ମନୋରଞ୍ଜନ
ଓଡ଼ିଶା
ଏନ୍ବିଏଫ୍ସି ପାଇଁ ଆର୍ବିଆଇର ନୂଆ ମାର୍ଗଦର୍ଶିକା ଜାରି, ଜରୁରୀ ସ୍ଥିତିରେ ୩ ମାସରେ ସମ୍ପୂର୍ଣ୍ଣ ଅର୍ଥ ଉଠାଇହେବ
ନୂଆଦିଲ୍ଲୀ : ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନ୍ବିଏଫ୍ସି)ରେ ଟଙ୍କା ଜମା କରିଥିବା ଗ୍ରାହକଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହି ଅନୁଯାୟୀ, ଯଦି ଜମାକାରୀ ଜରୁରୀକାଳୀନ ପରିସ୍ଥିତିରେ ଜମା ଅର୍ଥ ରାଶି ପ୍ରତ୍ୟାହାର କରିନେବାକୁ ଚାହାଁନ୍ତି, ତେବେ ଏଭଳି ସ୍ଥିତିରେ ଏନ୍ବିଏଫ୍ସିଗୁଡିକ ପାଣ୍ଠି ଗ୍ରହଣ କରିବାର ପ୍ରଥମ ତିନି ମାସ ମଧ୍ୟରେ ଜମା ଅର୍ଥର ୧୦୦ ପ୍ରତିଶତ ଦେବେ। ତେବେ ଏଭଳି ହଠାତ୍ ଜମା ଅର୍ଥ ଉଠାଣ କ୍ଷେତ୍ରରେ ଗ୍ରାହକ କୌଣସି […]
ନୂଆଦିଲ୍ଲୀ : ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନ୍ବିଏଫ୍ସି)ରେ ଟଙ୍କା ଜମା କରିଥିବା ଗ୍ରାହକଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହି ଅନୁଯାୟୀ, ଯଦି ଜମାକାରୀ ଜରୁରୀକାଳୀନ ପରିସ୍ଥିତିରେ ଜମା ଅର୍ଥ ରାଶି ପ୍ରତ୍ୟାହାର କରିନେବାକୁ ଚାହାଁନ୍ତି, ତେବେ ଏଭଳି ସ୍ଥିତିରେ ଏନ୍ବିଏଫ୍ସିଗୁଡିକ ପାଣ୍ଠି ଗ୍ରହଣ କରିବାର ପ୍ରଥମ ତିନି ମାସ ମଧ୍ୟରେ ଜମା ଅର୍ଥର ୧୦୦ ପ୍ରତିଶତ ଦେବେ। ତେବେ ଏଭଳି ହଠାତ୍ ଜମା ଅର୍ଥ ଉଠାଣ କ୍ଷେତ୍ରରେ ଗ୍ରାହକ କୌଣସି ସୁଧ ପାଇବେ ନାହିଁ ବୋଲି ଆରବିଆଇ କହିଛି। ଏହି ନିୟମ ଜାନୁଆରୀ ପହିଲା ୨୦୨୫ରୁ କାର୍ଯ୍ୟକାରୀ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଏନ୍ବିଏଫ୍ସିଗୁଡକି ମାର୍ଗଦର୍ଶିକା ଜାରି କରାଯାଇଛି।
ଭାରତୀୟ ବୀମା ନିୟାମକ ପ୍ରାଧିକରଣ (ଆଇଆର୍ଡିଏ) ଦ୍ବାରା ନିର୍ଦ୍ଧାରିତ ପରିଭାଷା ଏହା ସ୍ଥିର କରିବ େଯ, ଏହା ଗୁରୁତର ରୋଗ ବର୍ଗରେ ଆସୁଛି କି ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋମବାର କହିଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଖର୍ଚ୍ଚରେ ଡାକ୍ତରଖାନା ଚିକିତ୍ସା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସରକାରଙ୍କ ଦ୍ବାରା ସୂଚିତ କୌଣସି ବିପଦ ଭଳି ଖର୍ଚ୍ଚକୁ ସାମିଲ କରାଯିବ। ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ନ ଥାଏ ଏବଂ ତଥାପି ତିନିମାସ ମଧ୍ୟରେ ଟଙ୍କା ପ୍ରତ୍ୟାହାର କରି ନିଆଯାଏ, ତେବେ ଏନ୍ବିଏଫ୍ସି ଜମା ରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବିନା କୌଣସି ସୁଧରେ ପ୍ରଦାନ କରିପାରିବ। ତଥାପି, ଜମା ରାଶିର ୫୦ ପ୍ରତିଶତରୁ ଅଧିକ କିମ୍ବା ୫ ଲକ୍ଷ ଟଙ୍କା ଯେଉଁଟି କମ୍ ତାହା ଅବଧି ପୂରିବା ପୂର୍ବରୁ ପ୍ରଦାନ କରାଯାଇପାରିବ। ଜମାକାରୀଙ୍କ ଅର୍ଥର ପରିପକ୍ୱତା ବିଷୟରେ ୧୪ ଦିନ ପୂର୍ବରୁ ଜଣାଇବାକୁ ଆରବିଆଇ ଏନ୍ବିଏଫ୍ସିଗୁଡିକୁ ନିର୍ଦ୍ଦେଶନାମାରେ କହିଛି। ପ୍ରଚଳିତ ନିୟମ ଅନୁଯାୟୀ ଏହି ଅବଧି ଦୁଇମାସ ରହିଛି।