ଆୟରେ ଖୁବ୍ଶୀଘ୍ର ଟିଭିକୁ ପଛରେ ପକାଇବ ଡିଜିଟାଲ ମିଡିଆ
ନୂଆଦିଲ୍ଲୀ : ରୋଜଗାର ଆଧାରରେ ଖୁବ୍ ଶୀଘ୍ର ଡିଜିଟାଲ ମିଡିଆ ଟେଲିଭିଜନକୁ ପଛରେ ପକାଇବ। ମଙ୍ଗଳବାର ‘ଏଫଆଇସିସିଆଇ’ ଓ ଇୱାଇ ଦ୍ୱାରା ଜାରି ଯୁଗ୍ମ ରିପୋର୍ଟରେ ଏପରି ଆକଳନ କରାଯାଇଛି। ମିଡିଆ ଓ ମନୋରଞ୍ଜନ (ଏମ ଆଣ୍ଡ ଇ) କ୍ଷେତ୍ରରେ ଚଳିତବର୍ଷ ଡିଜିଟାଲ ମିଡିଆ ୭୫,୧୦୦ କୋଟି ଟଙ୍କାର ଆନୁମାନିକ ଆୟ ସହ ଖୁବ୍ ଶୀଘ୍ର ଟେଲିଭିଜନକୁ ପଛରେ ପକାଇପାରେ।ରିପୋର୍ଟ ଅନୁସାରେ ୨୦୨୩ରେ ୬୯,୬୦୦ କୋଟି ଟଙ୍କା ଆୟ କରି ଟେଲିଭିଜନ ମିଡିଆ ସବୁଠୁ ବଡ଼ ସେଗମେଣ୍ଟରେ […]
ନୂଆଦିଲ୍ଲୀ : ରୋଜଗାର ଆଧାରରେ ଖୁବ୍ ଶୀଘ୍ର ଡିଜିଟାଲ ମିଡିଆ ଟେଲିଭିଜନକୁ ପଛରେ ପକାଇବ। ମଙ୍ଗଳବାର ‘ଏଫଆଇସିସିଆଇ’ ଓ ଇୱାଇ ଦ୍ୱାରା ଜାରି ଯୁଗ୍ମ ରିପୋର୍ଟରେ ଏପରି ଆକଳନ କରାଯାଇଛି। ମିଡିଆ ଓ ମନୋରଞ୍ଜନ (ଏମ ଆଣ୍ଡ ଇ) କ୍ଷେତ୍ରରେ ଚଳିତବର୍ଷ ଡିଜିଟାଲ ମିଡିଆ ୭୫,୧୦୦ କୋଟି ଟଙ୍କାର ଆନୁମାନିକ ଆୟ ସହ ଖୁବ୍ ଶୀଘ୍ର ଟେଲିଭିଜନକୁ ପଛରେ ପକାଇପାରେ।ରିପୋର୍ଟ ଅନୁସାରେ ୨୦୨୩ରେ ୬୯,୬୦୦ କୋଟି ଟଙ୍କା ଆୟ କରି ଟେଲିଭିଜନ ମିଡିଆ ସବୁଠୁ ବଡ଼ ସେଗମେଣ୍ଟରେ ପରିଣତ ହୋଇଥିଲା।
ତେବେ ୨୦୨୨ର ୭୦,୯୦୦ କୋଟି ଟଙ୍କା ତୁଳନାରେ ଏଥିରେ ୧.୮୩ ପ୍ରତିଶତର ହ୍ରାସ ଦେଖାଯାଇଛି। ତେବେ ୨୦୨୩ରେ ଡିଜିଟାଲ ମିଡିଆ ୬୫ ହଜାର ୪୦୦ କୋଟି ଟଙ୍କାରୁ ଅଧିକ ଆୟ କରିଥିବା ବେଳେ ୨୦୨୪ରେ ଏହା ୭୫,୧୦୦ କୋଟି ଟଙ୍କାର ଧାର୍ଯ୍ୟ ଲକ୍ଷ ପୂରଣ କରିବ ବୋଲି ଆକଳନ କରାଯାଉଛି। ଏହା ଟେଲିଭିଜନ ମିଡିଆର ୭୧,୮୦୦ କୋଟି ଟଙ୍କାର ଆୟଠାରୁ ଯଥେଷ୍ଟ ଅଧିକ। ଦେଶର ଏମଆଣ୍ଡଇ କ୍ଷେତ୍ରରେ ୨୦୨୩ରେ ୮.୧ ପ୍ରତିଶତ ଅଭିବୃଦ୍ଧି ଆସିଛି ଓ ଏହା ୨.୩୨ ଲକ୍ଷ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଏହା ୨୦୨୪ରେ ୨.୫୫ ଲକ୍ଷ ଓ ୨୦୨୬ରେ ୩ଲକ୍ଷ କୋଟି ଟଙ୍କା ପାର କରିବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁସାରେ ୨୦୨୬ ମସିହାରେ ଡିଜିଟାଲ ମିଡିଆ ପାଖାପାଖି ୯୫,୫୦୦ କୋଟି ଟଙ୍କାର ହେବ। ଏଥିରେ ୨୦୨୩-୨୬ରେ ୧୩.୫ ପ୍ରତିଶତ ବୃଦ୍ଧିର ଆକଳନ କରାଯାଉଛି। ତେବେ ଏହି ସମୟରେ ଟେଲିଭିଜନ ମିଡିଆ ୭୬,୬୦୦ କୋଟି ଟଙ୍କାରେ ଥିବ। ଏହା ଡିଜିଟାଲ ମିଡିଆ ତୁଳନାରେ ୨୦ ପ୍ରତିଶତରୁ ବି କମ୍ ଥିବ।ଏଫଆଇସିସିଆଇ ମିଡିଆ ଓ ମନୋରଞ୍ଜନ କମିଟିର ଚେୟାରମ୍ୟାନ କେଭିନ ବାଜ କହିଛନ୍ତି ଯେ ଡିଜିଟାଲ ମିଡିଆ ୨୦୨୪ରେ ଉଲ୍ଲେଖନୀୟ ବୃଦ୍ଧି ଲାଗି ପ୍ରସ୍ତୁତ। ଏହା ସମ୍ଭବତଃ ଟେଲିଭିଜନକୁ ପଛରେ ପକାଇ ଏମଆଣ୍ଡ ଇ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିବ। ଅନୁମାନ କରାଯାଉଛି ଏହି ଅଭିବୃଦ୍ଧି ସହ ଡିଜିଟାଲ ମିଡିଆର ବାର୍ଷିକ ବୃଦ୍ଧି ୧୦ ପ୍ରତିଶତରେ ପହଞ୍ଚିଯିବା ସହ ୩.୦ ଲକ୍ଷ କୋଟି ଟଙ୍କା ଆୟକୁ ପାର କରିଯିବ। ରିପୋର୍ଟ ଅନୁସାରେ ଇଣ୍ଟରନେଟ୍ର ପହଞ୍ଚ ଲଗାତାର ବୃଦ୍ଧି ହେଉଥିବାରୁ କନେକ୍ଟେଡ ଟିଭି (ସ୍ମାର୍ଟ ଟିଭି)ରେ ୫୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏଥିରେ ବ୍ରଡବ୍ୟାଣ୍ଡ ବଜାର ବଢୁଥିବା ଓ ଏହାର ଗ୍ରାହକଙ୍କ ସଂଖ୍ୟା ଦେଶରେ ୯୦.୪ କୋଟିକୁ ପହଞ୍ଚି ଯାଇଛି।