ଆଇନ ବ୍ୟବସ୍ଥାରେ ସଂସ୍କାର ଜରୁରୀ

The Sakala Picture
Published On

ନୂଆଦିଲ୍ଲୀ : ଭେଦଭାବ ଠାରୁ ଦୂରରେ ରହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଭାଗିଦାରୀ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆଧୁନିକ ଭାରତର ପରିକଳ୍ପନା କରାଯାଇଥିଲା। ସେହି ଅନୁସାରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କୁ ନ୍ୟାୟ ଦେବାକୁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ହେଲେ ଆଜି ଏଭଳି ସ୍ଥିତି ପହଞ୍ଚିଛି ଯେ, ଦେଶର ଅଧିକାଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯିବା ସମ୍ଭବ ହେଉନାହିଁ। ସମାଜର ମାତ୍ର କିଛି ଅଂଶ ଲୋକ […]

ନୂଆଦିଲ୍ଲୀ : ଭେଦଭାବ ଠାରୁ ଦୂରରେ ରହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଭାଗିଦାରୀ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆଧୁନିକ ଭାରତର ପରିକଳ୍ପନା କରାଯାଇଥିଲା। ସେହି ଅନୁସାରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କୁ ନ୍ୟାୟ ଦେବାକୁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ହେଲେ ଆଜି ଏଭଳି ସ୍ଥିତି ପହଞ୍ଚିଛି ଯେ, ଦେଶର ଅଧିକାଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯିବା ସମ୍ଭବ ହେଉନାହିଁ। ସମାଜର ମାତ୍ର କିଛି ଅଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯାଇ ପାରୁଥିବା ବେଳେ ସର୍ବାଧିକ ଲୋକ ନିରବରେ ରହି ପୀଡ଼ା ସହୁଛନ୍ତି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସଏ) ପକ୍ଷରୁ ଏଠାରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକାରଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜଷ୍ଟିସ ରମଣା ଏହା କହିବା ସହିତ ଦେଶର ପ୍ରତ୍ୟେକ ବ୍ୟକ୍ତି ଯେଭଳି ନ୍ୟାୟ ସେବା ପାଇବାକୁ ସକ୍ଷମ ହୁଅନ୍ତି ତାହାକୁ ଆମକୁ ଗୁରୁତ୍ବଦ୍ବୋକୁ ପଡ଼ିବ ବୋଲି କହିଛନ୍ତି। ଏଥିପାଇଁ ସମସ୍ତଙ୍କ ଭାଗିଦାରୀର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକଙ୍କୁ ଆଇନସେବା ଉପଲବ୍ଧ କରାଯିବା ଏକ ସାମାଜିକ ଉପକରଣ ହେବା ଜରୁରୀ ବୋଲି ମଧ୍ୟ ଜଷ୍ଟିସ ରମଣା କହିଛନ୍ତି। ଦେଶରେ ହଜାର ହଜାର ମାମଲା ବିଚାର ପାଇଁ ପଡ଼ି ରହିଥିବା ବେଳେ ବିଚାରାଧୀନ ଅବସ୍ଥାରେ ହଜାର ହଜାର ଲୋକ ଜେଲରେ ସଢୁଛନ୍ତି। ସେମାନଙ୍କୁ ନ୍ୟାୟ ମିଳିବା ଜରୁରୀ। ଆଧୁନିକ ବୈଷୟିକ ଶୈଳୀ ଉପଯୋଗ କରି ଆମକୁ ସେମାନଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଏକ୍ଷେତ୍ରରେ ଜିଲ୍ଲା ଆଇନସେବା ପ୍ରାଧିକରଣଗୁଡିକର ଯଥେଷ୍ଟ ଭୂମିକା ରହିଛି। ଭାରତ ଭଳି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜିଲ୍ଲା ସ୍ତରୀୟ ଆଇନସେବା ବ୍ୟବସ୍ଥା ଦେଶର ନ୍ୟାୟିକ ବ୍ୟବସ୍ଥାର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ୍ଷେତ୍ରରେ ଏହି ପ୍ରାଧିକରଣଗୁଡିକ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଅଗ୍ରାଧିକାର ଭୂମିକା ଗ୍ରହଣ କରିବା ଉଚିତ ବୋଲି ଜଷ୍ଟିସ ରମଣା କହିଛନ୍ତି। ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏନଏଏଲଏସଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷକରି ଲୋକ ଅଦାଲତ, ମଧ୍ୟସ୍ଥ ଆଇନ ବ୍ୟବସ୍ଥା ଏବଂ ଟ୍ରିବ୍ୟୁନାଲ କେନ୍ଦ୍ର ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସହାୟକ ହୋଇପାରିଛି। ତେବେ ଏହିସବୁ ବ୍ୟବସ୍ଥାଗୁଡିକୁ ଆହୁରି ସଶକ୍ତ କରି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜଷ୍ଟିସ ରମଣା କହିଛନ୍ତି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

31 Jul 2022 By The Sakala

ଆଇନ ବ୍ୟବସ୍ଥାରେ ସଂସ୍କାର ଜରୁରୀ

ନୂଆଦିଲ୍ଲୀ : ଭେଦଭାବ ଠାରୁ ଦୂରରେ ରହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଭାଗିଦାରୀ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ଆଧୁନିକ ଭାରତର ପରିକଳ୍ପନା କରାଯାଇଥିଲା। ସେହି ଅନୁସାରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ମଧ୍ୟ ପ୍ରତ୍ୟେକ ଦେଶବାସୀଙ୍କୁ ନ୍ୟାୟ ଦେବାକୁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ହେଲେ ଆଜି ଏଭଳି ସ୍ଥିତି ପହଞ୍ଚିଛି ଯେ, ଦେଶର ଅଧିକାଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯିବା ସମ୍ଭବ ହେଉନାହିଁ। ସମାଜର ମାତ୍ର କିଛି ଅଂଶ ଲୋକ ନ୍ୟାୟ ପାଇବାକୁ ଅଦାଲତ ଯାଇ ପାରୁଥିବା ବେଳେ ସର୍ବାଧିକ ଲୋକ ନିରବରେ ରହି ପୀଡ଼ା ସହୁଛନ୍ତି ବୋଲି ପ୍ରଧାନବିଚାରପତି ଜଷ୍ଟିସ ଏନ ଭି ରମଣା କହିଛନ୍ତି।

ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଲଏସଏ) ପକ୍ଷରୁ ଏଠାରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକାରଣ ସମ୍ମିଳନୀରେ ଯୋଗ ଦେବା ଅବସରରେ ଜଷ୍ଟିସ ରମଣା ଏହା କହିବା ସହିତ ଦେଶର ପ୍ରତ୍ୟେକ ବ୍ୟକ୍ତି ଯେଭଳି ନ୍ୟାୟ ସେବା ପାଇବାକୁ ସକ୍ଷମ ହୁଅନ୍ତି ତାହାକୁ ଆମକୁ ଗୁରୁତ୍ବଦ୍ବୋକୁ ପଡ଼ିବ ବୋଲି କହିଛନ୍ତି। ଏଥିପାଇଁ ସମସ୍ତଙ୍କ ଭାଗିଦାରୀର ଆବଶ୍ୟକତା ରହିଛି ଏବଂ ପ୍ରତ୍ୟେକଙ୍କୁ ଆଇନସେବା ଉପଲବ୍ଧ କରାଯିବା ଏକ ସାମାଜିକ ଉପକରଣ ହେବା ଜରୁରୀ ବୋଲି ମଧ୍ୟ ଜଷ୍ଟିସ ରମଣା କହିଛନ୍ତି। ଦେଶରେ ହଜାର ହଜାର ମାମଲା ବିଚାର ପାଇଁ ପଡ଼ି ରହିଥିବା ବେଳେ ବିଚାରାଧୀନ ଅବସ୍ଥାରେ ହଜାର ହଜାର ଲୋକ ଜେଲରେ ସଢୁଛନ୍ତି। ସେମାନଙ୍କୁ ନ୍ୟାୟ ମିଳିବା ଜରୁରୀ। ଆଧୁନିକ ବୈଷୟିକ ଶୈଳୀ ଉପଯୋଗ କରି ଆମକୁ ସେମାନଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ପଡ଼ିବ।

ଏକ୍ଷେତ୍ରରେ ଜିଲ୍ଲା ଆଇନସେବା ପ୍ରାଧିକରଣଗୁଡିକର ଯଥେଷ୍ଟ ଭୂମିକା ରହିଛି। ଭାରତ ଭଳି ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜିଲ୍ଲା ସ୍ତରୀୟ ଆଇନସେବା ବ୍ୟବସ୍ଥା ଦେଶର ନ୍ୟାୟିକ ବ୍ୟବସ୍ଥାର ମେରୁଦଣ୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ୍ଷେତ୍ରରେ ଏହି ପ୍ରାଧିକରଣଗୁଡିକ ଲୋକଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଅଗ୍ରାଧିକାର ଭୂମିକା ଗ୍ରହଣ କରିବା ଉଚିତ ବୋଲି ଜଷ୍ଟିସ ରମଣା କହିଛନ୍ତି। ସାମାଜିକ ସ୍ତରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏନଏଏଲଏସଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷକରି ଲୋକ ଅଦାଲତ, ମଧ୍ୟସ୍ଥ ଆଇନ ବ୍ୟବସ୍ଥା ଏବଂ ଟ୍ରିବ୍ୟୁନାଲ କେନ୍ଦ୍ର ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସହାୟକ ହୋଇପାରିଛି। ତେବେ ଏହିସବୁ ବ୍ୟବସ୍ଥାଗୁଡିକୁ ଆହୁରି ସଶକ୍ତ କରି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜଷ୍ଟିସ ରମଣା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp