ଫର୍ଚ୍ୟୁନ୍ ୫୦୦ ତାଲିକାରେ ଏଲ୍‌ଆଇସି, ରିଲାଏନ୍ସ ୫୧ ସ୍ଥାନ ଉପରକୁ ଉଠିଲା

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ସ୍ଥାନ ପାଇଛି। ଏଥିସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ତାଲିକାରେ ୫୧ ସ୍ଥାନ ଉପରକୁ ଉଠିଛି। ନିକଟରେ ପ୍ରକାଶିତ ଫର୍ଚ୍ୟୁନ୍ ୫୦୦ ତାଲିକାରେ ଏଲ୍‌ଆଇସି ୯୮ତମ ତମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୨ ତାଲିକାରେ ୫୧ ସ୍ଥାନରୁ ୧୦୪ ତମ ସ୍ଥାନକୁ ଉନ୍ନୀତ ହୋଇଛି। ତାଲିକାଭୁକ୍ତ କମ୍ପାନୀଗୁଡିକ ଫର୍ଚ୍ୟୁନ୍ ୫୦୦ ତାଲିକାରେ ବିକ୍ରୟ ଆଧାରରେ ସ୍ଥାନିତ ହୋଇଛନ୍ତି। ଆମେରିକାଭିତ୍ତିକ ରିଟେଲ […]

ନୂଆଦିଲ୍ଲୀ : ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ସ୍ଥାନ ପାଇଛି। ଏଥିସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ତାଲିକାରେ ୫୧ ସ୍ଥାନ ଉପରକୁ ଉଠିଛି। ନିକଟରେ ପ୍ରକାଶିତ ଫର୍ଚ୍ୟୁନ୍ ୫୦୦ ତାଲିକାରେ ଏଲ୍‌ଆଇସି ୯୮ତମ ତମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୨ ତାଲିକାରେ ୫୧ ସ୍ଥାନରୁ ୧୦୪ ତମ ସ୍ଥାନକୁ ଉନ୍ନୀତ ହୋଇଛି। ତାଲିକାଭୁକ୍ତ କମ୍ପାନୀଗୁଡିକ ଫର୍ଚ୍ୟୁନ୍ ୫୦୦ ତାଲିକାରେ ବିକ୍ରୟ ଆଧାରରେ ସ୍ଥାନିତ ହୋଇଛନ୍ତି। ଆମେରିକାଭିତ୍ତିକ ରିଟେଲ କମ୍ପାନୀ ୱାଲମାର୍ଟ ଏହି ତାଲିକାର ଶୀର୍ଷରେ ରହିଛି। ଏହି ତାଲିକାରେ ସମୁଦାୟ ନଅଟି ଭାରତୀୟ କମ୍ପାନୀ ରହିଛନ୍ତି, ସେଥିମଧ୍ୟରୁ ପାଞ୍ଚଟି ସରକାରୀ କ୍ଷେତ୍ରର ଏବଂ ଚାରିଟି ଘରୋଇ କ୍ଷେତ୍ରର। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି) ୨୮ଟି ସ୍ଥାନ ଉପରକୁ ଉଠି ୧୪୨ତମ ସ୍ଥାନକୁ ଉନ୍ନୀତ ହୋଇଛି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ (ଓଏନ୍‌ଜିସି) ୧୬ ସ୍ଥାନ ଉପରକୁ ଉଠି ୧୯୦ରେ ସ୍ଥାନ ପାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ଦୁଇ କମ୍ପାନୀ ହେଉଛି ଟାଟା ମୋଟର୍ସ (୩୭୦ ରାଙ୍କ) ଏବଂ ଟାଟା ଷ୍ଟିଲ୍ (୪୩୫ ରାଙ୍କ)। ରାଜେଶ ଏକ୍ପପୋର୍ଟର ୪୩୭ ତମ ସ୍ଥାନ ସହିତ ଏହି ତାଲିକାରେ ଏକ ମାତ୍ର ଭାରତୀୟ ଘରୋଇ କମ୍ପାନୀ ଭାବେ ସ୍ଥାନ ପାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୧୭ ଟି ସ୍ଥାନ ଉପରକୁ ଉଠି ୨୩୬ ତମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ୧୯ ଟି ସ୍ଥାନ ଉପରକୁ ଉଠି ୨୯୫ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକା କମ୍ପାନୀଗୁଡିକ ସେମାନଙ୍କ ରାଙ୍କୀଙ୍ଗ ଆଧାରରେ ସ୍ଥାନିତ ହୋଇଛି। ଚାଇନାର ଶକ୍ତି କମ୍ପାନୀ ଷ୍ଟେଟ୍ ଗ୍ରୀଡ୍, ଚାଇନା ନ୍ୟାସନାଲ ପେଟ୍ରୋଲିୟମ ଏବଂ ସିନୋପେକ୍ ଶ୍ରେଷ୍ଠ ପାଞ୍ଚଟି ସ୍ଥାନ ଅଧିକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର