ବ୍ୟାଙ୍କ ଲକରକୁ ନେଇ ଆର୍‌ବିଆଇର ନୂଆ ମାର୍ଗଦର୍ଶିକା, ଚୁକ୍ତି ନବୀକରଣ ଅବଧି ୧ ବର୍ଷ ବଢ଼ିଲା

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗ୍ରାହକମାନଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛି।ଏହି ଅନୁଯାୟୀ, ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଳକର ଅବଧିର କାର୍ଯ୍ୟକାଳ ବୃଦ୍ଧି କରିଛି। ଏହା କରିବାକୁ ଯାଇ ଆର୍‌ବିଆଇ ବ୍ୟାଙ୍କ ଲକର ସମ୍ପର୍କରେ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି। ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କ ଲକର ନିୟମ ପାଇଁ ଏକ ନୂତନ ଚୁକ୍ତି କରିବାରେ ଗ୍ରାହକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ପରେ ଆରବିଆଇ ଏହାର କାର୍ଯ୍ୟକାଳ […]

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗ୍ରାହକମାନଙ୍କୁ ବଡ ଆଶ୍ବସ୍ତି ପ୍ରଦାନ କରିଛି।ଏହି ଅନୁଯାୟୀ, ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଳକର ଅବଧିର କାର୍ଯ୍ୟକାଳ ବୃଦ୍ଧି କରିଛି। ଏହା କରିବାକୁ ଯାଇ ଆର୍‌ବିଆଇ ବ୍ୟାଙ୍କ ଲକର ସମ୍ପର୍କରେ ଏକ ନୂଆ ମାର୍ଗଦର୍ଶିକା ଜାରି କରିଛି।
ଏଠାରେ ସୂଚନାଯୋଗ୍ୟ ଯେ, ନିକଟରେ ବ୍ୟାଙ୍କଗୁଡ଼ିକରେ ବ୍ୟାଙ୍କ ଲକର ନିୟମ ପାଇଁ ଏକ ନୂତନ ଚୁକ୍ତି କରିବାରେ ଗ୍ରାହକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ପରେ ଆରବିଆଇ ଏହାର କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଗ୍ରାହକଙ୍କ ସହିତ ଏକ ନୂତନ ଲକର ଚୁକ୍ତି କରିବାକୁ ବ୍ୟାଙ୍କଗୁଡିକ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମୟ ପାଇବେ। କାରଣ ବ୍ୟାଙ୍କ ଲକର ଚୁକ୍ତିର ନବୀକରଣ ଅବଧିକୁ ଆର୍‌ବିଆଇ ୧ ବର୍ଷ ବୃଦ୍ଧି କରିଛି।

ଯଦିଓ ରିଜର୍ଭ ବ୍ୟାଙ୍କ ଲକର ଚୁକ୍ତି ନେଇ ପଦକ୍ଷେପ ନେଇଛି। ତେବେ ଜୁନ୍ ୩୦ ସୁଦ୍ଧା ବ୍ୟାଙ୍କଗୁଡିକ ସେମାନଙ୍କର ମୋଟ ଗ୍ରାହକ ସଂଖ୍ୟାର ଅତିକମ୍‌ରେ ୫୦%ଙ୍କ ସହିତ ଏକ ନୂତନ ଚୁକ୍ତି କରିବାକୁ ପଡିବ। ଏହାବାଦ୍‌ ୩୦ ସେପ୍ଟେମ୍ବର ସୁଦ୍ଧା ୭୫% ଗ୍ରାହକଙ୍କ ସହିତ ଏକର ଚୁକ୍ତି କରିବା ଆବଶ୍ୟକ। ତେବେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବ୍ୟାଙ୍କକୁ ଏହି ଚୁକ୍ତିନାମା ସମସ୍ତ ଗ୍ରାହକଙ୍କ ସହିତ କରିବାକୁ ହେବ। ଅନେକ କ୍ଷେତ୍ରରେ ଷ୍ଟାମ୍ପ ପେପରର ଉପଲବ୍ଧତା ନ ଥିବାରୁ ଗ୍ରାହକମାନେ ଚୁକ୍ତିନାମା ନବୀକରଣ କିମ୍ବା ନୂତନ ଚୁକ୍ତିନାମା କରିବାରେ ସକ୍ଷମ ହୋଇ ନ ଥିଲେ।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ଅନେକ କ୍ଷେତ୍ରରେ, ବ୍ୟାଙ୍କଗୁଡିକ ନିଜ ଗ୍ରାହକଙ୍କୁ ଏହି ସୂଚନା ଦେବାରେ ସକ୍ଷମ ହୋଇ ନ ଥିଲେ। ନୂତନ ଚୁକ୍ତି ଅଭାବରୁ ବ୍ୟାଙ୍କଗୁଡ଼ିକ ଲକରଗୁଡ଼ିକୁ ଅଚଳ କରିବା ନେଇ ମଧ୍ୟ ଆଲୋଚନା କରିଥିଲେ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଗ୍ରାହକଙ୍କ ସହ ନୂତନ ଚୁକ୍ତିନାମା କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଏବଂ ଗ୍ରାହକଙ୍କୁ ସାହାଯ୍ୟ କରିବାକୁ କହିଛି। ଅଗଷ୍ଟ ୨୦୨୧ରେ, ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଲକର ସମ୍ବନ୍ଧରେ ନୂତନ ନିୟମ ଜାରି କରିଥିଲା। ଯେଉଁଥିରେ ଗ୍ରାହକ ଏବଂ ବ୍ୟାଙ୍କଗୁଡିକର ସ୍ୱାର୍ଥର ଅନେକ ଜିନିଷ ଯୋଗ କରାଯାଇଥିଲା।

25 Jan 2023 By The Sakala

https://www.thesakala.in/business/rbis-new-guidelines-on-bank-lockers-extend-contract-renewal-period-by-1-year/article-18406
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp