ଗୁଗୁଲ୍-ପେ ୟୁଜର୍ସଙ୍କୁ ଝଟ୍କା ! ରିଚାର୍ଜ କଲେ ଦେବାକୁ ପଡ଼ିବ ଅତିରିକ୍ତ ଫି’
ନୂଆଦିଲ୍ଲୀ: ଗୁଗଲ ପେ ବ୍ୟବହାରକାରୀଙ୍କୁ ଲାଗିଛି ଝଟ୍କା। ଏଣିକି ଗୁଗଲ ପେ-ରେ ମୋବାଇଲ୍ ରିଚାର୍ଜ କଲେ ଅତିରିକ୍ତ ଫି ଦେବାକୁ ପଡ଼ିବ। ଅନେକ ୟୁଜର୍ସ ଦାବି କରିଛନ୍ତି ଯେ ଗୁଗୁଲ୍ ପେରେ କନ୍ଭିନେନ୍ସ ଟ୍ୟାକ୍ସ ନାମରେ ସେମାନେ ଟଙ୍କା ନେବା ଆରମ୍ଭ କରିଛନ୍ତି। ଅଦ୍ୟାବଧି ଗୁଗୁଲ୍ ପେ ମାଧ୍ୟମରେ ମୋବାଇଲ୍ ରିଚାର୍ଜ କରିବା ପାଇଁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡୁ ନ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହାକୁ ଦେବାକୁ ପଡିବ। ଗୁଗୁଲ ଏ ସମ୍ପର୍କରେ […]
ନୂଆଦିଲ୍ଲୀ: ଗୁଗଲ ପେ ବ୍ୟବହାରକାରୀଙ୍କୁ ଲାଗିଛି ଝଟ୍କା। ଏଣିକି ଗୁଗଲ ପେ-ରେ ମୋବାଇଲ୍ ରିଚାର୍ଜ କଲେ ଅତିରିକ୍ତ ଫି ଦେବାକୁ ପଡ଼ିବ। ଅନେକ ୟୁଜର୍ସ ଦାବି କରିଛନ୍ତି ଯେ ଗୁଗୁଲ୍ ପେରେ କନ୍ଭିନେନ୍ସ ଟ୍ୟାକ୍ସ ନାମରେ ସେମାନେ ଟଙ୍କା ନେବା ଆରମ୍ଭ କରିଛନ୍ତି। ଅଦ୍ୟାବଧି ଗୁଗୁଲ୍ ପେ ମାଧ୍ୟମରେ ମୋବାଇଲ୍ ରିଚାର୍ଜ କରିବା ପାଇଁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡୁ ନ ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହାକୁ ଦେବାକୁ ପଡିବ। ଗୁଗୁଲ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ଦେଇନାହିଁ, କିନ୍ତୁ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହା ଦାବି କରିଛନ୍ତି।
ପ୍ରକାଶଥାଉକି, ମୋବାଇଲ୍ ରିଚାର୍ଜ ପାଇଁ ଫୋନ୍ ପେ ଏବଂ ପେଟିଏମ୍ ଅତିରିକ୍ତ ଚାର୍ଜ ନେଉଛି। ଯେତେବେଳେ ଅନ୍ୟ ଡିଜିଟାଲ ପେମେଣ୍ଟ ରିଚାର୍ଜ ପାଇଁ ଅତିରିକ୍ତ ଫି ନେବା ଆରମ୍ଭ କଲେ, ଗୁଗୁଲ୍ ପେରେ ମୋବାଇଲ୍ ରିଚାର୍ଜ ସର୍ବଦା ମାଗଣା ରହିବ ବୋଲି କହିଥିଲା ଗୁଗୁଲ।






