ତଦନ୍ତ ଘେରରେ ନେଟ୍‌ଫ୍ଲିକ୍ସ ଇଣ୍ଡିଆ: ଭିସା ଉଲ୍ଲଂଘନ, ଟିକସ ଫାଙ୍କି ଓ ଜାତିଆଣ ଭେଦଭାବ ଅଭିଯୋଗ

The Sakala Picture
Published On

ନୂଆଦିଲ୍ଲୀ: ଆମେରିକାର ଷ୍ଟ୍ରିମିଂ କମ୍ପାନୀ ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଇଣ୍ଡିଆ ଭାରତରେ ଅଡୁଆରେ ଫସିଛି। କମ୍ପାନୀର ସ୍ଥାନୀୟ କାର୍ଯ୍ୟର ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଭାରତ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଭିସା ଆଇନର ଉଲ୍ଲଂଘନ ଏବଂ ଜାତିଗତ ଭେଦଭାବ ଭଳି ସଙ୍ଗୀନ୍‌ ଅଭିଯୋଗ ରହିଛି। ଏହି ସୂଚନା ଏକ ସରକାରୀ ଇ-ମେଲରେ ଦିଆଯାଇଛି, ଯାହା ୨୦୨୦ରେ କମ୍ପାନୀ ଛାଡିଥିବା ପୂର୍ବତନ ନେଟଫ୍ଲିକ୍ସ କାର୍ଯ୍ୟନିର୍ବାହୀ ନନ୍ଦିନୀ ମେହେଟ୍ଟାଙ୍କୁ ପଠାଯାଇଥିଲା। ଜୁଲାଇ ୨୦ରେ ପଠାଯାଇଥିବା ଏହି ଇ-ମେଲରେ […]

ନୂଆଦିଲ୍ଲୀ: ଆମେରିକାର ଷ୍ଟ୍ରିମିଂ କମ୍ପାନୀ ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଇଣ୍ଡିଆ ଭାରତରେ ଅଡୁଆରେ ଫସିଛି। କମ୍ପାନୀର ସ୍ଥାନୀୟ କାର୍ଯ୍ୟର ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଭାରତ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଭିସା ଆଇନର ଉଲ୍ଲଂଘନ ଏବଂ ଜାତିଗତ ଭେଦଭାବ ଭଳି ସଙ୍ଗୀନ୍‌ ଅଭିଯୋଗ ରହିଛି। ଏହି ସୂଚନା ଏକ ସରକାରୀ ଇ-ମେଲରେ ଦିଆଯାଇଛି, ଯାହା ୨୦୨୦ରେ କମ୍ପାନୀ ଛାଡିଥିବା ପୂର୍ବତନ ନେଟଫ୍ଲିକ୍ସ କାର୍ଯ୍ୟନିର୍ବାହୀ ନନ୍ଦିନୀ ମେହେଟ୍ଟାଙ୍କୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଜୁଲାଇ ୨୦ରେ ପଠାଯାଇଥିବା ଏହି ଇ-ମେଲରେ ଗୃହ ମନ୍ତ୍ରଣାଳୟର ବୈଦେଶିକ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆର୍‌ଆର୍‌ଓ) ଅଧିକାରୀ ଦୀପକ ଯାଦବ ଲେଖିଛନ୍ତି ଯେ ଭାରତରେ ନେଟଫ୍ଲିକ୍ସର ବ୍ୟବସାୟିକ ଆଚରଣ ସହ ଭିସା ଏବଂ ଟିକସ ଆଇନ ଉଲ୍ଲଂଘନ ଚିନ୍ତାର ବିଷୟ। ଶ୍ରୀ ମେହେଟ୍ଟା ଏକ ଇ-ମେଲ ବିବୃତ୍ତିରେ କହିଛନ୍ତି ଯେ ଭିସା ଉଲ୍ଲଂଘନ, ବେଆଇନ କାର୍ଯ୍ୟବ୍ୟବସ୍ଥା, ଟିକସ ଫାଙ୍କି ଏବଂ ଏବଂ ଜାତିଗତ ଭେଦଭାବ ଭଳି ଅନ୍ୟାନ୍ୟ ଅନିୟମିତତା ସମେତ କମ୍ପାନୀର ଆଚରଣ ସମ୍ପର୍କରେ ଆମେ କିଛି ତଥ୍ୟ ପାଇଛୁ, ଯାହା କମ୍ପାନୀ ଭାରତରେ ଏହାର ବ୍ୟବସାୟ ଚଳାଇବା ସହ ଜଡିତ। ତେବେ କମ୍ପାନୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ନେଟଫ୍ଲିକ୍ସର ମୁଖପାତ୍ର କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ବାରା କୌଣସି ଅନୁସନ୍ଧାନ ବିଷୟରେ କମ୍ପାନୀ ପାଖରେ ସେପରି କିଛି ତଥ୍ୟ ନାହିଁ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ନନ୍ଦିନୀ ମେହେଟ୍ଟା ୨୦୨୦ରେ ନେଟଫ୍ଲିକ୍ସ ଛାଡିଥିଲେ। ଏହାପରେ ସେ ଆମେରିକାରେ ନେଟଫ୍ଲିକ୍ସ ବିେରାଧରେ ଅନୁଚିତ ଭାବେ ଚାକିରୀରୁ ବହିଷ୍କାର କରିବା ଏବଂ ଜାତିଗତ ଏବଂ ଲିଙ୍ଗଗତ ଭେଦଭାବ ଅଭିଯୋଗ କରି ଏକ ମାମଲା ଦାଏର କରିଥିଲେ। ତେବେ ନେଟଫ୍ଲିକ୍ସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ମେହେଟ୍ଟା ଭାରତ ସରକାରଙ୍କ ତଦନ୍ତକୁ ସ୍ୱାଗତ କରିବା ସହ ଅନୁସନ୍ଧାନର ଫଳାଫଳ ସାର୍ବଜନୀନ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ତେବେ ଅନେକ ଅଭିଯୋଗ ସମ୍ପର୍କରେ ସେ ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ନେଟଫ୍ଲିକ୍ସ ବିରୋଧରେ ଭାରତରେ ପୂର୍ବରୁ ଅନେକ ଅନୁସନ୍ଧାନ ଚାଲିଛି। ନେଟଫ୍ଲିକ୍ସର ଭାରତରେ ପ୍ରାୟ ୧୦ ମିଲିୟନ୍ ଅର୍ଥାତ୍ ୧ କୋଟି ଗ୍ରାହକ ଅଛନ୍ତି। ବର୍ଷ ବର୍ଷ ଧରି ନେଟଫ୍ଲିକ୍ସ ବଲିଉଡ ଅଭିନେତାମାନଙ୍କ ସହିତ ଅଧିକ ସ୍ଥାନୀୟ ବିଷୟବସ୍ତୁର ବିକାଶ କରିଛି। ତେବେ କିଛି ଦର୍ଶକ ଏବଂ ସରକାରୀ କର୍ମଚାରୀଙ୍କ ଦ୍ବାରା ସମ୍ବେଦନଶୀଳ ବିବେଚନା କରାଯାଉଥିବା ବିଷୟବସ୍ତୁ ଉପରେ ନେଟଫ୍ଲିକ୍ସ ମଧ୍ୟ ବିବାଦର ସମ୍ମୁଖୀନ ହୋଇଛି। ବର୍ତ୍ତମାନର ତଦନ୍ତବ୍ୟତୀତ, ନେଟଫ୍ଲିକ୍ସ ୨୦୨୩ରୁ ଭାରତ ସରକାରଙ୍କ ଆଡୁ ଟିକସ ପ୍ରସଙ୍ଗରେ ଆହ୍ବାନର ସମ୍ମୁଖୀନ ହେଉଛି। ସୂଚନାଯୋଗ୍ୟ ଯେ, ନନ୍ଦିନୀ ମେହେଟ୍ଟା ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ନେଟଫ୍ଲିକ୍ସର ଲସ୍ ଆଞ୍ଜେଲସ୍ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ। ଭାରତ ସରକାରଙ୍କ ଇ-ମେଲରେ ତାଙ୍କୁ କମ୍ପାନୀରେ ଆଇନଗତ କାର୍ଯ୍ୟନିର୍ବାହୀ ଭାବରେ ତାଙ୍କର ପୂର୍ବତନ ଭୂମିକା ଥିବାରୁ ଅନୁସନ୍ଧାନ ସହ ଜଡିତ ଡକ୍ୟୁମେଣ୍ଟ ଏବଂ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୦ କୋଟି ପରିବାରକୁ ମିଳିବ କେବଳ ୪ଟି ସବସିଡି ସିଲିଣ୍ଡର

23 Sep 2024 By The Sakala

ତଦନ୍ତ ଘେରରେ ନେଟ୍‌ଫ୍ଲିକ୍ସ ଇଣ୍ଡିଆ: ଭିସା ଉଲ୍ଲଂଘନ, ଟିକସ ଫାଙ୍କି ଓ ଜାତିଆଣ ଭେଦଭାବ ଅଭିଯୋଗ

ନୂଆଦିଲ୍ଲୀ: ଆମେରିକାର ଷ୍ଟ୍ରିମିଂ କମ୍ପାନୀ ତଥା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ଇଣ୍ଡିଆ ଭାରତରେ ଅଡୁଆରେ ଫସିଛି। କମ୍ପାନୀର ସ୍ଥାନୀୟ କାର୍ଯ୍ୟର ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଭାରତ ସରକାର ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଭିସା ଆଇନର ଉଲ୍ଲଂଘନ ଏବଂ ଜାତିଗତ ଭେଦଭାବ ଭଳି ସଙ୍ଗୀନ୍‌ ଅଭିଯୋଗ ରହିଛି। ଏହି ସୂଚନା ଏକ ସରକାରୀ ଇ-ମେଲରେ ଦିଆଯାଇଛି, ଯାହା ୨୦୨୦ରେ କମ୍ପାନୀ ଛାଡିଥିବା ପୂର୍ବତନ ନେଟଫ୍ଲିକ୍ସ କାର୍ଯ୍ୟନିର୍ବାହୀ ନନ୍ଦିନୀ ମେହେଟ୍ଟାଙ୍କୁ ପଠାଯାଇଥିଲା।

ଜୁଲାଇ ୨୦ରେ ପଠାଯାଇଥିବା ଏହି ଇ-ମେଲରେ ଗୃହ ମନ୍ତ୍ରଣାଳୟର ବୈଦେଶିକ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆର୍‌ଆର୍‌ଓ) ଅଧିକାରୀ ଦୀପକ ଯାଦବ ଲେଖିଛନ୍ତି ଯେ ଭାରତରେ ନେଟଫ୍ଲିକ୍ସର ବ୍ୟବସାୟିକ ଆଚରଣ ସହ ଭିସା ଏବଂ ଟିକସ ଆଇନ ଉଲ୍ଲଂଘନ ଚିନ୍ତାର ବିଷୟ। ଶ୍ରୀ ମେହେଟ୍ଟା ଏକ ଇ-ମେଲ ବିବୃତ୍ତିରେ କହିଛନ୍ତି ଯେ ଭିସା ଉଲ୍ଲଂଘନ, ବେଆଇନ କାର୍ଯ୍ୟବ୍ୟବସ୍ଥା, ଟିକସ ଫାଙ୍କି ଏବଂ ଏବଂ ଜାତିଗତ ଭେଦଭାବ ଭଳି ଅନ୍ୟାନ୍ୟ ଅନିୟମିତତା ସମେତ କମ୍ପାନୀର ଆଚରଣ ସମ୍ପର୍କରେ ଆମେ କିଛି ତଥ୍ୟ ପାଇଛୁ, ଯାହା କମ୍ପାନୀ ଭାରତରେ ଏହାର ବ୍ୟବସାୟ ଚଳାଇବା ସହ ଜଡିତ। ତେବେ କମ୍ପାନୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ନେଟଫ୍ଲିକ୍ସର ମୁଖପାତ୍ର କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ବାରା କୌଣସି ଅନୁସନ୍ଧାନ ବିଷୟରେ କମ୍ପାନୀ ପାଖରେ ସେପରି କିଛି ତଥ୍ୟ ନାହିଁ।

ନନ୍ଦିନୀ ମେହେଟ୍ଟା ୨୦୨୦ରେ ନେଟଫ୍ଲିକ୍ସ ଛାଡିଥିଲେ। ଏହାପରେ ସେ ଆମେରିକାରେ ନେଟଫ୍ଲିକ୍ସ ବିେରାଧରେ ଅନୁଚିତ ଭାବେ ଚାକିରୀରୁ ବହିଷ୍କାର କରିବା ଏବଂ ଜାତିଗତ ଏବଂ ଲିଙ୍ଗଗତ ଭେଦଭାବ ଅଭିଯୋଗ କରି ଏକ ମାମଲା ଦାଏର କରିଥିଲେ। ତେବେ ନେଟଫ୍ଲିକ୍ସ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ମେହେଟ୍ଟା ଭାରତ ସରକାରଙ୍କ ତଦନ୍ତକୁ ସ୍ୱାଗତ କରିବା ସହ ଅନୁସନ୍ଧାନର ଫଳାଫଳ ସାର୍ବଜନୀନ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ତେବେ ଅନେକ ଅଭିଯୋଗ ସମ୍ପର୍କରେ ସେ ଅଧିକ ବିବରଣୀ ଦେବାକୁ ମନା କରିଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ନେଟଫ୍ଲିକ୍ସ ବିରୋଧରେ ଭାରତରେ ପୂର୍ବରୁ ଅନେକ ଅନୁସନ୍ଧାନ ଚାଲିଛି। ନେଟଫ୍ଲିକ୍ସର ଭାରତରେ ପ୍ରାୟ ୧୦ ମିଲିୟନ୍ ଅର୍ଥାତ୍ ୧ କୋଟି ଗ୍ରାହକ ଅଛନ୍ତି। ବର୍ଷ ବର୍ଷ ଧରି ନେଟଫ୍ଲିକ୍ସ ବଲିଉଡ ଅଭିନେତାମାନଙ୍କ ସହିତ ଅଧିକ ସ୍ଥାନୀୟ ବିଷୟବସ୍ତୁର ବିକାଶ କରିଛି। ତେବେ କିଛି ଦର୍ଶକ ଏବଂ ସରକାରୀ କର୍ମଚାରୀଙ୍କ ଦ୍ବାରା ସମ୍ବେଦନଶୀଳ ବିବେଚନା କରାଯାଉଥିବା ବିଷୟବସ୍ତୁ ଉପରେ ନେଟଫ୍ଲିକ୍ସ ମଧ୍ୟ ବିବାଦର ସମ୍ମୁଖୀନ ହୋଇଛି। ବର୍ତ୍ତମାନର ତଦନ୍ତବ୍ୟତୀତ, ନେଟଫ୍ଲିକ୍ସ ୨୦୨୩ରୁ ଭାରତ ସରକାରଙ୍କ ଆଡୁ ଟିକସ ପ୍ରସଙ୍ଗରେ ଆହ୍ବାନର ସମ୍ମୁଖୀନ ହେଉଛି। ସୂଚନାଯୋଗ୍ୟ ଯେ, ନନ୍ଦିନୀ ମେହେଟ୍ଟା ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ନେଟଫ୍ଲିକ୍ସର ଲସ୍ ଆଞ୍ଜେଲସ୍ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ। ଭାରତ ସରକାରଙ୍କ ଇ-ମେଲରେ ତାଙ୍କୁ କମ୍ପାନୀରେ ଆଇନଗତ କାର୍ଯ୍ୟନିର୍ବାହୀ ଭାବରେ ତାଙ୍କର ପୂର୍ବତନ ଭୂମିକା ଥିବାରୁ ଅନୁସନ୍ଧାନ ସହ ଜଡିତ ଡକ୍ୟୁମେଣ୍ଟ ଏବଂ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp