ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ: କମ୍‌ ଯୋଗାଣ, ଦୁର୍ବଳ ଷ୍ଟକ୍‌ ଯୋଗୁଁ ବଜାର ମହଙ୍ଗା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ସାଧାରଣ ଲୋକଙ୍କ ଖାଇବା ପ୍ଲେଟ ମହଙ୍ଗା ହେବାରେ ଲାଗିଛି। ମହଙ୍ଗା ରୂପୀ ଏହି ଡାଆଣୀ ଖାଉଟିଙ୍କ ପିଛା ଛାଡୁନାହିଁ। ସରକାରୀ କାଗଜପତ୍ର ଏବଂ ହିସାବରେ ମୁଦ୍ରାସ୍ଫୀତି କମୁଛି ହେଲେ ସାଧାରଣ ଖାଉଟିଙ୍କ ପାଇଁ ବଜାର ଦର କମିବାର ନାମ ଧରୁନାହିଁ। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଖୋଦ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ଏହାର ସର୍ବଶେଷ ବାର୍ଷିକ ରିପୋର୍ଟରେ ଏହାର ଖୁଲାସା ହୋଇଛି। ଏଥିରେ ଖାଉଟି ବଜାର ମହଙ୍ଗା ହେବାର […]

ନୂଆଦିଲ୍ଲୀ: ଦେଶରେ ସାଧାରଣ ଲୋକଙ୍କ ଖାଇବା ପ୍ଲେଟ ମହଙ୍ଗା ହେବାରେ ଲାଗିଛି। ମହଙ୍ଗା ରୂପୀ ଏହି ଡାଆଣୀ ଖାଉଟିଙ୍କ ପିଛା ଛାଡୁନାହିଁ। ସରକାରୀ କାଗଜପତ୍ର ଏବଂ ହିସାବରେ ମୁଦ୍ରାସ୍ଫୀତି କମୁଛି ହେଲେ ସାଧାରଣ ଖାଉଟିଙ୍କ ପାଇଁ ବଜାର ଦର କମିବାର ନାମ ଧରୁନାହିଁ। ଏହାର କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଖୋଦ୍‌ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ଏହାର ସର୍ବଶେଷ ବାର୍ଷିକ ରିପୋର୍ଟରେ ଏହାର ଖୁଲାସା ହୋଇଛି। ଏଥିରେ ଖାଉଟି ବଜାର ମହଙ୍ଗା ହେବାର କାରଣ ସ୍ପଷ୍ଟ କରିଛି ରିଜର୍ଭ ବ୍ୟାଙ୍କ। ଖାଦ୍ୟ ସାମଗ୍ରୀର ଯୋଗାଣ ହ୍ରାସ ପାଇବା ଏବଂ ଦୁର୍ବଳ ଷ୍ଟକ୍‌ ବା ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଦେଶରେ ଗହମ, ଚାଉଳ ଏବଂ ଡାଲି ଭଳି ପ୍ରମୁଖ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଛି।

ଗତ ବର୍ଷ ଦୀର୍ଘ ସମୟ ଧରି ଦେଶରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଥିଲା। ମୁଦ୍ରାସ୍ଫୀତି ବା ଦରଦାମ୍‌କୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହାର ପ୍ରମୁଖ ସୁଧ ହାର ରେପୋ ହାରକୁ ଏକ ବର୍ଷରୁ ଅଧିକ ସମୟ ପାଇଁ ୬.୫ ପ୍ରତିଶତରେ ସ୍ଥିର ରଖିଛି। ଦେଶରେ ମୁଦ୍ରାସ୍ଫୀତି ଏକଦା ୭ ପ୍ରତିଶତକୁ ବୃଦ୍ଧି ପାଇ ୫ ପ୍ରତିଶତକୁ ଖସିଆସିଛି। ତଥାପି, ସାଧାରଣ ଲୋକଙ୍କ ପାଇଁ ଖାଇବା ଥାଳି ମହଙ୍ଗା ହୋଇରହିଛି। ଆରବିଆଇ ରିପୋର୍ଟରେ ଖାଉଟି ବଜାର ମହଙ୍ଗା ହେବାର କାରଣ ଏବେ ସ୍ପଷ୍ଟ ହୋଇଯାଇଛି। ଖାଉଟିଙ୍କ ପ୍ରମୁଖ ଖାଦ୍ୟ ଗହମ, ଚାଉଳ ଏବଂ ଡାଲିର ଉଚ୍ଚ ଦର ବା ମୁଦ୍ରାସ୍ଫୀତି ଫଳରେ ବଜାର ମହଙ୍ଗା ହେଉଛି। ଦେଶର ମୂଳ ମୁଦ୍ରାସ୍ଫୀତି ହାରରେ ଖାଦ୍ୟ ସମାଗ୍ରୀର ଅଂଶ ୬୦.୩ ପ୍ରତିଶତକୁ ବୃଦ୍ଧି ହୋଇଛି, ଯାହା ୨୦୨୨-୨୩ରେ ମାତ୍ର ୪୬ ପ୍ରତିଶତ ରହିଥିଲା। ଏହି କାରଣରୁ, ମୂଳ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତ ରହିବା ସ୍ଥାନରେ ପାଖାପାଖି ୭ ପ୍ରତିଶତରେ ପହଞ୍ଚିଛି। ଖାଦ୍ୟ ମୁଦ୍ରାସ୍ଫୀତି ୮.୫ ପ୍ରତିଶତରୁ ଅଧିକ ସ୍ତରକୁ ଅତିକ୍ରମ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର