ରେଳ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଟିକଟ୍ ବୁକିଂ ନିୟମ ରେ କୌଣସି ପରିବର୍ତ୍ତନ ହୋଇନାହିଁ : ରେଳବାଇ

The Sakala Picture
Published On

ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକଟ୍ କରିବାକୁ ପଡିବ। ଏହି ଖବରଗୁଡିକ ଏବଂ ଗଣମାଧ୍ୟମର ରିପୋର୍ଟଗୁଡିକ ବିଭ୍ରାନ୍ତିକର। ଏହା ସୂଚିତ କରାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା […]

ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକଟ୍ କରିବାକୁ ପଡିବ। ଏହି ଖବରଗୁଡିକ ଏବଂ ଗଣମାଧ୍ୟମର ରିପୋର୍ଟଗୁଡିକ ବିଭ୍ରାନ୍ତିକର। ଏହା ସୂଚିତ କରାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣିନାହିଁ। ଯାତ୍ରୀଙ୍କର ଚାହିଦା ଅନୁଯାୟୀ, ଟିକଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁନାହାନ୍ତି, ତେବେ ଏହା ମାଗଣା ରହିଛି ଆଉ ଯେଉଁ ଭଳି ବ୍ୟବସ୍ଥା ପୂର୍ବରୁ ରହିଆସିଛି। ରେଳ ମନ୍ତ୍ରାଳୟର ୨୦୨୦ ମାର୍ଚ୍ଚ ୬ରେ ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକଟ୍ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ/ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

18 Aug 2022 By The Sakala

ରେଳ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଟିକଟ୍ ବୁକିଂ ନିୟମ ରେ କୌଣସି ପରିବର୍ତ୍ତନ ହୋଇନାହିଁ : ରେଳବାଇ

ନୂଆଦିଲ୍ଲୀ : ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରିଦେଇଛି। ଏହି ରିପୋର୍ଟଗୁଡିକରେ ଦାବି କରାଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲାମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକଟ୍ କରିବାକୁ ପଡିବ। ଏହି ଖବରଗୁଡିକ ଏବଂ ଗଣମାଧ୍ୟମର ରିପୋର୍ଟଗୁଡିକ ବିଭ୍ରାନ୍ତିକର। ଏହା ସୂଚିତ କରାଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣିନାହିଁ। ଯାତ୍ରୀଙ୍କର ଚାହିଦା ଅନୁଯାୟୀ, ଟିକଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲାମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆଯାଇଛି।

ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁନାହାନ୍ତି, ତେବେ ଏହା ମାଗଣା ରହିଛି ଆଉ ଯେଉଁ ଭଳି ବ୍ୟବସ୍ଥା ପୂର୍ବରୁ ରହିଆସିଛି। ରେଳ ମନ୍ତ୍ରାଳୟର ୨୦୨୦ ମାର୍ଚ୍ଚ ୬ରେ ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକଟ୍ କ୍ରୟ କରିବା ଆବଶ୍ୟକ ନାହିଁ । ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ/ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp