ଜୁନ୍‌ରେ ମୁଦ୍ରାନୀତି କମିଟି ବୈଠକ, ମୋର୍ଗାନ୍‌ ଷ୍ଟାନ୍‌ଲେର ପୂର୍ବାନୁମାନ: ଏଥର କମିବ ସୁଧହାର

The Sakala Picture
Published On

ନୂଆଦିଲ୍ଲୀ: କମିଲା ମୁଦ୍ରାସ୍ଫୀତି। ଆଗକୁ ହ୍ରାସ ହେବ ସୁଧହାର। ତେବେ ମିଳିଥିବା ସୂଚନା ମୁତାବକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଜୁନ୍ ମାସରୁ ସୁଧହାର ହ୍ରାସ କରିବା ଆରମ୍ଭ କରିବ। କାରଣ ଦୀର୍ଘ ଦିନ ଧରି ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଁବା ପରେ ଏବେ ତଳକୁ ଖସିବା ଆରମ୍ଭ ହୋଇଛି। ବର୍ତ୍ତମାନ ସମୟରେ ଉଭୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ପରିଚାଳନା ସ୍ତରରେ ରହିବ। ତେଣୁ ଆସନ୍ତା ଜୁନ୍‌ରେ ବସିବାକୁ ଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ […]

ନୂଆଦିଲ୍ଲୀ: କମିଲା ମୁଦ୍ରାସ୍ଫୀତି। ଆଗକୁ ହ୍ରାସ ହେବ ସୁଧହାର। ତେବେ ମିଳିଥିବା ସୂଚନା ମୁତାବକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଜୁନ୍ ମାସରୁ ସୁଧହାର ହ୍ରାସ କରିବା ଆରମ୍ଭ କରିବ। କାରଣ ଦୀର୍ଘ ଦିନ ଧରି ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଁବା ପରେ ଏବେ ତଳକୁ ଖସିବା ଆରମ୍ଭ ହୋଇଛି। ବର୍ତ୍ତମାନ ସମୟରେ ଉଭୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ପରିଚାଳନା ସ୍ତରରେ ରହିବ। ତେଣୁ ଆସନ୍ତା ଜୁନ୍‌ରେ ବସିବାକୁ ଥିବା ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ବା ପ୍ରମୁଖ ସୁଧହାରରେ ହ୍ରାସ ଘଟାଇବା ନେଇ ନିଷ୍ପତ୍ତି ନେଇପାରେ ବୋଲି ରେଟିଂ ଏଜେନ୍ସି ନଜରରେ ମୋର୍ଗାନ ଷ୍ଟାନ୍‌ଲେ କହିଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ମୋର୍ଗାନ ଷ୍ଟାନ୍‌ଲେ ଏକ ରିପୋର୍ଟରେ କହିଛି ଯେ, ଆରବିଆଇ ଜୁନ୍‌ରୁ ରେପୋ ହାରକୁ ୫୦ ବେସିସ୍ ପଏଣ୍ଟ ହ୍ରାସ କରିବା ଆରମ୍ଭ କରିପାରିବ। ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ତିନି ମାସର ସର୍ବନିମ୍ନ ୫.୧ ପ୍ରତିଶତକୁ ଖସିଆସିଛି,ଯାହା ୫.୭ ପ୍ରତିଶତ ରହିଥିଲା। ତେବେ ରିଜର୍ଭ ବ୍ୟାଙ୍କର ଟାର୍ଗେଟରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬ ପ୍ରତିଶତ ମଧ୍ୟରେ ରହିଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ରେପୋ ହାର ହ୍ରାସ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ବିଚାର କରିପାରେ। ବିକଶିତ ଅର୍ଥନୀତି ସମେତ ଅନେକ ଦେଶ ପାଇଁ ମୁଦ୍ରାସ୍ଫୀତି ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ଭାରତ ଏହାର ମୁଦ୍ରାସ୍ଫୀତିକୁ ବହୁ ପରିମାଣରେ ପରିଚାଳନା କରିବାରେ ସଫଳ ହୋଇଛି।

22 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp