ମୂଳ ଦର ୪ ଟଙ୍କା ବଢିଲେ ଖୁଚୁରା ବଢୁଛି ୨୦ ଟଙ୍କା

The Sakala Picture
Published On

ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା […]

ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା ୨୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୨୦ରେ ତେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉଚ୍ଚ ଟିକସ ହାର । ଦୀର୍ଘ ଦିନ ଧରି ଘରୋଇ ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ଚଳିତମାସ ୪ଠାରୁ ପୁଣି ଥରେ ତେଲ ଦର ବଢ଼ିବା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ମେ ପହିଲା ୨୦୨୦ରେ ପେଟ୍ରୋଲର ଖୁଚୁରା ମୂଲ୍ୟ ନୂଆଦିଲ୍ଲୀର ପମ୍ପଗୁଡିକରେ ୬୯ଟଙ୍କା ୫୯ ପଇସା ରହିଥିବାବେଳେ ସେ ସମୟରେ ଏହାର ମୂଳ ଦର ୨୭.୯୫ ଟଙ୍କା ରହିଥିଲା। ସେହିଭଳି ସେ ସମୟରେ ଦିଲ୍ଲୀରେ ଡିଜେଲର ଖୁଚୁରା ମୂଲ୍ୟ ୬୨ ଟଙ୍କା ୨୯ ପଇସା ରହିଥିବାବେଳେ ମୂଳ ଦର ୨୪ ଟଙ୍କା ୮୫ ପଇସା ରହିଥିଲା। ତେବେ ଚଳିତବର୍ଷ ମେ’ ମାସ ସୁଦ୍ଧା ବର୍ଷକ ମଧ୍ୟରେ ପେଟ୍ରୋଲର ମୂଳ ଦର ୩ ଟଙ୍କା ୫୩ ପଇସାରୁ ୩୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଉପରୋକ୍ତ ସମୟରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୨୦ ଟଙ୍କା ୮୧ ପଇସାରୁ ୯୦ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୪ ଟଙ୍କା ୧୭ ପଇସା ବୃଦ୍ଧି ଘଟି ଖୁଚୁରା ମୂଲ୍ୟ ୨୦ ଟଙ୍କା ୩୨ ପଇସା ହୋଇ ବର୍ଷକରେ ଲିଟର ପିଛା ୮୨ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ଟିକସ ବୃଦ୍ଧି ଏବଂ ରାଜ୍ୟଗୁଡିକ ଦ୍ବାରା ଭାଟ୍‌ରେ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲରେ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ କରୋନା ମହାମାରୀ ଯୋଗୁଁ ତୈଳ ମୂଲ୍ୟ ହ୍ରାସ ପାଇଥିଲା। ମାତ୍ର ଦୁଇଟି ବୃଦ୍ଧି ଜରିଆରେ ପେଟ୍ରୋଲରେ ଉତ୍ପାଦ ଶୁଳ୍କରେ ୬୫% ବୃଦ୍ଧି କରାଯାଇ ଲିଟର ପିଛା ୧୯ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଉପରେ ୭୯% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ଲିଟର ପିଛା ୧୫ଟଙ୍କା ୮୩ ପଇସାରୁ ୨୮ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ଯଥାକ୍ରମେ ୩୬% ଏବଂ ୩୪% ରହିଛି। ବୁଧବାର ବଜାରରେ ତେଲ ଦର ମହଙ୍ଗା ହୋଇ ପୁଣି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥÒଲା। ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ତେଲ ଦର ଦୈନିକ ରେକର୍ଡ ସ୍ତର ଛୁଉଁଛି। ଆଜି ମଧ୍ୟ ଦେଶର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ତାନରେ ପେଟ୍ରୋଲ ଦର ଦେଶରେ ଶୀର୍ଷରେ ରହିଛି। ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ନିକଟତ୍ତର ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି।

14 May 2021 By The Sakala

ମୂଳ ଦର ୪ ଟଙ୍କା ବଢିଲେ ଖୁଚୁରା ବଢୁଛି ୨୦ ଟଙ୍କା

ଦେଶରେ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଲାଣି ତେଲ ଦର। ପେଟ୍ରୋଲ ଏବଂ ଡିଜେଲର ମୂଳ ଦରଠାରୁ ଢ଼େର ଉପରେ ବିକ୍ରି କରାଯାଉଛି ଖୁଚୁରା ଦର। ଯଦି ଆମେ ପେଟ୍ରୋଲ ଏବଂ ଡିଜେଲର ଗୋଟିଏ ବର୍ଷର ଦର ବୃଦ୍ଧି ଧାରାକୁ ଦେଖÒବା ଏହା ସ୍ପଷ୍ଟ ଜଣାପଡିବ। ଏକ ହିସାବ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଲିଟର ପିଛା ୪ ଟଙ୍କା ବୃଦ୍ଧି ଘଟିଥÒବାବେଳେ ବଜାରରେ ଖୁଚୁରା ଦର ଲିଟର ପିଛା ୨୦ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହାର ମୁଖ୍ୟ କାରଣ ହେଉଛି, ୨୦୨୦ରେ ତେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉଚ୍ଚ ଟିକସ ହାର । ଦୀର୍ଘ ଦିନ ଧରି ଘରୋଇ ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିବା ପରେ ଚଳିତମାସ ୪ଠାରୁ ପୁଣି ଥରେ ତେଲ ଦର ବଢ଼ିବା ଆରମ୍ଭ କରିଛି।

ମେ ପହିଲା ୨୦୨୦ରେ ପେଟ୍ରୋଲର ଖୁଚୁରା ମୂଲ୍ୟ ନୂଆଦିଲ୍ଲୀର ପମ୍ପଗୁଡିକରେ ୬୯ଟଙ୍କା ୫୯ ପଇସା ରହିଥିବାବେଳେ ସେ ସମୟରେ ଏହାର ମୂଳ ଦର ୨୭.୯୫ ଟଙ୍କା ରହିଥିଲା। ସେହିଭଳି ସେ ସମୟରେ ଦିଲ୍ଲୀରେ ଡିଜେଲର ଖୁଚୁରା ମୂଲ୍ୟ ୬୨ ଟଙ୍କା ୨୯ ପଇସା ରହିଥିବାବେଳେ ମୂଳ ଦର ୨୪ ଟଙ୍କା ୮୫ ପଇସା ରହିଥିଲା। ତେବେ ଚଳିତବର୍ଷ ମେ’ ମାସ ସୁଦ୍ଧା ବର୍ଷକ ମଧ୍ୟରେ ପେଟ୍ରୋଲର ମୂଳ ଦର ୩ ଟଙ୍କା ୫୩ ପଇସାରୁ ୩୧ ଟଙ୍କା ୪୮ ପଇସାକୁ ବୃଦ୍ଧି ପାଇଛି। କିନ୍ତୁ ଉପରୋକ୍ତ ସମୟରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୨୦ ଟଙ୍କା ୮୧ ପଇସାରୁ ୯୦ ଟଙ୍କା ୪୦ ପଇସା ବୃଦ୍ଧି ହୋଇଛି। ସେହିଭଳି ଡିଜେଲର ମୂଳ ମୂଲ୍ୟ ୪ ଟଙ୍କା ୧୭ ପଇସା ବୃଦ୍ଧି ଘଟି ଖୁଚୁରା ମୂଲ୍ୟ ୨୦ ଟଙ୍କା ୩୨ ପଇସା ହୋଇ ବର୍ଷକରେ ଲିଟର ପିଛା ୮୨ ଟଙ୍କା ୬୧ ପଇସାରେ ପହଞ୍ଚିଛି। ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ତେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି ଜରିଆରେ ଟିକସ ବୃଦ୍ଧି ଏବଂ ରାଜ୍ୟଗୁଡିକ ଦ୍ବାରା ଭାଟ୍‌ରେ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛି।

ଗତ ବର୍ଷ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୧୩ ଟଙ୍କା ଏବଂ ଡିଜେଲରେ ୧୬ ଟଙ୍କା ବୃଦ୍ଧି ପାଇଥିବାବେଳେ କରୋନା ମହାମାରୀ ଯୋଗୁଁ ତୈଳ ମୂଲ୍ୟ ହ୍ରାସ ପାଇଥିଲା। ମାତ୍ର ଦୁଇଟି ବୃଦ୍ଧି ଜରିଆରେ ପେଟ୍ରୋଲରେ ଉତ୍ପାଦ ଶୁଳ୍କରେ ୬୫% ବୃଦ୍ଧି କରାଯାଇ ଲିଟର ପିଛା ୧୯ ଟଙ୍କା ୯୮ ପଇସାରୁ ୩୨ ଟଙ୍କା ୯୮ ପଇସାକୁ ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଉପରେ ୭୯% ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ଲିଟର ପିଛା ୧୫ଟଙ୍କା ୮୩ ପଇସାରୁ ୨୮ ଟଙ୍କା ୩୫ ପଇସାକୁ ବୃଦ୍ଧି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ଯଥାକ୍ରମେ ୩୬% ଏବଂ ୩୪% ରହିଛି। ବୁଧବାର ବଜାରରେ ତେଲ ଦର ମହଙ୍ଗା ହୋଇ ପୁଣି ଏକ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥÒଲା। ରାଜ୍ୟଗୁଡିକର ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ତେଲ ଦର ବଢ଼ିଛି। ବର୍ତ୍ତମାନ ଘରୋଇ ବଜାରରେ ତେଲ ଦର ଦୈନିକ ରେକର୍ଡ ସ୍ତର ଛୁଉଁଛି। ଆଜି ମଧ୍ୟ ଦେଶର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ତାନରେ ପେଟ୍ରୋଲ ଦର ଦେଶରେ ଶୀର୍ଷରେ ରହିଛି। ବାଣିଜ୍ୟିକ ରାଜଧାନୀ ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ନିକଟତ୍ତର ହୋଇଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପ୍ରଥମ କରି ଡିଜେଲ ଦର ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp