ମନୋରଞ୍ଜନ
ଓଡ଼ିଶା
‘ଫେକ୍ ରିଭ୍ୟୁ’ ଦେଖାଇବା ପଡ଼ିବ ମହଙ୍ଗା, ଇ-କମର୍ସ କମ୍ପାନୀଙ୍କୁ ଲାଗିପାରେ ୧୦ ଲକ୍ଷ ଜରିମାନା
ନୂଆଦିଲ୍ଲୀ: ଆଗାମୀ ଦିନରେ ‘ଫେକ୍ ରିଭ୍ୟୁ’ ଦେଖାଇବା ଇ-କମର୍ସ କମ୍ପାନୀଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀଗୁଡିକ ନିଜର ପ୍ଲାଟଫର୍ମରେ ବର୍ତ୍ତମାନ ସେମାନଙ୍କ ଉତ୍ପାଦ ଏବଂ ସେବାର ‘ଫେକ୍ ରିଭ୍ୟୁ’ର ସମୀକ୍ଷା କରିବାକୁପ ଡିବ। ଯଦି ଇ-କମର୍ସ କମ୍ପାନୀ ଏଭଳି ‘ଫେକ୍ ରିଭ୍ୟୁ’ ଦେଖାଉଥାନ୍ତି ସେ କ୍ଷେତ୍ରରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିପାରେ। କାରଣ ଫେକ୍ ରିଭ୍ୟୁ ଏବଂ ପେଡ୍ ରିଭ୍ୟୁ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: ଆଗାମୀ ଦିନରେ ‘ଫେକ୍ ରିଭ୍ୟୁ’ ଦେଖାଇବା ଇ-କମର୍ସ କମ୍ପାନୀଙ୍କ ପାଇଁ ମହଙ୍ଗା ପଡ଼ିପାରେ। ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀଗୁଡିକ ନିଜର ପ୍ଲାଟଫର୍ମରେ ବର୍ତ୍ତମାନ ସେମାନଙ୍କ ଉତ୍ପାଦ ଏବଂ ସେବାର ‘ଫେକ୍ ରିଭ୍ୟୁ’ର ସମୀକ୍ଷା କରିବାକୁପ ଡିବ। ଯଦି ଇ-କମର୍ସ କମ୍ପାନୀ ଏଭଳି ‘ଫେକ୍ ରିଭ୍ୟୁ’ ଦେଖାଉଥାନ୍ତି ସେ କ୍ଷେତ୍ରରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗିପାରେ। କାରଣ ଫେକ୍ ରିଭ୍ୟୁ ଏବଂ ପେଡ୍ ରିଭ୍ୟୁ ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ନୂଆ ଗାଇଡଲାଇନ୍ସ ଅନୁଯାୟୀ, କମ୍ପାନୀ ଫେକ୍ ରିଭ୍ୟୁ ଦେଖାଇବାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଲଗିପାରେ। ଇ-କମର୍ସ କମ୍ପାନୀମାନଙ୍କ ପାଇଁ ଏହି ନୂଆ ଗାଇଡଲାଇନ୍ସ ୨୫ ନଭେମ୍ବର ଲାଗୁ ହେବ।
ଏହି ନୂଆ ନିୟମର ଉଦ୍ଦେଶ୍ୟ ମିଥ୍ୟା ଏବଂ ପେଡ୍ ରିଭ୍ୟୁ ଉପରେ ନିୟନ୍ତ୍ରଣ ରଖିବା। ନିୟମ ଲାଗୁ ହେବା ପରେ ଇ-କମର୍ସ କମ୍ପାନୀ ଏବେ ଫେକ୍ ଏବଂ ପେଡ୍ ରିଭ୍ୟୁ କରିପାରିବେନାହିଁ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂ ଏ ସମ୍ପର୍କରେ ସୋମବାର କହିଛନ୍ତି ଯେ, ଅନ୍ଲାଇନ୍ ଗ୍ରାହକ ସମୀକ୍ଷା ପାଇଁ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (ବିଆଇଏସ୍) ଏକ ନୂତନ ମାନକ ‘ଆଇଏସ୍ ୧୯୦୦୦:୨୦୨୨) ପ୍ରସ୍ତୁତ କରିଛି। ଏଥିରେ ସେହି ଉତ୍ପାଦ ଏବଂ ସେବା ଯୋଗାଣକାରୀ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ନିଜ ଗ୍ରାହକଙ୍କଠାରୁ ସମୀକ୍ଷା ସଂଗ୍ରହ କରିଥାନ୍ତି। ଶ୍ରୀ ସିଂ କହିଛନ୍ତି ଯେ କମ୍ପାନୀ ଏହି ମାନକଗୁଡିକର ପାଳନ କରୁଛି କି ନାହିଁ ଯାଞ୍ଚ କରିବା ପାଇଁ ବିଆଇଏସ୍ ଆସନ୍ତା ୧୫ ଦିନ ମଧ୍ୟରେ ଏକ ପ୍ରମାଣୀକରଣ ପ୍ରକ୍ରିୟା ଆରମ୍ଭ କରିବ। ସରକାରଙ୍କ ଦ୍ବାରା ଜାରି ନିୟମ ଅନୁଯାୟୀ, ଏବେ ପେଡ୍ ରିଭ୍ୟୁକୁ ଭିନ୍ନ ଭିନ୍ନ ମାର୍କ କରାଯିବ। ଏଥିରେ ଗ୍ରାହକମାନେ ଉପକୃତ ହେବ। ଉପଭୋକ୍ତା ରିଭ୍ୟୁ ଆଧାରରେ ଗ୍ରାହକଙ୍କ ଉଚିତ୍ ଉତ୍ପାଦ କିଣିପାରିବେ। ଇ-କମର୍ସ କମ୍ପାନୀ ମାର୍ଗଦର୍ଶିକା ଲାଗୁ କରିବାକୁ ନେଇ ସହମତି ପ୍ରକାଶ କରିଛନ୍ତି। ଖୁବଶୀଘ୍ର ନିୟମ ବାଧ୍ୟତାମୂଳକ କରାଯିବ। ଗାଇଡଲାଇନ ଅନୁଯାୟୀ, ଯଦି କମ୍ପାନୀ ମାନୁନାହାନ୍ତି ତେବେ କମ୍ପାନୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟାନୁଷ୍ଠାନ ଉପଭୋକ୍ତା ସୁରକ୍ଷା ଆଇନ ଅନୁଯାୟୀ ହେବ। ଆଉ ଯଦି ନିୟମ ଭାଙ୍ଗୁଛନ୍ତି ତେବେ କମ୍ପାନୀଙ୍କ ଉପରେ ୧୦ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। ସୂଚନାଥାଉ, ଏଭଳି ମିଥ୍ୟା ରିଭ୍ୟୁ କାରଣରୁ ଗ୍ରାହକଙ୍କୁ ପ୍ରଭାବିତ କରିବା ଭଳି ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗ୍ରାହକଙ୍କୁ ରିଭ୍ୟୁ ଉପରେ ଭରଷା କରି ଭୁଲ୍ ଉତ୍ପାଦ କିଣି କ୍ଷତି ସହିବାକୁ ପଡ଼ିଛି। ନୂଆ ମାର୍ଗଦର୍ଶିକା ସହ ଗ୍ରାହକମାନେ ଏଭଳି ଫେକ୍ ରିଭ୍ୟୁରୁ ବର୍ତ୍ତିପାରିବେ। ଏହି ଗାଇଡଲାଇନର ଉଦ୍ଦେଶ୍ୟ ଉପଭୋକ୍ତାଙ୍କ ହିତର ରକ୍ଷା କରିବା ଏବଂ କୌଣସି ଉତ୍ପାଦର ଉଚିତ୍ ତଥ୍ୟ ସାମ୍ନାକୁ ଆଣିବା। ଫଳରେ ସେମାନେ ଉତ୍ପାଦ କିଣିବାକୁ ନେଇ ଉଚିତ୍ ନିଷ୍ପତ୍ତି ନେଇପାରିବେ।






