ମହଙ୍ଗା ହେଲା ପୋଷାକ, ଚପଲ; ୫%ରୁ ୧୨% ବଢ଼ିଲା ଜିଏସ୍‌ଟି

The Sakala Picture
Published On

ନୂଆଦିଲ୍ଲୀ: ନୂଆବର୍ଷରୁ କିଛି ସାମଗ୍ରୀ ଉପରେ ପ୍ରଚଳିତ ଜିଏସଟି ହାରରେ ବୃଦ୍ଧି କରାଯାଇଥିଲା ବେଳେ ଆଉ କିଛି କ୍ଷେତ୍ରରେ ଜିଏସଟି ଲାଗୁ କରାଯାଇଛି। ଏହାକୁ ନେଇ କେତେକ ଖାଉଟି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ବଢିଛି। କପଡ଼ା, ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ପୂର୍ବରୁ ଜିଏସଟି ହାର ୫ ପ୍ରତିଶତ ରହିଥିଲା ବେଳେ ଜାନୁଆରୀ ୧ ତାରିଖରୁ ଏହାକୁ ୧୨ ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି। ୧ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପୋଷାକ […]

ନୂଆଦିଲ୍ଲୀ: ନୂଆବର୍ଷରୁ କିଛି ସାମଗ୍ରୀ ଉପରେ ପ୍ରଚଳିତ ଜିଏସଟି ହାରରେ ବୃଦ୍ଧି କରାଯାଇଥିଲା ବେଳେ ଆଉ କିଛି କ୍ଷେତ୍ରରେ ଜିଏସଟି ଲାଗୁ କରାଯାଇଛି। ଏହାକୁ ନେଇ କେତେକ ଖାଉଟି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ବଢିଛି। କପଡ଼ା, ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ପୂର୍ବରୁ ଜିଏସଟି ହାର ୫ ପ୍ରତିଶତ ରହିଥିଲା ବେଳେ ଜାନୁଆରୀ ୧ ତାରିଖରୁ ଏହାକୁ ୧୨ ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି। ୧ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପୋଷାକ ଉପରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଏହା ଗ୍ରାହକମାନଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ସେହିପରି ଫାବ୍ରିକ୍ସ, ସିନ୍ଥେଟିକ ୟାର୍ଣ୍ଣ, କମ୍ବଳ, ଏବଂ ତମ୍ବୁ ଆଦିର ମୂଲ୍ୟ ମଧ୍ୟ ଜିଏସଟି ବୃଦ୍ଧି ଯୋଗୁଁ ମହଙ୍ଗା ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆରବିଆଇ ମୁଦ୍ରାନୀତି: ରେପୋ ରେଟ୍ ଅପରିବର୍ତ୍ତିତ, ୫.୨୫% ରେ ସ୍ଥିର ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଅନ୍ୟପକ୍ଷରେ ଓଲା ଏବଂ ଉବେର ଭଳି ବିଭିନ୍ନ କ୍ୟାବ ସେବା ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହୋଇଥିବାରୁ ଏହି ସେବା ପାଇଁ ଏଣିକି ଗ୍ରାହକମାନଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ିବ। ଏହାବ୍ୟତୀତ ସ୍ବିଗି, ଜୋମାଟୋ ଭଳି ଡେଲିଭରୀ ଅନଲାଇନ ସଂସ୍ଥାଗୁଡିକ ଉପରେ ୫ ପ୍ରତିଶତ ହାରରେ ଏଣିକି ଜିଏସ୍‌ଟି ଲାଗୁ ହେବ। ହେଲେ ଏଥିପାଇଁ ଗ୍ରାହକମାନଙ୍କ ଉପରେ କୌଣସି ବୋଝ ପଡ଼ିବ ନାହିଁ। କାରଣ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ହାର ଅପରିବର୍ତ୍ତିିତ ରହିଥିବା ବେଳେ ଏଣିକି କେବଳ ଏହି ଅନଲାଇନ ସଂସ୍ଥାଗୁଡିକ ପକ୍ଷରୁ ସରକାରଙ୍କ ନିକଟରେ ଜିଏସଟି ଜମା କରାଯିବ। ଅନ୍ୟାନ୍ୟ ଅଣାଯାଇଥିବା ପରିବର୍ତ୍ତନ ମଧ୍ୟରେ ଏଣିକି ଏଟିଏମରୁ ଟଙ୍କା ଉଠାଣ ଶୁଳ୍କ କିଛି ପରିମାଣରେ ଅଧିକ ହେବ। ପୂର୍ବରୁ ଧାର୍ଯ୍ୟ ଉଠାଣ ସଂଖ୍ୟାରୁ ଅଧିକ ଉଠାଣ ପାଇଁ ଜଣେ ଗ୍ରାହକଙ୍କୁ ୨୦ ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା ବେଳେ ଏବେ ୨୧ ଟଙ୍କା ଦେବାକୁ ହେବ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ନୂଆବର୍ଷରୁ ଲାଗୁ କରାଯାଇଥିବା ଅନ୍ୟାନ୍ୟ ନିୟମାବଳୀ ମଧ୍ୟରେ ଏଣିକି ଗ୍ରାହକମାନଙ୍କ ବ୍ୟାଙ୍କ ଲକର ବ୍ୟବସ୍ଥା ଆହୁରି ସୁରକ୍ଷିତ ହେବ। ପୂର୍ବରୁ ଗ୍ରାହକଙ୍କ ଲକରରେ ରହିଥିବା କୌଣସି ସାମଗ୍ରୀର କ୍ଷତିକୁ ନେଇ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହୁ ନଥିବା ବେଳେ ବର୍ତ୍ତମାନ ଠାରୁ ଏହାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବ୍ୟାଙ୍କ ବହନ କରିବ। ଯଦି ଲକରରେ ରହିଥିବା କୌଣସି ସାମଗ୍ରୀର କ୍ଷତି ହୁଏ ତେବେ ଏଥିପାଇଁ ବ୍ୟାଙ୍କ କ୍ଷତିପୂରଣ ଦେବ। ଇପିଏଫ କ୍ଷେତ୍ରରେ କିଛି ନିୟମ ଅଣାଯାଇଥିଲା ବେଳେ କୌଣସି ଗ୍ରାହକଙ୍କ ଇପିଏଫ ଜମା ସହିତ ଆଧାର ସଂଯୁକ୍ତ ହୋଇ ନଥିଲେ ଜମା ଉଠାଇବା ସମ୍ଭବ ହେବ ନାହିଁ। ଅନ୍ୟପକ୍ଷରେ ଇପିଏଫ ଜମା ସହ ଗ୍ରାହକଙ୍କ ମନୋନୀତ ପରିବାର ସଦସ୍ୟଙ୍କ ନାମ ସଂଯୋଗ ୨୦୨୧ ଡିସେମ୍ବର ୩୧ ତାରିଖ ରହିଥିଲା ବେଳେ ଏହି ଅବଧି ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

02 Jan 2022 By The Sakala

ମହଙ୍ଗା ହେଲା ପୋଷାକ, ଚପଲ; ୫%ରୁ ୧୨% ବଢ଼ିଲା ଜିଏସ୍‌ଟି

ନୂଆଦିଲ୍ଲୀ: ନୂଆବର୍ଷରୁ କିଛି ସାମଗ୍ରୀ ଉପରେ ପ୍ରଚଳିତ ଜିଏସଟି ହାରରେ ବୃଦ୍ଧି କରାଯାଇଥିଲା ବେଳେ ଆଉ କିଛି କ୍ଷେତ୍ରରେ ଜିଏସଟି ଲାଗୁ କରାଯାଇଛି। ଏହାକୁ ନେଇ କେତେକ ଖାଉଟି ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ବଢିଛି। କପଡ଼ା, ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ପୂର୍ବରୁ ଜିଏସଟି ହାର ୫ ପ୍ରତିଶତ ରହିଥିଲା ବେଳେ ଜାନୁଆରୀ ୧ ତାରିଖରୁ ଏହାକୁ ୧୨ ପ୍ରତିଶତ ଯାଏଁ ବୃଦ୍ଧି କରାଯାଇଛି। ୧ ହଜାର ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ପୋଷାକ ଉପରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ଏହା ଗ୍ରାହକମାନଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ସେହିପରି ଫାବ୍ରିକ୍ସ, ସିନ୍ଥେଟିକ ୟାର୍ଣ୍ଣ, କମ୍ବଳ, ଏବଂ ତମ୍ବୁ ଆଦିର ମୂଲ୍ୟ ମଧ୍ୟ ଜିଏସଟି ବୃଦ୍ଧି ଯୋଗୁଁ ମହଙ୍ଗା ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଓଲା ଏବଂ ଉବେର ଭଳି ବିଭିନ୍ନ କ୍ୟାବ ସେବା ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ ହୋଇଥିବାରୁ ଏହି ସେବା ପାଇଁ ଏଣିକି ଗ୍ରାହକମାନଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ିବ। ଏହାବ୍ୟତୀତ ସ୍ବିଗି, ଜୋମାଟୋ ଭଳି ଡେଲିଭରୀ ଅନଲାଇନ ସଂସ୍ଥାଗୁଡିକ ଉପରେ ୫ ପ୍ରତିଶତ ହାରରେ ଏଣିକି ଜିଏସ୍‌ଟି ଲାଗୁ ହେବ। ହେଲେ ଏଥିପାଇଁ ଗ୍ରାହକମାନଙ୍କ ଉପରେ କୌଣସି ବୋଝ ପଡ଼ିବ ନାହିଁ। କାରଣ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ହାର ଅପରିବର୍ତ୍ତିିତ ରହିଥିବା ବେଳେ ଏଣିକି କେବଳ ଏହି ଅନଲାଇନ ସଂସ୍ଥାଗୁଡିକ ପକ୍ଷରୁ ସରକାରଙ୍କ ନିକଟରେ ଜିଏସଟି ଜମା କରାଯିବ। ଅନ୍ୟାନ୍ୟ ଅଣାଯାଇଥିବା ପରିବର୍ତ୍ତନ ମଧ୍ୟରେ ଏଣିକି ଏଟିଏମରୁ ଟଙ୍କା ଉଠାଣ ଶୁଳ୍କ କିଛି ପରିମାଣରେ ଅଧିକ ହେବ। ପୂର୍ବରୁ ଧାର୍ଯ୍ୟ ଉଠାଣ ସଂଖ୍ୟାରୁ ଅଧିକ ଉଠାଣ ପାଇଁ ଜଣେ ଗ୍ରାହକଙ୍କୁ ୨୦ ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା ବେଳେ ଏବେ ୨୧ ଟଙ୍କା ଦେବାକୁ ହେବ।

ନୂଆବର୍ଷରୁ ଲାଗୁ କରାଯାଇଥିବା ଅନ୍ୟାନ୍ୟ ନିୟମାବଳୀ ମଧ୍ୟରେ ଏଣିକି ଗ୍ରାହକମାନଙ୍କ ବ୍ୟାଙ୍କ ଲକର ବ୍ୟବସ୍ଥା ଆହୁରି ସୁରକ୍ଷିତ ହେବ। ପୂର୍ବରୁ ଗ୍ରାହକଙ୍କ ଲକରରେ ରହିଥିବା କୌଣସି ସାମଗ୍ରୀର କ୍ଷତିକୁ ନେଇ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହୁ ନଥିବା ବେଳେ ବର୍ତ୍ତମାନ ଠାରୁ ଏହାର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବ୍ୟାଙ୍କ ବହନ କରିବ। ଯଦି ଲକରରେ ରହିଥିବା କୌଣସି ସାମଗ୍ରୀର କ୍ଷତି ହୁଏ ତେବେ ଏଥିପାଇଁ ବ୍ୟାଙ୍କ କ୍ଷତିପୂରଣ ଦେବ। ଇପିଏଫ କ୍ଷେତ୍ରରେ କିଛି ନିୟମ ଅଣାଯାଇଥିଲା ବେଳେ କୌଣସି ଗ୍ରାହକଙ୍କ ଇପିଏଫ ଜମା ସହିତ ଆଧାର ସଂଯୁକ୍ତ ହୋଇ ନଥିଲେ ଜମା ଉଠାଇବା ସମ୍ଭବ ହେବ ନାହିଁ। ଅନ୍ୟପକ୍ଷରେ ଇପିଏଫ ଜମା ସହ ଗ୍ରାହକଙ୍କ ମନୋନୀତ ପରିବାର ସଦସ୍ୟଙ୍କ ନାମ ସଂଯୋଗ ୨୦୨୧ ଡିସେମ୍ବର ୩୧ ତାରିଖ ରହିଥିଲା ବେଳେ ଏହି ଅବଧି ବୃଦ୍ଧି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp