ଜୁଲାଇ ୩୧ ଆୟକର ଦାଖଲର ଶେଷ ଅବଧି, ଇ-ଫାଇଲିଂ ପୋର୍ଟାଲରେ ସମସ୍ୟା…

The Sakala Picture
Published On

ନୂଆଦିଲ୍ଲୀ: ପାଖେଇଲାଣି ଆୟକର ଦାଖଲର ଶେଷ ସମୟସୀମା। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ କରିବାକୁ ହେବ। ଏହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନ କରିଲେ ଦେବାକୁ ହେବ ଜୋରିମାନା। ଶେଷ ସମୟସୀମାକୁ ନଜରରେ ରଖି ଇତି ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ତେବେ ଇ-ଫାଇଲିଂ ପୋର୍ଟାଲରେ ସମ୍ପ୍ରତି ଦେଖାଦେଇଥିବା ବୈଷୟିକ ସମସ୍ୟା ଏବେ କରଦାତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ତେଣୁ କେନ୍ଦ୍ର ସରକାର ଚଳିତଥର ରିଟର୍ଣ୍ଣ […]

ନୂଆଦିଲ୍ଲୀ: ପାଖେଇଲାଣି ଆୟକର ଦାଖଲର ଶେଷ ସମୟସୀମା। ୨୦୨୩-୨୪ ଆର୍ଥିକବର୍ଷ ପାଇଁ ଆୟକର ରିଟର୍ଣ୍ଣ (ଆଇଟିଆର୍‌) ଦାଖଲ କରିବାକୁ ହେବ। ଏହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ନ କରିଲେ ଦେବାକୁ ହେବ ଜୋରିମାନା। ଶେଷ ସମୟସୀମାକୁ ନଜରରେ ରଖି ଇତି ମଧ୍ୟରେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ତେବେ ଇ-ଫାଇଲିଂ ପୋର୍ଟାଲରେ ସମ୍ପ୍ରତି ଦେଖାଦେଇଥିବା ବୈଷୟିକ ସମସ୍ୟା ଏବେ କରଦାତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ତେଣୁ କେନ୍ଦ୍ର ସରକାର ଚଳିତଥର ରିଟର୍ଣ୍ଣ ଦାଖଲର ଶେଷ ସମୟସୀମା ବୃଦ୍ଧି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ତେବେ ଟିକସଦାତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିଳମ୍ବିତ ଆୟକର ଦାଖଲ କରିପାରିବେ।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ବଢୁଛି ଉତ୍ତେଜନା: ଭାରତୀୟ ତୈଳ ଟ୍ୟାଙ୍କରକୁ ଫେରାଇ ଦେଲା ଇରାନ

ବିଭାଗର ୱେବସାଇଟ୍ ଅନୁଯାୟୀ, ଜୁଲାଇ ୧୪ ପର୍ଯ୍ୟନ୍ତ ୨.୭ କୋଟିରୁ ଅଧିକ କରଦାତା ଆଇଟିଆର ଦାଖଲ କରିଛନ୍ତି, ଯାହା ଗତ ବର୍ଷର ସମାନ ଅବଧିରେ ଦାଖଲ କରାଯାଇଥିବା ରିଟର୍ଣ୍ଣ ତୁଳନାରେ ୧୩ ପ୍ରତିଶତ ଅଧିକ। ଏବେ ଜୁଲାଇ ୩୧ ଧାର୍ଯ୍ୟ ତାରିଖ ପାଖେଇ ଆସୁଥିବାରୁ ରିଟର୍ଣ୍ଣ ଦାଖଲ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସାଧାରଣତଃ ଅଧିକାଂଶ ଟିକସଦାତା ଜୁଲାଇରେ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିଥାନ୍ତି। ବିଶେଷକରି ବେତନଧାରୀମାନେ ପ୍ରତିବର୍ଷ ଜୁନ୍ ଶେଷରେ ସେମାନଙ୍କର ନିଯୁକ୍ତିଦାତାଙ୍କଠାରୁ ଫର୍ମ ୧୬ ଗ୍ରହଣ କରିଥନ୍ତି, ଯାହା ଟିକସ ଦାଖଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ବା କାଗଜପତ୍ର। ଅପରପକ୍ଷେ ଇ-ଫାଇଲିଂ ପୋର୍ଟାଲରେ ବୈଷୟିକ ସମସ୍ୟା ଯୋଗୁ କରଦାତା ୨୬ଏଏସ୍‌/ଟିଆଇଏସ୍‌ ଫର୍ମ ଉପଲବ୍‌ଦ କରିପାରୁନାହାନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ଟିକସଦାତାଙ୍କଠାରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। ବିଗତ ବର୍ଷଗୁଡିକରେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁ ଟିକସ ଦାଖଲରେ ବିଳମ୍ବ ଘଟିଥିଲା।

17 Jul 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp