ଅସ୍ଥିର ଭାରତୀୟ ଅର୍ଥନୀତି : ରେକର୍ଡ ସ୍ତରକୁ ଖସିଲା ଟଙ୍କା

The Sakala Picture
Published On

ମୁମ୍ବଇ : ଅସ୍ଥିର ଭାରତୀୟ ଅର୍ଥନୀତି। କ୍ରମାଗତ ଭାବେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ଘରୋଇ ଅର୍ଥନୀତି ରସାତଳ ହେବାରେ ଲାଗିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଆଜି ୧୧ ପଇସା ହ୍ରାସ ଘଟିଛି। ଫଳରେ ଟଙ୍କା ଏହାର ରେକର୍ଡ ସ୍ତରକୁ ଖସିଆସିଛି। ଶୁକ୍ରବାର ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୭ ପଇସା ହ୍ରାସ ପାଇଟ ୭୭.୮୫ ରେକର୍ଡ […]

ମୁମ୍ବଇ : ଅସ୍ଥିର ଭାରତୀୟ ଅର୍ଥନୀତି। କ୍ରମାଗତ ଭାବେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ଏଥିଯୋଗୁ ଘରୋଇ ଅର୍ଥନୀତି ରସାତଳ ହେବାରେ ଲାଗିଛି। ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଆଜି ୧୧ ପଇସା ହ୍ରାସ ଘଟିଛି। ଫଳରେ ଟଙ୍କା ଏହାର ରେକର୍ଡ ସ୍ତରକୁ ଖସିଆସିଛି। ଶୁକ୍ରବାର ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୭ ପଇସା ହ୍ରାସ ପାଇଟ ୭୭.୮୫ ରେକର୍ଡ ସ୍ତରରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ୧୬ ବର୍ଷ ବୟସରେ ଏଆଇ କମ୍ପାନୀର ମାଲିକ: କେରଳର ଏହି ଦ୍ୱାଦଶ ଶ୍ରେଣୀ ଛାତ୍ର ନିଜ ବାପାଙ୍କୁ ଦେଉଛନ୍ତି ମାସିକ ୨ ଲକ୍ଷ ଟଙ୍କା ଦରମା

ଘରୋଇ ଇକ୍ୱିଟି ବଜାରରେ ଭାରି ବିକ୍ରି ଏବଂ ବିଦେଶରେ ଡଲାର ମଜବୁତ ହେବା ନିବେଶକଙ୍କୁ ସଂଶୟରେ ପକାଇଛି। ଏଥିଯୋଗୁ ଟଙ୍କାର ବିନିମୟ ମୂଲ୍ୟ ପ୍ରଭାବିତ ହୋଇଛି। ଶୁକ୍ରବାର ଅନ୍ତର୍ଜାତୀୟ ବିଦେଶୀ ବିନିମୟ ବଜାରରେ ଭାରତୀୟ ମୁଦ୍ରା ଟ ୭୭.୮୧ ରୁ କାରବାର ଆରମ୍ଭ କରି ଦିନର କାରବାରରେ ଏହା ସର୍ବୋଚ୍ଚ ଟ ୭୭.୭୯ ଏବଂ ସର୍ବନିମ୍ନ ଟ ୭୭.୮୭ ସ୍ତରରେ ରହିଥିଲା। କାରବାର ଶେଷ ବେଳକୁ ଏହା ଟ ୭୭.୭୪ରୁ ୧୧ ପଇସା ହ୍ରାସ ପାଇ ଟ ୭୭.୮୫ ହୋଇଛି, ଯାହାକି ଟଙ୍କାର ବିନିମୟ ଇତିହାସରେ ସର୍ବନିମ୍ନ ସ୍ତର।

ଆହୁରି ପଢ଼ନ୍ତୁ: କମିଲା ଅଶୋଧିତ ତୈଳ ମୂଲ୍ୟ, ପେଟ୍ରୋଲରେ ମିଶିଲା ଇଥାନଲ୍‌; ତଥାପି ଖସୁନି ପେଟ୍ରୋଲ-ଡିଜେଲ ଦର...

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp