଣପତ୍ର ଦାଖଲର ଉଦ୍ଦେଶ୍ୟ। ସମ୍ପୃକ୍ତ ପ୍ରସାରଣକାରୀ, ମୁଦ୍ରାକର (ପ୍ରିଣ୍ଟର୍‌), ପ୍ରକାଶକ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କ ରେକର୍ଡ ପାଇଁ ବିଜ୍ଞାପନଦାତା ସ୍ୱ-ଘୋଷଣା ପ୍ରମାଣପତ୍ର ଅପଲୋଡ୍ କରିବାର ପ୍ରମାଣ ପ୍ରଦାନ କରିବା ଆବଶ୍ୟକ। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବୈଧ ସ୍ୱ-ଘୋଷଣା ପ୍ରମାଣପତ୍ର ବିନା ଟେଲିଭିଜନ, ପ୍ରିଣ୍ଟ ମିଡିଆ କିମ୍ବା ଇଣ୍ଟରନେଟରେ କୌଣସି ବିଜ୍ଞାପନ ଚଳାଇବାକୁ ଅନୁମତି ଦିଆଯିବନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp