ବଜେଟ୍‌‌ରେ ପର୍ଯ୍ୟାପ୍ତ ଟଙ୍କା ଦେଲେ ନାହିଁ ନିର୍ମଳା; ୨୦୨୫ରେ ଜନଗଣନା ହେବା ନେଇ ସନ୍ଦେହ

The Sakala Picture
Published On

ଭୁବନେଶ୍ୱର: ଭାରତରେ ପ୍ରତ୍ୟେକ ୧୦ବର୍ଷରେ ଜନଗଣନା ହୋଇଥାଏ। ଏହି ଦଶନ୍ଧିଗତ ଜନଗଣନା ୨୦୨୧ରେ ହେବା କଥା। କୋରେନା ମହାମାରୀ ଯୋଗୁଁଁ ଏହାକୁ ଲାଗୁ କରାଗଲା ନାହିଁ ବୋଲି ସରକାର କହିଲେ। ୪ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ଏହି ଦଶନ୍ଧିଗତ ଜନଗଣନା କରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌‌ ଉପସ୍ଥାପନା ପରେ ଚଳିତବର୍ଷ ଦେଶରେ ଜନଗଣନା ହେବ କି ନାହିଁ ବୋଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ […]

ଭୁବନେଶ୍ୱର: ଭାରତରେ ପ୍ରତ୍ୟେକ ୧୦ବର୍ଷରେ ଜନଗଣନା ହୋଇଥାଏ। ଏହି ଦଶନ୍ଧିଗତ ଜନଗଣନା ୨୦୨୧ରେ ହେବା କଥା। କୋରେନା ମହାମାରୀ ଯୋଗୁଁଁ ଏହାକୁ ଲାଗୁ କରାଗଲା ନାହିଁ ବୋଲି ସରକାର କହିଲେ। ୪ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ଏହି ଦଶନ୍ଧିଗତ ଜନଗଣନା କରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌‌ ଉପସ୍ଥାପନା ପରେ ଚଳିତବର୍ଷ ଦେଶରେ ଜନଗଣନା ହେବ କି ନାହିଁ ବୋଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏବାବଦକୁ ଆବଶ୍ୟକ ପଡୁଥିବା ଟଙ୍କା ଠାରୁ ଏହା ବହୁତ କମ୍‌‌। ଶନିବାର ଉପସ୍ଥାପିତ ବଜେଟ୍‌‌ରେ ଏଥିପାଇଁ ମାତ୍ର ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

୨୪ ଡିସେମ୍ୱର୨୦୧୯ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ୮, ୭୫୪.୨୩ କୋଟି ଟଙ୍କା ବ୍ୟୟରେ ୨୦୨୧ ଭାରତ ଜନଗଣନା କରିବା ଏବଂ ୩, ୯୪୧.୩୫ କୋଟି ଟଙ୍କା ବ୍ୟୟରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌‌ପିଆର୍‌‌) ଅପଡେଟ୍‌‌ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଜନଗଣନା କାର୍ଯ୍ୟ ଜାରି ରହିଛି ଏବଂ ସରକାର ଏପର୍ଯ୍ୟନ୍ତ ନୂତନ କାର୍ଯ୍ୟସୂଚୀ ଘୋଷଣା କରିନାହାଁନ୍ତି। ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୫-୨୬ ବଜେଟରେ ଜନଗଣନା, ସର୍ବେକ୍ଷଣ ଏବଂ ପରିସଂଖ୍ୟାନ/ପଞ୍ଜିକା ଜେନେରାଲ ଅଫ୍‌‌ ଇଣ୍ଡିଆ ପାଇଁ ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏଥିପାଇଁ ୧୨ହଜାର କୋଟି ଟଙ୍କା ଅବାଶ୍ୟକ।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

02 Feb 2025 By The Sakala

ବଜେଟ୍‌‌ରେ ପର୍ଯ୍ୟାପ୍ତ ଟଙ୍କା ଦେଲେ ନାହିଁ ନିର୍ମଳା; ୨୦୨୫ରେ ଜନଗଣନା ହେବା ନେଇ ସନ୍ଦେହ

ଭୁବନେଶ୍ୱର: ଭାରତରେ ପ୍ରତ୍ୟେକ ୧୦ବର୍ଷରେ ଜନଗଣନା ହୋଇଥାଏ। ଏହି ଦଶନ୍ଧିଗତ ଜନଗଣନା ୨୦୨୧ରେ ହେବା କଥା। କୋରେନା ମହାମାରୀ ଯୋଗୁଁଁ ଏହାକୁ ଲାଗୁ କରାଗଲା ନାହିଁ ବୋଲି ସରକାର କହିଲେ। ୪ ବର୍ଷ ପରେ ଅର୍ଥାତ ୨୦୨୫ ମସିହାରେ ଏହି ଦଶନ୍ଧିଗତ ଜନଗଣନା କରାଇବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌‌ ଉପସ୍ଥାପନା ପରେ ଚଳିତବର୍ଷ ଦେଶରେ ଜନଗଣନା ହେବ କି ନାହିଁ ବୋଲି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ଏବାବଦକୁ ଆବଶ୍ୟକ ପଡୁଥିବା ଟଙ୍କା ଠାରୁ ଏହା ବହୁତ କମ୍‌‌। ଶନିବାର ଉପସ୍ଥାପିତ ବଜେଟ୍‌‌ରେ ଏଥିପାଇଁ ମାତ୍ର ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

୨୪ ଡିସେମ୍ୱର୨୦୧୯ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ ୮, ୭୫୪.୨୩ କୋଟି ଟଙ୍କା ବ୍ୟୟରେ ୨୦୨୧ ଭାରତ ଜନଗଣନା କରିବା ଏବଂ ୩, ୯୪୧.୩୫ କୋଟି ଟଙ୍କା ବ୍ୟୟରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌‌ପିଆର୍‌‌) ଅପଡେଟ୍‌‌ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ଜନଗଣନା କାର୍ଯ୍ୟ ଜାରି ରହିଛି ଏବଂ ସରକାର ଏପର୍ଯ୍ୟନ୍ତ ନୂତନ କାର୍ଯ୍ୟସୂଚୀ ଘୋଷଣା କରିନାହାଁନ୍ତି। ଶନିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୫-୨୬ ବଜେଟରେ ଜନଗଣନା, ସର୍ବେକ୍ଷଣ ଏବଂ ପରିସଂଖ୍ୟାନ/ପଞ୍ଜିକା ଜେନେରାଲ ଅଫ୍‌‌ ଇଣ୍ଡିଆ ପାଇଁ ୫୭୪.୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏଥିପାଇଁ ୧୨ହଜାର କୋଟି ଟଙ୍କା ଅବାଶ୍ୟକ।

https://www.thesakala.in/business/did-not-enough-money-in-the-budget-doubts-about-the-census-in-2025/article-38403
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp