ଅପରିବର୍ତ୍ତିତ ରହିଲା ରେପା ରେଟ୍ ଓ ରିଭର୍ସ ରେପୋ ରେଟ୍‌

The Sakala Picture
Published On

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଦ୍ବି-ମାସିକ ଆର୍ଥିକ ମୁଦ୍ରାନୀତି ସମୀକ୍ଷା ବୈଠକର ଚୂଡାନ୍ତ ଫଳାଫଳ ଆସିଛି। ବର୍ତ୍ତମାନ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଏହି ମୁଦ୍ରାନୀତି ସମୀକ୍ଷା ସମୟରେ  ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ […]

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଦ୍ବି-ମାସିକ ଆର୍ଥିକ ମୁଦ୍ରାନୀତି ସମୀକ୍ଷା ବୈଠକର ଚୂଡାନ୍ତ ଫଳାଫଳ ଆସିଛି। ବର୍ତ୍ତମାନ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଏହି ମୁଦ୍ରାନୀତି ସମୀକ୍ଷା ସମୟରେ  ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ରେପୋ ରେଟ୍‌ ୪%ରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୪,୨୫% ରହିବ। ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରୀ ପଲିସି କମିଟି’ର ସର୍ବସମ୍ମତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲାଣି।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ସୂଚନାଯୋଗ୍ୟ ଯେ, ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ତିନି ଦିନିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଥିଲା। ସମସ୍ତ ବିଚାର ବିମର୍ଶ ପରେ ଗୁରୁବାର ସୁଧହାର ନେଇ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

10 Feb 2022 By The Sakala

ଅପରିବର୍ତ୍ତିତ ରହିଲା ରେପା ରେଟ୍ ଓ ରିଭର୍ସ ରେପୋ ରେଟ୍‌

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଦ୍ବି-ମାସିକ ଆର୍ଥିକ ମୁଦ୍ରାନୀତି ସମୀକ୍ଷା ବୈଠକର ଚୂଡାନ୍ତ ଫଳାଫଳ ଆସିଛି। ବର୍ତ୍ତମାନ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଏହି ମୁଦ୍ରାନୀତି ସମୀକ୍ଷା ସମୟରେ  ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ରେପୋ ରେଟ୍‌ ୪%ରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୪,୨୫% ରହିବ। ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରୀ ପଲିସି କମିଟି’ର ସର୍ବସମ୍ମତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲାଣି।

ସୂଚନାଯୋଗ୍ୟ ଯେ, ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ତିନି ଦିନିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଥିଲା। ସମସ୍ତ ବିଚାର ବିମର୍ଶ ପରେ ଗୁରୁବାର ସୁଧହାର ନେଇ ଘୋଷଣା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp