ବଢ଼ିଲା ଜେଟ୍ ଇନ୍ଧନ ଦର, ଆହୁରି ମହଙ୍ଗା ହେବ ବିମାନ ଯାତ୍ରା

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । କାରଣ ଜେଟ୍ ଇନ୍ଧନ ଦର ପୁଣି ବଢ଼ିଛି । ଜେଟ୍ ବା ବିମାନ ଇନ୍ଧନ ଦର ୫ ପ୍ରତିଶତ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଦଶମ ଥର ପାଇଁ ବିମାନ ଇନ୍ଧନ ଦର ବଢ଼ିଛି । ଭାରତୀୟ ତୈଳ ନିଗମ ଅନୁଯାୟୀ ସୋମବାର ଜେଟ୍ ଇନ୍ଧନର ଦର ଲିଟର ପିଛା ୬,୧୮୮ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦର ୩୧ ମଇ ୨୦୨୨ […]

ନୂଆଦିଲ୍ଲୀ: ଏଣିକି ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । କାରଣ ଜେଟ୍ ଇନ୍ଧନ ଦର ପୁଣି ବଢ଼ିଛି । ଜେଟ୍ ବା ବିମାନ ଇନ୍ଧନ ଦର ୫ ପ୍ରତିଶତ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଦଶମ ଥର ପାଇଁ ବିମାନ ଇନ୍ଧନ ଦର ବଢ଼ିଛି ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଭାରତୀୟ ତୈଳ ନିଗମ ଅନୁଯାୟୀ ସୋମବାର ଜେଟ୍ ଇନ୍ଧନର ଦର ଲିଟର ପିଛା ୬,୧୮୮ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦର ୩୧ ମଇ ୨୦୨୨ ରୁ ଲାଗୁ ହେବ । ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ମାର୍ଚ୍ଚରେ ଜେଟ୍ ଇନ୍ଧନ ଦର ୧୮.୩ ପ୍ରତିଶତ ଏବଂ ଏପ୍ରିଲରେ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ସଦ୍ୟତମ ବୃଦ୍ଧି ପରେ ଦିଲ୍ଲୀରେ ବିମାନ ଇନ୍ଧନ ଦର ପ୍ରତି କିଲୋଲିଟର ପିଛା ୧,୧୬,୮୫୨ ରୁ ୧,୨୩,୦୩୯.୭୧ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ୧,୨୧,୮୪୭.୧୧ ଟଙ୍କା, କୋଲକାତାରେ ୧,୨୭,୮୫୪.୬୦ ଟଙ୍କା ଏବଂ ଚେନ୍ନାଇରେ ୧,୨୭,୨୮୬.୧୩ ଟଙ୍କା ହୋଇଛି। ଜାନୁଆରୀରୁ ଏପର୍ଯ୍ୟନ୍ତ ବିମାନ ଇନ୍ଧନ ଦରରେ ୬୧.୭ ପ୍ରତିଶତ ବୃଦ୍ଧି ଘଟିଲାଣି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର