ଗରିବଙ୍କ ବୋଝ ବଢ଼ାଉଛି ମୋବାଇଲ ରିଚାର୍ଜ; ହାତ ଟେକି ଦେଇଛନ୍ତି ସରକାର

The Sakala Picture
Published On

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ କରିଦେଇଛି। ଜରୁରୀ ସାମଗ୍ରୀଠାରୁ ନେଇ ଯାତ୍ରା (ଯାତାୟତ) ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯାଇଛି। ଆୟ ବଢୁ ନ ଥିବାବେଳେ ବ୍ୟୟ ବୃଦ୍ଧି ଗରିବଙ୍କୁ ଚିନ୍ତାରେ ପକାଇଛି। ଏପରି ସମୟରେ ମୋବାଇଲ ରିଚାର୍ଜ ଖର୍ଚ୍ଚ ବୃଦ୍ଧି ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ସର୍ବାଧିକ ମୂଲ୍ୟବୃଦ୍ଧି ହୋଇଥିବା ସେବା ମଧ୍ୟରେ ଏହା ସାମିଲ ରହିଛି। ବର୍ତ୍ତମାନ ସମୟରେ ମୋବାଇଲ ଜରୁରୀ ହୋଇ ପଡ଼ିଥିବାବେଳେ ଆଧାର ଅପଡେଟ୍‌ ହେଉ କି କେୱାଇସି, ସରକାରୀ ଯୋଜନା ହେଉ […]

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ କରିଦେଇଛି। ଜରୁରୀ ସାମଗ୍ରୀଠାରୁ ନେଇ ଯାତ୍ରା (ଯାତାୟତ) ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯାଇଛି। ଆୟ ବଢୁ ନ ଥିବାବେଳେ ବ୍ୟୟ ବୃଦ୍ଧି ଗରିବଙ୍କୁ ଚିନ୍ତାରେ ପକାଇଛି। ଏପରି ସମୟରେ ମୋବାଇଲ ରିଚାର୍ଜ ଖର୍ଚ୍ଚ ବୃଦ୍ଧି ସମସ୍ୟାକୁ ଦ୍ବିଗୁଣିତ କରିଦେଇଛି। ସର୍ବାଧିକ ମୂଲ୍ୟବୃଦ୍ଧି ହୋଇଥିବା ସେବା ମଧ୍ୟରେ ଏହା ସାମିଲ ରହିଛି। ବର୍ତ୍ତମାନ ସମୟରେ ମୋବାଇଲ ଜରୁରୀ ହୋଇ ପଡ଼ିଥିବାବେଳେ ଆଧାର ଅପଡେଟ୍‌ ହେଉ କି କେୱାଇସି, ସରକାରୀ ଯୋଜନା ହେଉ ଅବା ସୋସିଆଲ ମିଡିଆ ସବୁରି ପାଇଁ ମୋବାଇଲ ନମ୍ବର ଆବଶ୍ୟକ ହେଉଛି। ଗରିବ ହୁଅନ୍ତୁ କି ଧନୀ, ବୃଦ୍ଧ ହୁଅନ୍ତୁ କି ବାଳକ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି।

ଏହାର ସୁଯୋଗ ନେଇ ଗରିବ ଜନତାଙ୍କୁ ଲୁଟ୍‌ କରାଯାଉଛି। ଏହି ମୋବାଇଲ ରିଚାର୍ଜ ଯୋଗୁଁ ଗରିବଙ୍କ ବ୍ୟୟ ଭାର ବଢ଼ିଯାଉଛି। ଗତ ୮ ବର୍ଷ ମଧ୍ୟରେ ମୋବାଇଲ ରିଚାର୍ଜ ୨୦ ଗୁଣ ତଥା ୨୦୦ ପ୍ରତିଶତ ବୃଦ୍ଧି ପାଇଛି। ଏବେ ଆଉ ୧୦ଟଙ୍କା, ୨୦ ଟଙ୍କା ନୁହେଁ, ବରଂ ଅତିକମରେ ୨୦୦ ଟଙ୍କା ରିଚାର୍ଜ କରିବାକୁ ପଡୁଛି। ଏହି ରିଚାର୍ଜ ନ କଲେ ମୋବାଇଲ ସେବା ବନ୍ଦ ହୋଇଯାଉଛି। କଲ୍‌ କି ମେସେଜ ଆସୁନାହିଁ। ମୋବାଇଲ ପଡ଼ି ରହୁଛି। ଶେଷରେ ଦୀର୍ଘ ଦିନ ପର୍ଯ୍ୟନ୍ତ ରିଚାର୍ଜ ନ କଲେ ସେହି ନମ୍ବରକୁ ବନ୍ଦ କରି ଅନ୍ୟକୁ ଦିଆଯାଉଛି। କେବଳ ସେତିକି ନୁହେଁ ରିଚାର୍ଜ ସରିଗଲେ ମୋବାଇଲ କମ୍ପାନୀ ପକ୍ଷରୁ ବ୍ୟବହାରକାରୀଙ୍କ ପାଖକୁ ଘନ ଘନ ଫୋନ୍‌ ଯାଉଛି। ରିଚାର୍ଜ କରନ୍ତୁ ନଚେତ ମୋବାଇଲ ସେବାକୁ ବନ୍ଦ ଏବଂ ସିମ୍‌କୁ ନିଷ୍କ୍ରିୟ କରିବାର ଚେତାବନୀ ଦିଆଯାଉଛି। ଏପରି ସ୍ଥିତିରେ ଦିନକୁ ଦିଓଳା ଖାଇବାକୁ ପାଉ ନ ଥିବା ଲୋକେ ବାଧ୍ୟରେ ଉଧାର କରି ରିଚାର୍ଜ କରୁଛନ୍ତି। ଆଉ ମାସେ ପରେ ପୁଣି ସେହି ସ୍ଥିତି ଦେଖିବାକୁ ମିଳୁଛି। କିନ୍ତୁ ଏହି ସବୁ ମାମଲାରେ କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି। ଟେଲିକମ୍‌ କମ୍ପାନୀଗୁଡିକ ଦରବୃଦ୍ଧିକୁ ନିୟାମକ ଟ୍ରାଇ ବି ଅନୁମତି ଦେଇଦେଉଛି।

ରିପୋର୍ଟ ଅନୁଯାୟୀ ପୂର୍ବରୁ ୧୦ ଟଙ୍କା ରିଚାର୍ଜ କରିଦେଲେ ମୋବାଇଲ ଚାଲୁଥିଲା। କଲ୍‌ ଏବଂ ମେସେଜ ଆସୁଥିଲା। ମିସ୍‌କଲ୍‌ ବି ଯାଉଥିଲା। କିନ୍ତୁ ଏବେ ମୋବାଇଲ ଚାଲିବାର ସର୍ବନିମ୍ନ ମୂଲ୍ୟ ୨୦୦ ଟଙ୍କା ହୋଇଯାଇଛି। ଅଧିକାଂଶ କମ୍ପାନୀଙ୍କ ଦର ପ୍ରାୟ ସମାନ ରହିଛି। ଉତ୍ତମ ସେବା ପ୍ରଦାନ ପାଇଁ ଦରବୃଦ୍ଧି ହେଉଥିବା ନେଇ କମ୍ପାନୀଗୁଡିକ କହୁଥିବାବେଳେ ସ୍ଥିତି ଭିନ୍ନ ରହୁଛି। କଲ୍‌ ଡ୍ରପ୍‌ ସମସ୍ୟା ବି ସମାଧାନ ହେଉନାହିଁ। ଆଇନ ସତ୍ତ୍ବେ ଅଯଥା କଲ୍‌ ଆସୁଛି। ଆଉ ଏହା ମାଧ୍ୟମରେ ଠକେଇ ବି ବଢ଼ିବାରେ ଲାଗିଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୋବାଇଲ ରିଚାର୍ଜ ଦ୍ବାରା ଗରିବ, ଚାଷୀ ଏବଂ ବୟସ୍କ ବ୍ୟକ୍ତି ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ଭାରତରେ ଇଣ୍ଟରନେଟ ମୂଲ୍ୟ ସବୁଠୁ କମ୍‌ ହେଲେ ବି ଏହା ଅନେକଙ୍କର ଆବଶ୍ୟକତା ନାହିଁ। ଇଣ୍ଟରନେଟ୍‌ ଏବଂ ମେସେଜ ଦରକାର ନ ଥିଲେ ବି ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡୁଛି। ଟେଲିକମ୍‌ କମ୍ପାନୀଗୁଡିକ ଇଣ୍ଟରନେଟ, କଲ୍‌, ମେସେଜ ଆଦି ସେବାଗୁଡିକ ଗୋଟିଏ ପ୍ୟାକ୍‌ରେ ଦେଉଛନ୍ତି। ଇଣ୍ଟରନେଟ୍‌ ବ୍ୟବହାର କରୁ ନ ଥିବା ବ୍ୟବହାରକାରୀଙ୍କ ପାଇଁ ଅନ୍ୟ କୌଣସି ପ୍ଲାନ ମଧ୍ୟ ଉଦ୍ଦିଷ୍ଟ ନାହିଁ। ତେଣୁ ଅଯଥାରେ ଇଣ୍ଟରନେଟ ଏବଂ ମେସେଜ ଆଦି ପ୍ରଦାନ କରି ରିଚାର୍ଜ ମୂଲ୍ୟକୁ ବୃଦ୍ଧି କରାଯାଉଛି। ସେହିପରି ଅଲଗା ରିଚାର୍ଜ କଲେ ବି କଥା ନ ହେଲେ ନିର୍ଦ୍ଦିଷ୍ଟ ଅବଧି ଭିତରେ ତାହା ସରିଯାଉଛି। ନମ୍ବର ଚାଲିବା ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟର ରିଚାର୍ଜ କରିବାକୁ ବାଧ୍ୟ କରାଯାଉଛି।

ଗତ ଅଗଷ୍ଟରେ କେନ୍ଦ୍ର ସରକାର ଦେଇଥିବା ରିପୋର୍ଟ ଅନୁଯାୟୀ ଭାରତରେ ଏବେ ୧୧୯.୯ କୋଟି ମୋବାଇଲ ବ୍ୟବହାରକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୫.୪ କୋଟି ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଅର୍ଥାତ୍‌ ୨୪.୫ କୋଟି ବ୍ୟବହାରକାରୀ ଇଣ୍ଟରନେଟ ବ୍ୟବହାର କରୁନାହାନ୍ତି। କିନ୍ତୁ ଏହି ବ୍ୟବହାରକାରୀଙ୍କୁ ଅନାବଶ୍ୟକ ଭାବେ ଇଣ୍ଟରନେଟ ଏବଂ ମେସେଜ ବାବଦକୁ ଟଙ୍କା ଦେବାକୁ ପଡୁଛି। ବ୍ୟବହାର ହେଉ ନ ଥିଲେ ବି ରିଚାର୍ଜ ପାଇଁ ବାଧ୍ୟ କରାଯାଉଛି। ଏହା ଦ୍ବାରା ଟେଲିକମ୍‌ କମ୍ପାନୀଗୁଡିକ ଲାଭାନ୍ବିତ ହେଉଛନ୍ତି। ଆଉ ଗରିବ ପାଇଁ ଏହି ରିଚାର୍ଜ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହେଉଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏବେ ବି ଦେଶରେ ୩୫୦ ନିୟୁତ ଲୋକ ଫିଚର ଫୋନ୍‌ ବ୍ୟବହାର କରୁଛନ୍ତି। ତେବେ ଅଧିକାଂଶ ଫିଚର ଫୋନ୍‌ରେ ଇଣ୍ଟରନେଟ ସୁବିଧା ବି ଦିଆଗଲାଣି। କିନ୍ତୁ ଏହା ସ୍ମାର୍ଟଫୋନ୍‌ ଭଳି ଚାଲୁ ନାହିଁ। ଏହାକୁ ଦୃଷ୍ଟିରେ ଦେଖି ଗୋଟେ ଦୁଇଟି କମ୍ପାନୀ ନିଜସ୍ବ ଫୋନ୍‌ ବିକ୍ରି ବୃଦ୍ଧି ପାଇଁ ସ୍ବତନ୍ତ୍ର ପ୍ୟାକ୍‌ ଆଣିଛନ୍ତି। ମାତ୍ର ଅନ୍ୟକମ୍ପାନୀଗୁଡିକର ରିଚାର୍ଜ ପ୍ଲାନ ସମାନ ରହିଛି। ସ୍ମାର୍ଟଫୋନ ହେଉ କି ଫିଚର ଫୋନ୍‌ ସବୁ ପାଇଁ ଗୋଟିଏ ରିଚାର୍ଜ କରିବାକୁ ପଡୁଛି। ସବୁ ପ୍ଲାନ୍‌ର ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ଗତ ଜୁଲାଇରେ ଘରୋଇ ଟେଲିକମ୍‌ କମ୍ପାନୀଗୁଡିକ ଟାରିଫ ପ୍ଲାନ୍‌କୁ ୧୦ରୁ ୨୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ପ୍ଲାନରେ କୌଣସି ପରିବର୍ତ୍ତନ କରି ନ ଥିଲେ। ଏହାକୁ ସାରା ଦେଶରେ ସମାଲୋଚନା କରାଯାଇଥିଲା।

ଜୁନ୍‌ରେ ଦରବୃଦ୍ଧି ପରେ ବ୍ୟବହାରକାରୀ ପୋର୍ଟିଂ କରି ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲକୁ ଯାଇଥିଲେ। ଘରୋଇ କମ୍ପାନୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଏସ୍‌ଏନ୍‌ଏଲ ଅଧିକ ଲାଭାନ୍ବିତ ହୋଇଥିଲା। ଗ୍ରାହକ ସଂଖ୍ୟାରେ ରେକର୍ଡ ବୃଦ୍ଧି ପାଇଥିଲା। ମାତ୍ର ଏହି କମ୍ପାନୀ ବି ରିଚାର୍ଜ ସରିଗଲେ ସେବାକୁ ବନ୍ଦ କରିଦେଉଛି। ଏପରି ସ୍ଥିତିରେ ଗରିବ, ଚାଷୀ, ବୟସ୍କ ଏବଂ ଫିଚର ଫୋନ୍‌ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ଦାବି ହେଉଛି।

22 Dec 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର