ବାର୍ଷିକ ୭ ଲକ୍ଷ ଆୟ ଯାଏ ଟିକସ ମାଫ୍, ଲାଗୁ ହେଲା ନୂଆ ଆୟକର ନିୟମ
ନୂଆଦିଲ୍ଲୀ : ଦେଶରେ ଗତକାଲିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକବର୍ଷ ୨୦୨୪-୨୫। ଏହାସହ ଲାଗୁ ହୋଇଛି ନୂଆ ଆୟକର ନିୟମ। ଗତ ବଜେଟ୍ରେ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁଯାୟୀ ଆଜିଠୁ ପୂର୍ବଭଳି ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥା କାଏମ ରହିଲେ ବି ଟିକସ ଫାଇଲିଂବେଳେ ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଅପସନ୍ ରହିବ। ନୂତନ ଟିକସ ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ଟିକସ ବ୍ୟବସ୍ଥା ସମ୍ପର୍କରେ […]
ନୂଆଦିଲ୍ଲୀ : ଦେଶରେ ଗତକାଲିଠୁ ଆରମ୍ଭ ହୋଇଛି ନୂଆ ଆର୍ଥିକବର୍ଷ ୨୦୨୪-୨୫। ଏହାସହ ଲାଗୁ ହୋଇଛି ନୂଆ ଆୟକର ନିୟମ। ଗତ ବଜେଟ୍ରେ କେନ୍ଦ୍ର ସରକାର କରିଥିବା ଘୋଷଣା ଅନୁଯାୟୀ ଆଜିଠୁ ପୂର୍ବଭଳି ନୂଆ ଓ ପୁରୁଣା ଟିକସ ବ୍ୟବସ୍ଥା କାଏମ ରହିଲେ ବି ଟିକସ ଫାଇଲିଂବେଳେ ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଅପସନ୍ ରହିବ। ନୂତନ ଟିକସ ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟ ଟିକସ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ନୂତନ ଟିକସ ବ୍ୟବସ୍ଥା ବିଷୟରେ ଅନେକ ବିଭ୍ରାନ୍ତିକର ଘଟଣା ଦେଖିବାକୁ ମିଳିଥିଲା। ଏହା କୁହାଯାଉଥିଲା ଯେ, ଏପ୍ରିଲ ପହିଲାରୁ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ, କିନ୍ତୁ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଟୁଇଟ୍ କରି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ନୂତନ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ବାର୍ଷିକ ଆୟ ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିବନାହିଁ। ଏହାସହିତ ୫୦ ହଜାରର ଷ୍ଟାଣ୍ଡାର୍ଡ ଡିଡକସନକୁ ମିଶାଇଲେ ୭ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଦେବାକୁ ପଡ଼ିବନି। ଯଦି ଏହାଠାରୁ ଅଧିକ ବାର୍ଷିକ ଆୟ ହେଉଥିବ, ତେବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବନାହିଁ। ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ, ୬ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ, ୯ ଲକ୍ଷରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଓ ୧୫ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।
ନୂଆ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କାକୁ ରିଆତି ସୀମା ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ତେବେ ଜଣେ ଚାହିଁଲେ ପୁରୁଣା ବ୍ୟବସ୍ଥାକୁ ଫେରି ପାରିବେ। ପୁରୁଣା ବ୍ୟବସ୍ଥାରେ ଟିକସ ସ୍ଲାବ ଶୂନରୁ ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ିବନାହିଁ।
୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ, ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଏବଂ ୧୦ ଲକ୍ଷରୁ ଅଧିକ ହେଲେ ୩୦ ପ୍ରତିଶତ ଆୟକର ଲାଗିବ। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ରିଆତି ସୁବିଧା ରହିଛି। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ପରି ବିଭିନ୍ନ ପ୍ରକାର ଡିଡକ୍ସନ ସୁବିଧା ଅପରିବର୍ତ୍ତିତ ରହିଛି।