ଇପିଏଫ୍ଓର ବଡ଼ ନିଷ୍ପତ୍ତି: ବଢ଼ିଲା ଇପିଏଫ୍ଓ ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା

The Sakala Picture
Published On

ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା। ଏହି ଅନୁଯାୟୀ, ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍‌ସନ୍ ବିକଳ୍ପ ଚୟନ କରିବା ପାଇଁ ନିଯୁକ୍ତିଦାତା କିମ୍ବା କମ୍ପାନୀ ସହିତ ମିଳିତ ଭାବରେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଫେବୃଆରୀ ୨୦ରେ ଇପିଏଫଓ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ଜାରି କରିବା ପରେ ଏହି ଖବର ସାମ୍ନାକୁ ଆସିଛି, ଯାହା ସଦସ୍ୟଙ୍କୁ […]

ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା। ଏହି ଅନୁଯାୟୀ, ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍‌ସନ୍ ବିକଳ୍ପ ଚୟନ କରିବା ପାଇଁ ନିଯୁକ୍ତିଦାତା କିମ୍ବା କମ୍ପାନୀ ସହିତ ମିଳିତ ଭାବରେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଫେବୃଆରୀ ୨୦ରେ ଇପିଏଫଓ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ଜାରି କରିବା ପରେ ଏହି ଖବର ସାମ୍ନାକୁ ଆସିଛି, ଯାହା ସଦସ୍ୟଙ୍କୁ ପୁରୁଣା ପେନ୍‌ସନ୍ ସ୍କିମ୍ (ଇପିଏସ୍‌) ଅଧୀନରେ ଅଧିକ ପେନ୍‌ସନ୍ ଚୟନ କରିବାକୁ ଅନୁମତି ଦେବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସଦସ୍ୟମାନଙ୍କୁ ଏଥିପାଇଁ ଅବସରକାଳୀନ ପାଣ୍ଠି ସଂଗଠନର ଇଣ୍ଟିଗ୍ରେଟେଡ୍ ମେମ୍ବର ପୋର୍ଟାଲରେ ଆବେଦନ କରିବାକୁ ପଡିବ। ଏହାପୂର୍ବରୁ ଅଧିକ ପେନ୍‌ସନ୍‌ ଚୟନ ବିକଳ୍ପ ଗ୍ରହଣ କରିବାର ଶେଷ ତାରିଖ ମାର୍ଚ୍ଚ ୩ ରହିଥିଲା। ସୁପ୍ରିମକୋର୍ଟ ନଭେମ୍ବର ୪ରେ ଦେଇଥିବା ଆଦେଶରେ ଅଧିକ ପେନ୍‌ସନ୍‌ ବିକଳ୍ପ ଚୟନ କରିବା ଲାଗି ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ଇପିଏଫ୍ଓକୁ ନିର୍ଦେଶ ଦେଇଥିଲେ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩ରେ ଶେଷ ହେଉଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର