ଶେୟାର ବଜାରକୁ ପ୍ରଭାବିତ କରିପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

The Sakala Picture
Published On

ମୁମ୍ବାଇ(ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଭାରୀ ମାତ୍ରାରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କିନ୍ତୁ ବିଜେପିର ପରାଜୟ କେବଳ ରାଜନୀତିକ ସମୀକରଣ ନୁହେଁ, ବରଂ ଦେଶର ପୁଞ୍ଜି ବଜାର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ଭଳି […]

ମୁମ୍ବାଇ(ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଭାରୀ ମାତ୍ରାରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କିନ୍ତୁ ବିଜେପିର ପରାଜୟ କେବଳ ରାଜନୀତିକ ସମୀକରଣ ନୁହେଁ, ବରଂ ଦେଶର ପୁଞ୍ଜି ବଜାର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବାକୁ ରହିଛି। କିନ୍ତୁ କର୍ଣ୍ଣାଟକ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇବା ସହିତ ଏହିସବୁ ରାଜ୍ୟ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ ଦେଶର ଶେୟାର ବଜାରରେ ଏହାର ପ୍ରଭାବ ପଡ଼ିବ ବୋଲି ଶେୟାର ବଜାର ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତା ସୋମବାର ଶେୟାର ବଜାର କାରବାରରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ମଧ୍ୟ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ସମେତ ଆଗାମୀ ଦିନରେ ହେବାକୁ ଥିବା ଉପରୋକ୍ତ ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷକରି କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ପାଇଁ ଏହାସବୁ ଠାରୁ ଗୁରୁତ୍ବପୂର୍ଣ୍ଣ।କାରଣ ଶାସକ ଦଳ ଭାବେ ଏହି ଦଳର ଫଳାଫଳକୁ ନେଇ ନିବେଶକାରୀ ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ଏହି ଦୃଷ୍ଟିରୁ କର୍ଣ୍ଣାଟକ ପାଇଁ ମଧ୍ୟ ବିଜେପିର ସ୍ଥିତି ଗୁରୁତ୍ବପୂର୍ଣ୍ଣ ରହିଥିଲା। କିନ୍ତୁ ଯେଉଁ ଫଳାଫଳ ଆସିଲା ତଦ୍ବାରା ଆଗାମୀ ଦିନରେ ଶେୟାର ବଜାର ପ୍ରତି ପୁଞ୍ଜି ନିବେଶକାରୀଙ୍କ ମନୋଭାବ କିଭଳି ରହିବ ତାହାକୁ ନେଇ ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

14 May 2023 By The Sakala

ଶେୟାର ବଜାରକୁ ପ୍ରଭାବିତ କରିପାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ

ମୁମ୍ବାଇ(ଏଜେନ୍ସି): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଂଗ୍ରେସ ଭାରୀ ମାତ୍ରାରେ ବିଜୟ ହାସଲ କରିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। କିନ୍ତୁ ବିଜେପିର ପରାଜୟ କେବଳ ରାଜନୀତିକ ସମୀକରଣ ନୁହେଁ, ବରଂ ଦେଶର ପୁଞ୍ଜି ବଜାର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରି ଦେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପରେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ତେଲଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବାକୁ ରହିଛି। କିନ୍ତୁ କର୍ଣ୍ଣାଟକ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଚାପ ପକାଇବା ସହିତ ଏହିସବୁ ରାଜ୍ୟ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ ଦେଶର ଶେୟାର ବଜାରରେ ଏହାର ପ୍ରଭାବ ପଡ଼ିବ ବୋଲି ଶେୟାର ବଜାର ବିଶେଷଜ୍ଞମାନେ କହିଛନ୍ତି। ଆସନ୍ତା ସୋମବାର ଶେୟାର ବଜାର କାରବାରରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ ବୋଲି ମଧ୍ୟ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ସମେତ ଆଗାମୀ ଦିନରେ ହେବାକୁ ଥିବା ଉପରୋକ୍ତ ରାଜ୍ୟ ଗୁଡିକର ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ। ବିଶେଷକରି କେନ୍ଦ୍ରରେ କ୍ଷମତାରେ ରହିଥିବା ବିଜେପି ପାଇଁ ଏହାସବୁ ଠାରୁ ଗୁରୁତ୍ବପୂର୍ଣ୍ଣ।କାରଣ ଶାସକ ଦଳ ଭାବେ ଏହି ଦଳର ଫଳାଫଳକୁ ନେଇ ନିବେଶକାରୀ ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବନି। ଏହି ଦୃଷ୍ଟିରୁ କର୍ଣ୍ଣାଟକ ପାଇଁ ମଧ୍ୟ ବିଜେପିର ସ୍ଥିତି ଗୁରୁତ୍ବପୂର୍ଣ୍ଣ ରହିଥିଲା। କିନ୍ତୁ ଯେଉଁ ଫଳାଫଳ ଆସିଲା ତଦ୍ବାରା ଆଗାମୀ ଦିନରେ ଶେୟାର ବଜାର ପ୍ରତି ପୁଞ୍ଜି ନିବେଶକାରୀଙ୍କ ମନୋଭାବ କିଭଳି ରହିବ ତାହାକୁ ନେଇ ଆଶଙ୍କା ବଢିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର