ରୁଷିଆରୁ ଭାରତର ତେଲ ଆମଦାନୀ ପ୍ରସଙ୍ଗ; ଟ୍ରମ୍ପ୍‌ଙ୍କୁ ଝଟ୍‌କା ଦେଲେ ପୁତିନ୍‌, ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଲା ମସ୍କୋ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହା ସତ୍ତ୍ୱେ, ଭାରତ ଏବେ ରୁଷରୁ ଅଧିକ ତେଲ କିଣିବାକୁ ପ୍ରସ୍ତୁତ ହେଉଛି। କାରଣ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଗଡ଼ି ଗଡ଼ି ଚାଲିଛି। ଏଭଳି ସମୟରେ ତେଲ କାରବାର କ୍ଷେତ୍ରରେ  ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍‌ ଟ୍ରମ୍ପ୍‌ଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି, ଯାହା ଭାରତ ପାଇଁ ବେଶ ଲାଭଦାୟକ ହୋଇଛି। ରୁଷ ତେଲ କିଣାରେ  ଭାରତ ପାଇଁ ରିଆତି ବୃଦ୍ଧି କରିଛି। ୱାଶିଂଟନ୍‌ର ଅତିରିକ୍ତ ଟାରିଫ୍‌ର ଜବାବ୍‌ରେ ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଇଛି ମସ୍କୋ।

ଆହୁରି ପଢ଼ନ୍ତୁ: ଅଶୋଧିତ ତୈଳ ଦରରେ ଆସିବ ବଡ଼ ହ୍ରାସ: ଜୁଲାଇ ସୁଦ୍ଧା ହୋରମୁଜ୍ ପ୍ରଣାଳୀ ଖୋଲିବା ନେଇ ଫିଚ୍ ରେଟିଂସର ଆକଳନ

ଏଠାରେ ସୂଚନାଯୋଗ୍ୟ ଯେ, ରୁଷ ହେଉଛି ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ। ତଥାପି, ସେପ୍ଟେମ୍ବରରେ ଭାରତର ମୋଟ ତୈଳ ଆମଦାନୀରେ ରୁଷର ଅଂଶ ୩୩.୯% କୁ ହ୍ରାସ ପାଇଛି, ଯାହା ଏପ୍ରିଲରେ ୪୦% ଥିଲା। ସୂତ୍ର ଅନୁସାରେ, ରୁଷୀୟ ୟୁରାଲ ଅଶୋଧିତ ତୈଳ ଉପରେ ମସ୍କୋ ନଭେମ୍ବରରେ ବ୍ୟାରେଲ ପିଛା ୨ରୁ ୨.୫୦ ଡଲାର ରିଆତି ପ୍ରଦାନ କରୁଛି। ଏହା ଜୁଲାଇ-ଅଗଷ୍ଟ ମାସ  ତୁଳନାରେ ଅଧିକ। ପୂର୍ବରୁ ରୁଷ ସ୍ଥାନୀୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେଉଥିଲା ଏବଂ ବ୍ୟାରେଲ ପିଛା ରିହାତି ପ୍ରାୟ ୧ ଡଲାର ଦେଉଥିଲା। ଚଳିତ ମାସର ପ୍ରାରମ୍ଭରେ ଜାହାଜ ଚଳାଚଳ ତଥ୍ୟ ଦର୍ଶାଉଛି ଯେ ରୁଷରୁ ତୈଳ ଆମଦାନୀ ବୃଦ୍ଧି ପାଉଛି। କେପଲର ଲିମିଟେଡ୍‌ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ, ଅକ୍ଟୋବରରେ ରୁଷରୁ ଭାରତର ଅଶୋଧିତ ତୈଳ ଆମଦାନୀ ପ୍ରତିଦିନ ପ୍ରାୟ ୧.୭ ନିୟୁତ ବ୍ୟାରେଲ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୂର୍ବ ମାସ ତୁଳନାରେ ପ୍ରାୟ ୬%ଅଧିକ, କିନ୍ତୁ ଗତ ବର୍ଷ ତୁଳନାରେ ଟିକିଏ କମ୍।
ଆମେରିକା ଅଗଷ୍ଟ ମାସରେ ଭାରତୀୟ ସାମଗ୍ରୀ ଉପରେ ୫୦% ଅଧିକ ଶୁଳ୍କ ଲାଗୁ କରିଥିଲା। ଏହା ଭାରତକୁ ରୁଷରୁ ତେଲ କ୍ରୟ ହ୍ରାସ କରିବାକୁ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ଥିଲା। ତଥାପି, ଆମେରିକା ଚୀନ ଉପରେ ଏପରି କୌଣସି ଶୁଳ୍କ ଲଗାଇ ନ ଥିଲା, ଯେ କି ରୁଷ ତୈଳର ସବୁଠାରୁ ବଡ଼ କ୍ରେତା। ଜବାବରେ ଭାରତ ସ୍ପଷ୍ଟ କରିଛି ଯେ ଏହାର ଚୁକ୍ତିଗୁଡ଼ିକ ମୂଲ୍ୟ ଆଧାରିତ ଏବଂ ଏହା ଜାରି ରହିବ। ଏହା ବ୍ୟତୀତ, ଭାରତ ସୂଚିତ କରିଛି ଯେ ସେ ଆମେରିକାରୁ ଅଧିକ ତେଲ କିଣିବାକୁ ଚାହୁଁଛି। ଏହି ସମୟରେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଦୀର୍ଘକାଳୀନ ଚୁକ୍ତି ପାଇଁ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ସହିତ ଆଲୋଚନା ଆରମ୍ଭ କରିଛନ୍ତି।  

ଆହୁରି ପଢ଼ନ୍ତୁ: ଓମାନ-ଇଣ୍ଡିଆ ଡିପ୍-ସି ପାଇପଲାଇନ୍: ହରମୁଜ୍ ପ୍ରଣାଳୀର ବିବାଦକୁ ଏଡାଇବା ପାଇଁ ଭାରତର ₹୪୦,୦୦୦ କୋଟିର ମେଗା ପ୍ଲାନ୍

09 Oct 2025 By Deviprasad Mohanty

ରୁଷିଆରୁ ଭାରତର ତେଲ ଆମଦାନୀ ପ୍ରସଙ୍ଗ; ଟ୍ରମ୍ପ୍‌ଙ୍କୁ ଝଟ୍‌କା ଦେଲେ ପୁତିନ୍‌, ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଲା ମସ୍କୋ...

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଏହା ସତ୍ତ୍ୱେ, ଭାରତ ଏବେ ରୁଷରୁ ଅଧିକ ତେଲ କିଣିବାକୁ ପ୍ରସ୍ତୁତ ହେଉଛି। କାରଣ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଗଡ଼ି ଗଡ଼ି ଚାଲିଛି। ଏଭଳି ସମୟରେ ତେଲ କାରବାର କ୍ଷେତ୍ରରେ  ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁତିନ୍‌ ଟ୍ରମ୍ପ୍‌ଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି, ଯାହା ଭାରତ ପାଇଁ ବେଶ ଲାଭଦାୟକ ହୋଇଛି। ରୁଷ ତେଲ କିଣାରେ  ଭାରତ ପାଇଁ ରିଆତି ବୃଦ୍ଧି କରିଛି। ୱାଶିଂଟନ୍‌ର ଅତିରିକ୍ତ ଟାରିଫ୍‌ର ଜବାବ୍‌ରେ ଦୁଇ ଗୁଣ ଡିସ୍‌କାଉଣ୍ଟ ଦେଇଛି ମସ୍କୋ।

ଏଠାରେ ସୂଚନାଯୋଗ୍ୟ ଯେ, ରୁଷ ହେଉଛି ଭାରତର ସବୁଠାରୁ ବଡ଼ ତୈଳ ଯୋଗାଣକାରୀ। ତଥାପି, ସେପ୍ଟେମ୍ବରରେ ଭାରତର ମୋଟ ତୈଳ ଆମଦାନୀରେ ରୁଷର ଅଂଶ ୩୩.୯% କୁ ହ୍ରାସ ପାଇଛି, ଯାହା ଏପ୍ରିଲରେ ୪୦% ଥିଲା। ସୂତ୍ର ଅନୁସାରେ, ରୁଷୀୟ ୟୁରାଲ ଅଶୋଧିତ ତୈଳ ଉପରେ ମସ୍କୋ ନଭେମ୍ବରରେ ବ୍ୟାରେଲ ପିଛା ୨ରୁ ୨.୫୦ ଡଲାର ରିଆତି ପ୍ରଦାନ କରୁଛି। ଏହା ଜୁଲାଇ-ଅଗଷ୍ଟ ମାସ  ତୁଳନାରେ ଅଧିକ। ପୂର୍ବରୁ ରୁଷ ସ୍ଥାନୀୟ ଗ୍ରାହକମାନଙ୍କୁ ପ୍ରାଥମିକତା ଦେଉଥିଲା ଏବଂ ବ୍ୟାରେଲ ପିଛା ରିହାତି ପ୍ରାୟ ୧ ଡଲାର ଦେଉଥିଲା। ଚଳିତ ମାସର ପ୍ରାରମ୍ଭରେ ଜାହାଜ ଚଳାଚଳ ତଥ୍ୟ ଦର୍ଶାଉଛି ଯେ ରୁଷରୁ ତୈଳ ଆମଦାନୀ ବୃଦ୍ଧି ପାଉଛି। କେପଲର ଲିମିଟେଡ୍‌ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅନୁଯାୟୀ, ଅକ୍ଟୋବରରେ ରୁଷରୁ ଭାରତର ଅଶୋଧିତ ତୈଳ ଆମଦାନୀ ପ୍ରତିଦିନ ପ୍ରାୟ ୧.୭ ନିୟୁତ ବ୍ୟାରେଲ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପୂର୍ବ ମାସ ତୁଳନାରେ ପ୍ରାୟ ୬%ଅଧିକ, କିନ୍ତୁ ଗତ ବର୍ଷ ତୁଳନାରେ ଟିକିଏ କମ୍।
ଆମେରିକା ଅଗଷ୍ଟ ମାସରେ ଭାରତୀୟ ସାମଗ୍ରୀ ଉପରେ ୫୦% ଅଧିକ ଶୁଳ୍କ ଲାଗୁ କରିଥିଲା। ଏହା ଭାରତକୁ ରୁଷରୁ ତେଲ କ୍ରୟ ହ୍ରାସ କରିବାକୁ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ଥିଲା। ତଥାପି, ଆମେରିକା ଚୀନ ଉପରେ ଏପରି କୌଣସି ଶୁଳ୍କ ଲଗାଇ ନ ଥିଲା, ଯେ କି ରୁଷ ତୈଳର ସବୁଠାରୁ ବଡ଼ କ୍ରେତା। ଜବାବରେ ଭାରତ ସ୍ପଷ୍ଟ କରିଛି ଯେ ଏହାର ଚୁକ୍ତିଗୁଡ଼ିକ ମୂଲ୍ୟ ଆଧାରିତ ଏବଂ ଏହା ଜାରି ରହିବ। ଏହା ବ୍ୟତୀତ, ଭାରତ ସୂଚିତ କରିଛି ଯେ ସେ ଆମେରିକାରୁ ଅଧିକ ତେଲ କିଣିବାକୁ ଚାହୁଁଛି। ଏହି ସମୟରେ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୨୦୨୬ ପର୍ଯ୍ୟନ୍ତ ଦୀର୍ଘକାଳୀନ ଚୁକ୍ତି ପାଇଁ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ସହିତ ଆଲୋଚନା ଆରମ୍ଭ କରିଛନ୍ତି।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp