ଆକାଉଣ୍ଟରେ ଟଙ୍କା ନ ଥିଲେ ବି ୟୁପିଆଇରେ ହେବ ପେମେଣ୍ଟ, ମିଳିବ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ଲାଇନ ସୁବିଧା

The Sakala Picture
Published On

ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଛି ସମସ୍ତ ପେମେଣ୍ଟ। ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ ଲାଇନ ସୁବିଧା। ମୁଦ୍ରାନୀତି କମିଟିର ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ […]

ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଛି ସମସ୍ତ ପେମେଣ୍ଟ। ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ ଲାଇନ ସୁବିଧା। ମୁଦ୍ରାନୀତି କମିଟିର ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ପ୍ରୋତ୍ସାହନ ଦେବା ଉଚିତ। ସେ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ କରୁଥିବା ୟୁଜରମାନଙ୍କୁ ବର୍ତ୍ତମାନ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ ଲାଇନ ସୁବିଧା ଦିଆଯିବ। ଏହି ରାଶି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଇତ୍ୟାଦି ଦ୍ୱାରା ନିର୍ଣ୍ଣୟ କରାଯିବ। ତେବେ ୟୁଜରମାନଙ୍କ ଖାତାରେ ଟଙ୍କା ନ ଥିବା ସମୟରେ ଏହାକୁ ବ୍ୟବହାର କରି ସେ ପେମେଣ୍ଟ କରିପାରିବେ । ଏହା ଦ୍ୱାରା ଇନୋଭେସନକୁ ମଧ୍ୟ ଆହୁରି ପ୍ରୋତ୍ସାହନ ମିଳିପାରିବ ବୋଲି କହିଛନ୍ତି ଗଭର୍ଣ୍ଣର ଶ୍ରୀ ଦାସ । ତେବେ ଏଥିପାଇଁ ଏକ ସୀମା ଧାର୍ଯ୍ୟ କରାଯିବ। ଏହାପରେ ୟୁପିଆଇ ଦ୍ୱାରା ଓଭରଡ୍ରାଫ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏଥିରେ ଗ୍ରାହକ ଆବଶ୍ୟକ ଅନୁସାରେ ଏହି ଟଙ୍କା ବ୍ୟବହାର କରିବେ ଏବଂ ପରେ ଏହାକୁ ସୁଧ ସହିତ ପରିଶୋଧ କରିବେ ୟୁପିଆଇ ୟୁଜର।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

07 Apr 2023 By The Sakala

ଆକାଉଣ୍ଟରେ ଟଙ୍କା ନ ଥିଲେ ବି ୟୁପିଆଇରେ ହେବ ପେମେଣ୍ଟ, ମିଳିବ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ଲାଇନ ସୁବିଧା

ନୂଆଦିଲ୍ଲୀ: ବର୍ତ୍ତମାନ ୟୁପିଆଇ ଜରିଆରେ ହେଉଛି ସମସ୍ତ ପେମେଣ୍ଟ। ଫୋନ୍-ପେ, ଗୁଗୁଲ-ପେ ଏବଂ ପେଟିଏମ ଭଳି ଆପ୍ ମାଧ୍ୟମରେ କାରବାର କରି ଲୋକେ ଖୁବ ସହଜରେ ନିଜ ଆବଶ୍ୟକତା ମେଣ୍ଟାଇ ପାରୁଛନ୍ତି, କିନ୍ତୁ ଯଦି ଆପଣଙ୍କ ଆକାଉଣ୍ଟରେ ଯଥେଷ୍ଟ ଟଙ୍କା ନାହିଁ, ତେବେ କୌଣସି ପେମେଣ୍ଟ କିପରି ହେବ। ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ୍‌ ଲାଇନ ସୁବିଧା। ମୁଦ୍ରାନୀତି କମିଟିର ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଆହୁରି ପ୍ରୋତ୍ସାହନ ଦେବା ଉଚିତ। ସେ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ କରୁଥିବା ୟୁଜରମାନଙ୍କୁ ବର୍ତ୍ତମାନ ପ୍ରି-ଆପ୍ରୁଭ୍‌ଡ କ୍ରେଡିଟ ଲାଇନ ସୁବିଧା ଦିଆଯିବ। ଏହି ରାଶି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଇତ୍ୟାଦି ଦ୍ୱାରା ନିର୍ଣ୍ଣୟ କରାଯିବ। ତେବେ ୟୁଜରମାନଙ୍କ ଖାତାରେ ଟଙ୍କା ନ ଥିବା ସମୟରେ ଏହାକୁ ବ୍ୟବହାର କରି ସେ ପେମେଣ୍ଟ କରିପାରିବେ । ଏହା ଦ୍ୱାରା ଇନୋଭେସନକୁ ମଧ୍ୟ ଆହୁରି ପ୍ରୋତ୍ସାହନ ମିଳିପାରିବ ବୋଲି କହିଛନ୍ତି ଗଭର୍ଣ୍ଣର ଶ୍ରୀ ଦାସ । ତେବେ ଏଥିପାଇଁ ଏକ ସୀମା ଧାର୍ଯ୍ୟ କରାଯିବ। ଏହାପରେ ୟୁପିଆଇ ଦ୍ୱାରା ଓଭରଡ୍ରାଫ୍ଟ ଭଳି ସୁବିଧା ମଧ୍ୟ ଉପଲବ୍ଧ କରାଯିବ। ଏଥିରେ ଗ୍ରାହକ ଆବଶ୍ୟକ ଅନୁସାରେ ଏହି ଟଙ୍କା ବ୍ୟବହାର କରିବେ ଏବଂ ପରେ ଏହାକୁ ସୁଧ ସହିତ ପରିଶୋଧ କରିବେ ୟୁପିଆଇ ୟୁଜର।

https://www.thesakala.in/business/rbi-to-allow-operations-of-pre-sanctioned-credit-lines-via-upi/article-20521
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp