ଆର୍‌ବିଆଇ ରିପୋର୍ଟ, ଟଙ୍କା ବିଶ୍ବରେ ସବୁଠାରୁ ସ୍ଥିର ମୁଦ୍ରା

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ଉଦୀୟମାନ ଅର୍ଥନୀତିଗୁଡିକର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ସବୁଠାରୁ ସ୍ଥିର ମୁଦ୍ରା ପାଲଟିଛି। ଏଥିରେ ଅସ୍ଥିରତା ବା ଦୋଳାୟମାନ ସ୍ତର ୨୦୦୮ଠାରୁ ସର୍ବନିମ୍ନ ସ୍ତର ବା ସବୁଠାରୁ କମ୍ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅର୍ଥନୀତିର ସ୍ଥିତି ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ମୁଦ୍ରାର ଅସ୍ଥିରତା ହେଉଛି ଏହାର ମାପ ଯାହା ଦ୍ବାରା ଏହାର ବଜାର ମୂଲ୍ୟ ପରିବର୍ତ୍ତନ କରାଯାଉଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ […]

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ଉଦୀୟମାନ ଅର୍ଥନୀତିଗୁଡିକର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ସବୁଠାରୁ ସ୍ଥିର ମୁଦ୍ରା ପାଲଟିଛି। ଏଥିରେ ଅସ୍ଥିରତା ବା ଦୋଳାୟମାନ ସ୍ତର ୨୦୦୮ଠାରୁ ସର୍ବନିମ୍ନ ସ୍ତର ବା ସବୁଠାରୁ କମ୍ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅର୍ଥନୀତିର ସ୍ଥିତି ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟରେ ଏହା କୁହାଯାଇଛି। ମୁଦ୍ରାର ଅସ୍ଥିରତା ହେଉଛି ଏହାର ମାପ ଯାହା ଦ୍ବାରା ଏହାର ବଜାର ମୂଲ୍ୟ ପରିବର୍ତ୍ତନ କରାଯାଉଛି। ଆରବିଆଇ ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ରଙ୍କ ନେତୃତ୍ୱରେ ଏକ ଗ୍ରୁପ ଲେଖିଥିବା ସନ୍ଦର୍ଭରେ କୁହାଯାଇଛି ଯେ ବିଶ୍ବର ପ୍ରମୁଖ ମୁଦ୍ରା ମଧ୍ୟରେ ୨୦୨୩ରେ ମାତ୍ର ଏକ ମାସର ଅସ୍ଥିରତା ସହିତ ଭାରତୀୟ ଟଙ୍କା ସର୍ବନିମ୍ନ ଅସ୍ଥିର ମୁଦ୍ରା ଭାବରେ ଉଭା ହୋଇଛି।

୨୦୨୨-୨୩ରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟରେ ୭.୮ ପ୍ରତିଶତ ହ୍ରାସ ପାଇବା ପରେ ଟଙ୍କା ଚଳିତ ଆର୍ଥିକ ବର୍ଷରେ ସ୍ଥିର ହୋଇଛି। ଏହାପରେ ଟଙ୍କା ମୂଲ୍ୟରେ ଉତ୍ଥାନ ମତନ ଜାରି ରହିବା ସହ ଏହା ୦.୨ ପ୍ରତିଶତ ମଜଭୂତ ହୋଇଛି। ମୁଦ୍ରା ମୂଲ୍ୟରେ ହ୍ରାସର ମୁଖ୍ୟ କାରଣ ହେଉଛି ୟୁରୋପରେ ଯୁଦ୍ଧ ଲାଗିରହିବା ଏବଂ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର କ୍ଷେତ୍ରରେ ନିଜର ମନୋଭାବକୁ କଡାକଡି କରିବା। ୨୦୨୩ ମସିହାରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୦.୯୫ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ୨୦୨୩ କ୍ୟାଲେଣ୍ଡର ବର୍ଷରେ (ଜୁନ୍ ୯ ପର୍ଯ୍ୟନ୍ତ) ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩୧ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି, ଯାହା ପ୍ରମୁଖ ବୈଦେଶିକ ମୁଦ୍ରା ଧାରଣକାରୀ ଦେଶ ମଧ୍ୟରେ ଦ୍ୱିତୀୟ ବୃହତ୍ତମ ସଂରକ୍ଷଣ ସ୍ଥାନ। ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ, କୁହାଯାଇଛି ଯେ ମୁଦ୍ରାସ୍ଫୀତି ହାର ହ୍ରାସ କରିବାର ଆବଶ୍ୟକତା ରହିଛି, ଯାହା ଦ୍ବାରା ଗ୍ରାହକଙ୍କ ଖର୍ଚ୍ଚ ବୃଦ୍ଧି ସହିତ କମ୍ପାନୀର ରାଜସ୍ୱ ଏବଂ ଲାଭ ମଧ୍ୟ ବୃଦ୍ଧି ହୋଇପାରିବ। ବର୍ତ୍ତମାନର ଅର୍ଥନୈତିକ ତଥ୍ୟ ଏବଂ କମ୍ପାନୀଗୁଡିକର ଫଳାଫଳକୁ ଏକତ୍ର ମିଶାଇବ ପରେ ଜଣାପଡୁଛି ଯେ, ମୁଦ୍ରାସ୍ଫୀତି ହାର ବ୍ୟକ୍ତିଗତ ବ୍ୟବହାରରେ ଖର୍ଚ୍ଚ ହ୍ରାସ କରୁଛି।

ଏହାର ଫଳସ୍ୱରୂପ, କମ୍ପାନୀର ବିକ୍ରି ହ୍ରାସ ପାଉଛି ଏବଂ ଉତ୍ପାଦନ କ୍ଷମତାରେ ବେସରକାରୀ ବିନିଯୋଗ ମଧ୍ୟ ହ୍ରାସ ପାଉଛି। ଋଣ ବଜାର ଉପରେ ରିପୋର୍ଟରେ କୁହାଯାଇଛି ଯେ ଅଭିବୃଦ୍ଧି ହାର ଏବଂ ବ୍ୟାଙ୍କ କ୍ରେଡିଟ୍ ଏବଂ ଜମା ମଧ୍ୟରେ ଥିବା ପାର୍ଥକ୍ୟ ବର୍ତ୍ତମାନ ସଂକୀର୍ଣ୍ଣ ହେବାରେ ଲାଗିଛି। ଏହା ସୂଚାଇ ଦେଉଛି ଯେ, ପାଣ୍ଠି ସଂଗ୍ରହର ଅନ୍ୟ ଉପାୟକୁ ସୁଯୋଗ ଦେବା ପାଇଁ ଋଣ ଅଭିବୃଦ୍ଧି ବର୍ତ୍ତମାନ ସ୍ଥିର ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର