ଚାରିଆଡ଼େ ମହଙ୍ଗା ମାଡ଼: ଚୀନ୍ରେ ଅବସ୍ଫୀତି, ଚାହିଦାରେ ତୀବ୍ର ହ୍ରାସ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ତୁଳନାରେ ଦେଖିଲେ ଚାଇନାରେ ଏକ ଭିନ୍ନ ସମସ୍ୟା ଚାଲିଛି। ସାରା ଦୁନିଆ ବର୍ତ୍ତମାନ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଛି। ଯଦିଓ ବିଭିନ୍ନ ଦେଶରେ ମୁଦ୍ରାସ୍ଫୀତି ଟିକେ ତଳମୁହାଁ ହୋଇଛି, ତଥାପି ମୂଲ୍ୟ ଦାରଦାମ୍ ରହିଛି। ଅନ୍ୟପକ୍ଷରେ ଚୀନ୍ରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିୁଛି। ଚାଇନାରେ ସାମଗ୍ରୀର ମୂଲ୍ୟ କମୁଛି। କାରଣ ସେଠାରେ ଚାହିଦାରେ ତୀବ୍ର ହ୍ରାସ ଘଟୁଛି। ଯେଉଁଠାରେ ସମଗ୍ର ବିଶ୍ୱ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଛି, ଚାଇନା ଅବସ୍ଫୀତି […]
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱ ତୁଳନାରେ ଦେଖିଲେ ଚାଇନାରେ ଏକ ଭିନ୍ନ ସମସ୍ୟା ଚାଲିଛି। ସାରା ଦୁନିଆ ବର୍ତ୍ତମାନ ମୁଦ୍ରାସ୍ଫୀତି ସହ ସଂଗ୍ରାମ କରୁଛି। ଯଦିଓ ବିଭିନ୍ନ ଦେଶରେ ମୁଦ୍ରାସ୍ଫୀତି ଟିକେ ତଳମୁହାଁ ହୋଇଛି, ତଥାପି ମୂଲ୍ୟ ଦାରଦାମ୍ ରହିଛି। ଅନ୍ୟପକ୍ଷରେ ଚୀନ୍ରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିୁଛି। ଚାଇନାରେ ସାମଗ୍ରୀର ମୂଲ୍ୟ କମୁଛି। କାରଣ ସେଠାରେ ଚାହିଦାରେ ତୀବ୍ର ହ୍ରାସ ଘଟୁଛି। ଯେଉଁଠାରେ ସମଗ୍ର ବିଶ୍ୱ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଛି, ଚାଇନା ଅବସ୍ଫୀତି ସହ ଯୁଝୁଛି। ବିଶ୍ବର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି କୁହାଯାଉଥିବା ଚୀନ୍ ଏବେ ଅବସ୍ଫୀତି ସ୍ଥିତିକୁ ଚାଲିଯାଇଛି। ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇରେ ଦେଶ ଅବସ୍ଫୀତିକୁ ପ୍ରବେଶ କରିଛି। ଦେଶରେ ଏବେ ଉପଭୋକ୍ତା ମୂଲ୍ୟ ସୂଚୀ ତଳମୁହାଁ ହୋଇ ୦.୩ ପ୍ରତିଶତ ହ୍ରାସ ପାଇଛି। ୨୦୨୩ର ଅଧିକାଂଶ ସମୟ ପାଇଁ ଚାଇନାରେ ଦରଦାମ୍ ସ୍ଥିର ରହିଥିଲା, ଯେତେବେଳେ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ସହ ସଂଘର୍ଷ କରୁଥିଲା।
ଯଦି ସାମଗ୍ରୀ ମୂଲ୍ୟ କମେ ତେବେ ଏହା ଜନସାଧାରଣଙ୍କ ପାଇଁ ଏକ ଭଲ କଥା। ଏଥିରେ ମହଙ୍ଗା ମାଡ଼ ହୋଇନ ଥାଏ। ଲୋକଙ୍କୁ ସାମଗ୍ରୀ ଆଉ ସେବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡି ନ ଥାଏ। କିନ୍ତୁ ଅର୍ଥନୀତିଜ୍ଞମାନେ ମୁଦ୍ରାସ୍ଫୀତିକୁ ଅର୍ଥନୀତି ପାଇଁ ଏକ ଖରାପ ସଙ୍କେତ ଭାବରେ ବିବେଚନା କରିଥାନ୍ତି। ଯେତେବେଳେ ଦୀର୍ଘ ସମୟ ଧରି ସମାଗ୍ରୀ ଏବଂ ସେବା ମୂଲ୍ୟ ହ୍ରାସ ହୁଏ, ଲୋକମାନେ କମ୍ ଖର୍ଚ୍ଚ କରିଥାନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଉତ୍ପାଦନ ହ୍ରାସ କରିଥାନ୍ତି। ଫଳସ୍ୱରୂପ, କମ୍ପାନୀଗୁଡିକ କମ୍ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଥାନ୍ତି। ଏଭଳି ପରିସ୍ଥିତିରେ ବ୍ୟାପକ ଛଟେଇ ହୋଇଥାଏ ଏବଂ କର୍ମଚାରୀମାନେ କମ୍ ବେତନ ପାଇଆନ୍ତି। ଚୀନ୍ ପୂର୍ବରୁ ଅବସ୍ଫୀତି ସ୍ଥିତିକୁ ଯାଇସାରିଛି। କିନ୍ତୁ ଅର୍ଥନୀତିଜ୍ଞମାନେ ଏଥର ମୂଲ୍ୟ ହ୍ରାସକୁ ନେଇ ଅଧିକ ଚିନ୍ତିତ ଅଛନ୍ତି। ଶେଷ ଥର ପାଇଁ ୨୦୨୧ ପ୍ରାରମ୍ଭରେ ଚୀନ୍ରେ ସାମଗ୍ରୀ ଏବଂ ସେବାର ମୂଲ୍ୟ ହ୍ରାସ ପାଇଥିଲା। କୋଭିଡ୍ ପ୍ରତିବନ୍ଧକ ହେତୁ ଲକ୍ଷ ଲକ୍ଷ ଲୋକ ଲକ୍ଡାଉନ୍ରେ ରହିଥିଲେ। ଏଥିରେ କାରଖାନା ବନ୍ଦ ହୋଇଯାଇଥିଲା। ଗତ ବର୍ଷ ଶୂନ କୋଭିଡ ନୀତି ହଟାଇବା ପରେ ଚୀନ୍ ବର୍ତ୍ତମାନ ପୁନରୁଦ୍ଧାର ପଥରେ ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ ଚୀନ୍ର ପୁନରୁଦ୍ଧାର ଅସମ୍ଭବ ହୋଇପଡିଛି।