ନିମ୍ନମାନର ପ୍ରେସର କୁକର ବିକି ଫସିଲା ଫ୍ଲିପ୍‌କାର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନିମ୍ନମାନର ପ୍ରେସର କୁକର ବିକ୍ରି କରି ଏବେ ଅଡୁଆରେ ଫସିଛି ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଏଥିପାଇଁ ପ୍ଲାଟ୍‌ଫର୍ମ ବିରୋଧରେ ଗ୍ରାହକ ଅଧିକାରର ଉଲଙ୍ଘନ ମାମଲା ରୁଜୁ ହୋଇଛି। ଏଥିପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ କମ୍ପାନୀ ବିରୋଧରେ ଲଗାଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା। ଏହାଛଡା ଫ୍ଲିପ୍‌କାର୍ଟ ବିକ୍ରି କରିଥିବା ସେହି ୫୯୮ ଅଣ-ମାନକ ପ୍ରେସର କୁକର ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ। ଏଡାବାଦ୍‌ ଗ୍ରାହକଙ୍କ କ୍ଷତି […]

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନିମ୍ନମାନର ପ୍ରେସର କୁକର ବିକ୍ରି କରି ଏବେ ଅଡୁଆରେ ଫସିଛି ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଏଥିପାଇଁ ପ୍ଲାଟ୍‌ଫର୍ମ ବିରୋଧରେ ଗ୍ରାହକ ଅଧିକାରର ଉଲଙ୍ଘନ ମାମଲା ରୁଜୁ ହୋଇଛି। ଏଥିପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ କମ୍ପାନୀ ବିରୋଧରେ ଲଗାଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା। ଏହାଛଡା ଫ୍ଲିପ୍‌କାର୍ଟ ବିକ୍ରି କରିଥିବା ସେହି ୫୯୮ ଅଣ-ମାନକ ପ୍ରେସର କୁକର ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ। ଏଡାବାଦ୍‌ ଗ୍ରାହକଙ୍କ କ୍ଷତି ଭରଣା କରିବାକୁ ମଧ୍ୟ କମ୍ପାନୀକୁ ନିର୍ଦେଶନାମାରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ, ଲାଭ ପାଇବେ କି ଗ୍ରାହକ ?

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣର ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ ୫୯୮ ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବାକୁ ନିର୍ଦେଶ ଦିଆଯାିଛି। ଏହାସହ ୪୫ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କୁହଯାଇଛି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ ୧ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ବଦଳିବ ଅନେକ ନିୟମ: ଟିକଟଠାରୁ ଟିକସ ଯାଏଁ ୮ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ଚଳିତବର୍ଷ ଫେବୃଆରୀ ପହିଲାରେ ଲାଗୁ ହୋଇଥିବା ଘରୋଇ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ, ସମସ୍ତ ଘରୋଇ ପ୍ରେସର କୁକର ପାଇଁ ଆଇଏସ୍ ୨୩୪୭:୨୦୧୭ ଅନୁରୂପ ହେବା ଅନିବାର୍ଯ୍ୟ। ଏଥିପାଇଁ ଫେବୃଆରୀଠାରୁ ସମସ୍ତ ପ୍ରେସର କୁକର, ତାହା ଅନଲାଇନ୍ ବା ଅଫଲାଇନରେ ବିକ୍ରି କରାଯାଉ ନା କାହିଁକି, ଏହାକୁ ଆଇଏସ୍ ୨୩୪୭:୨୦୧୭ର ଅନୁରୂପ ହେବା ଆବଶ୍ୟକ। ସିସିପିଏ ଜାଣିବାକୁ ପାଇଛନ୍ତି ଯେ ‘ଫ୍ଲିପକାର୍ଟର ଉପଯୋଗର ସର୍ତ୍ତ’ ର ବ୍ୟବସ୍ଥା ଉତ୍ପାଦର ପ୍ରତ୍ୟେକ ଚାଲାଣରେ ‘ପାୱାର୍‌ଡ ବାଏ ଫ୍ଲିପକାର୍ଟ’ ପରି ଶବ୍ଦର ବାଧ୍ୟତାମୂଳକ ଉପଯୋଗ ଏବଂ ବିଭିନ୍ନ ଲାଭର ବିତରଣ ପାଇଁ ବିକ୍ରେତାମାନଙ୍କୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ପ୍ରେସର କୁକରର ବିକ୍ରିରେ ସୁନା, ରୂପା ଏବଂ କାଂସ୍ୟ ଭାବରେ ପ୍ରତିଷ୍ଠିତ କରିବା ଫ୍ଲିପକାର୍ଟ ଦ୍ବାରା କରାଯାଇଥିବା ଭୂମିକା ଆଡ଼କୁ ସୂଚୀତ କରୁଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

ଫ୍ଲିପକାର୍ଟ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକରର ବିକ୍ରି ମାଧ୍ୟମରେ ସମୁଦାୟ ୧,୮୪,୨୬୩ ଟଙ୍କା ପାଇଛି। ସିସିପିଏ ଦ୍ବାରା ଏହା ଜଣାଯାଇଛି ଯେ ଯେତେବେଳେ ଫ୍ଲିପକାର୍ଟକୁ ଏପରି ପ୍ରେସର କୁକର ବିକ୍ରି ଦ୍ବାରା ବ୍ୟାବସାୟିକ ଭାବରେ ଲାଭ ହୋଇଛି, ତେବେ ସେ ଉପଭୋକ୍ତାଙ୍କୁ ତାଙ୍କର ବିକ୍ରିରେ ସୃଷ୍ଟି ହୋଇଥିବା ଭୂମିକା ଓ ଦାୟୀତ୍ବରୁ ନିଜକୁ ମୁକ୍ତ କରିପାରିବନାହିଁ। ଅଭିଯାନ ଅନ୍ତର୍ଗତ, ବିଆଇଏସ୍ ଅନେକ ଅଣ-ମାନକ ହେଲମେଟ ଏବଂ ପ୍ରେସର କୁକରକୁ ବାହାର କରି ଜବତ କରିଛି। ୧୪୩୫ ପ୍ରେସର କୁକର ଏବଂ ୧୦୮୮ ହେଲମେଟ୍ ଯାହା ଅନିର୍ବାର୍ଯ୍ୟ ମାନକ ଅନୁରୂପ ନ ଥିଲେ, ତାହାକୁ ବିଆଇଏସ୍ ଦ୍ବାରା ଜବତ କରାଯାଇଛି। ସିସିପିଏ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଆଇନ ଅନ୍ତର୍ଗତ ପ୍ରଯୁଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବାଧ୍ୟତାମୂଳକ ଉପଯୋଗ ପାଇଁ ନିର୍ଦ୍ଦେଶିତ ମାନକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପତ୍ର ଲେଖିଛନ୍ତି।

18 Aug 2022 By The Sakala

ନିମ୍ନମାନର ପ୍ରେସର କୁକର ବିକି ଫସିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ : ଗ୍ରାହକଙ୍କୁ ନିମ୍ନମାନର ପ୍ରେସର କୁକର ବିକ୍ରି କରି ଏବେ ଅଡୁଆରେ ଫସିଛି ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଏଥିପାଇଁ ପ୍ଲାଟ୍‌ଫର୍ମ ବିରୋଧରେ ଗ୍ରାହକ ଅଧିକାରର ଉଲଙ୍ଘନ ମାମଲା ରୁଜୁ ହୋଇଛି। ଏଥିପାଇଁ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ କମ୍ପାନୀ ବିରୋଧରେ ଲଗାଇଛନ୍ତି ୧ ଲକ୍ଷ ଟଙ୍କାର ଜରିମାନା। ଏହାଛଡା ଫ୍ଲିପ୍‌କାର୍ଟ ବିକ୍ରି କରିଥିବା ସେହି ୫୯୮ ଅଣ-ମାନକ ପ୍ରେସର କୁକର ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ। ଏଡାବାଦ୍‌ ଗ୍ରାହକଙ୍କ କ୍ଷତି ଭରଣା କରିବାକୁ ମଧ୍ୟ କମ୍ପାନୀକୁ ନିର୍ଦେଶନାମାରେ କୁହାଯାଇଛି।

କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣର ମୁଖ୍ୟ ଆୟୁକ୍ତ ନିଧି ଖରେଙ୍କ ଅଧ୍ୟକ୍ଷତାରେ, ସିପିପିଏ ଫ୍ଲିପକାର୍ଟକୁ ନିଜର ପ୍ଲାଟଫର୍ମରେ ବିକ୍ରି ହେଉଥିବା ସମସ୍ତ ୫୯୮ ପ୍ରେସର କୁକର ବିଷୟରେ ଗ୍ରାହକମାନଙ୍କୁ ସୂଚୀତ କରିବା, ପ୍ରେସର କୁକରକୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟର ଭରଣା କରିବାକୁ ନିର୍ଦେଶ ଦିଆଯାିଛି। ଏହାସହ ୪୫ ଦିନ ମଧ୍ୟରେ ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କୁହଯାଇଛି। କମ୍ପାନୀକୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକର ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ ୧ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ଫେବୃଆରୀ ପହିଲାରେ ଲାଗୁ ହୋଇଥିବା ଘରୋଇ ପ୍ରେସର କୁକର (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ, ସମସ୍ତ ଘରୋଇ ପ୍ରେସର କୁକର ପାଇଁ ଆଇଏସ୍ ୨୩୪୭:୨୦୧୭ ଅନୁରୂପ ହେବା ଅନିବାର୍ଯ୍ୟ। ଏଥିପାଇଁ ଫେବୃଆରୀଠାରୁ ସମସ୍ତ ପ୍ରେସର କୁକର, ତାହା ଅନଲାଇନ୍ ବା ଅଫଲାଇନରେ ବିକ୍ରି କରାଯାଉ ନା କାହିଁକି, ଏହାକୁ ଆଇଏସ୍ ୨୩୪୭:୨୦୧୭ର ଅନୁରୂପ ହେବା ଆବଶ୍ୟକ। ସିସିପିଏ ଜାଣିବାକୁ ପାଇଛନ୍ତି ଯେ ‘ଫ୍ଲିପକାର୍ଟର ଉପଯୋଗର ସର୍ତ୍ତ’ ର ବ୍ୟବସ୍ଥା ଉତ୍ପାଦର ପ୍ରତ୍ୟେକ ଚାଲାଣରେ ‘ପାୱାର୍‌ଡ ବାଏ ଫ୍ଲିପକାର୍ଟ’ ପରି ଶବ୍ଦର ବାଧ୍ୟତାମୂଳକ ଉପଯୋଗ ଏବଂ ବିଭିନ୍ନ ଲାଭର ବିତରଣ ପାଇଁ ବିକ୍ରେତାମାନଙ୍କୁ ନିଜର ଇ-କମର୍ସ ପ୍ଲାଟଫର୍ମରେ ପ୍ରେସର କୁକରର ବିକ୍ରିରେ ସୁନା, ରୂପା ଏବଂ କାଂସ୍ୟ ଭାବରେ ପ୍ରତିଷ୍ଠିତ କରିବା ଫ୍ଲିପକାର୍ଟ ଦ୍ବାରା କରାଯାଇଥିବା ଭୂମିକା ଆଡ଼କୁ ସୂଚୀତ କରୁଛି।

ଫ୍ଲିପକାର୍ଟ ନିଜର ଇ-କମର୍ସ ପ୍ଲାଟଫର୍ମରେ ଏପରି ପ୍ରେସର କୁକରର ବିକ୍ରି ମାଧ୍ୟମରେ ସମୁଦାୟ ୧,୮୪,୨୬୩ ଟଙ୍କା ପାଇଛି। ସିସିପିଏ ଦ୍ବାରା ଏହା ଜଣାଯାଇଛି ଯେ ଯେତେବେଳେ ଫ୍ଲିପକାର୍ଟକୁ ଏପରି ପ୍ରେସର କୁକର ବିକ୍ରି ଦ୍ବାରା ବ୍ୟାବସାୟିକ ଭାବରେ ଲାଭ ହୋଇଛି, ତେବେ ସେ ଉପଭୋକ୍ତାଙ୍କୁ ତାଙ୍କର ବିକ୍ରିରେ ସୃଷ୍ଟି ହୋଇଥିବା ଭୂମିକା ଓ ଦାୟୀତ୍ବରୁ ନିଜକୁ ମୁକ୍ତ କରିପାରିବନାହିଁ। ଅଭିଯାନ ଅନ୍ତର୍ଗତ, ବିଆଇଏସ୍ ଅନେକ ଅଣ-ମାନକ ହେଲମେଟ ଏବଂ ପ୍ରେସର କୁକରକୁ ବାହାର କରି ଜବତ କରିଛି। ୧୪୩୫ ପ୍ରେସର କୁକର ଏବଂ ୧୦୮୮ ହେଲମେଟ୍ ଯାହା ଅନିର୍ବାର୍ଯ୍ୟ ମାନକ ଅନୁରୂପ ନ ଥିଲେ, ତାହାକୁ ବିଆଇଏସ୍ ଦ୍ବାରା ଜବତ କରାଯାଇଛି। ସିସିପିଏ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଆଇନ ଅନ୍ତର୍ଗତ ପ୍ରଯୁଜ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗ୍ରାହକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବାଧ୍ୟତାମୂଳକ ଉପଯୋଗ ପାଇଁ ନିର୍ଦ୍ଦେଶିତ ମାନକର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ପତ୍ର ଲେଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp