ପଡ଼ିଲାନି ମହାମାରୀର ପ୍ରଭାବ : ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନି ବଢ଼ିଲା ୧୭.୫%

The Sakala Picture
Published On

ବିଗତ ବର୍ଷେ ହେବ ଦେଶରେ ଲାଗି ରହିଛି କରୋନା ସଂକ୍ରମଣ। ଏଥଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। କିନ୍ତୁ ଏସବୁ ମଧ୍ୟରେ କୃଷି ହେଉଛି ଏକ ମାତ୍ର ଶିଳ୍ପ ଯେ କି ଏହି ସମୟରେ ଅଭିବୃଦ୍ଦି ହାସଲ କରିଛି। ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନିରେ ୧୭.୫% ଅଭିବୃଦ୍‌ଦି ପରିଲକ୍ଷିତ ହୋଇଛି ଯାହା ଚଳିତବର୍ଷ ମହାମାରୀର ପୁନରାବୃତ୍ତି ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କରୋନା ମାହାମାରୀ ର ସଂକ୍ରମଣ ରୋକିବାକୁ ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ […]

ବିଗତ ବର୍ଷେ ହେବ ଦେଶରେ ଲାଗି ରହିଛି କରୋନା ସଂକ୍ରମଣ। ଏଥଯୋଗୁ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। କିନ୍ତୁ ଏସବୁ ମଧ୍ୟରେ କୃଷି ହେଉଛି ଏକ ମାତ୍ର ଶିଳ୍ପ ଯେ କି ଏହି ସମୟରେ ଅଭିବୃଦ୍ଦି ହାସଲ କରିଛି। ୨୦୨୦-୨୧ରେ କୃଷି ଉତ୍ପାଦ ରପ୍ତାନିରେ ୧୭.୫% ଅଭିବୃଦ୍‌ଦି ପରିଲକ୍ଷିତ ହୋଇଛି ଯାହା ଚଳିତବର୍ଷ ମହାମାରୀର ପୁନରାବୃତ୍ତି ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | କରୋନା ମାହାମାରୀ ର ସଂକ୍ରମଣ ରୋକିବାକୁ ସମ୍ପ୍ରତି ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବା ସତ୍ତ୍ବେ ଏହାର ପ୍ରଭାବ କୃଷି ଉତ୍ପାଦ ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଏହାର ମୂଳ କାରଣ ହେଉଛି ଉତ୍ତମ ମୌସୁୁମୀ ଏ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

୨୦୨୦-୨୧ରେ ଭାରତର କୃଷି ରପ୍ତାନି ୧୭.୫ ପ୍ରତିଶତ ବୃଦ୍ଧି ପାଇ ୪୧.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ୨୦୧୯-୨୦ ବର୍ଷରେ ଦେଶର ସାମଗ୍ରିକ ବାଣିଜ୍ୟ ରପ୍ତାନି ୩୧୩.୪ ବିଲିୟନ ଡ଼ଲାରରୁ ୭.୨ ପ୍ରତିଶତ ହ୍ରାସ ହୋଇ ୨୯୦.୮ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହା ୨୦୧୩-୧୪ ପରଠାରୁ ଶ୍ରେଷ୍ଠ ରହିଛି। କାରଣ ୨୦୧୩-୧୪ରେ ଦେଶର କୃଷି କ୍ଷେତ୍ରରେ ରପ୍ତାନି ୪୩.୨୫ ବିଲିୟନ ଡ଼ଲାର ରହିଥିଲା। ଯଦିବା ବିଶ୍ବ ବଜାରରେ କମୋଡିଟିଗୁଡିକର ଦର ବଢ଼ିଛି ତଥାପି ଉତ୍ତମ ମୌସୁମୀ ଯୋଗୁ କୃଷି କ୍ଷେତ୍ରରେ ଉତ୍ପାଦନ ଭଲ ରହିଛି।

ତେବେ କରୋନା ମହାମାରୀର ପ୍ରଭାବ ରପ୍ତାନି ଉପରେ କୌଣସି ପ୍ରଭାବ ପକାଇପାରିନାହିଁ। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ ସ୍ବଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିବାବେଳେ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଖାଦ୍ୟ ମୂଲ୍ୟ ସୂଚକାଙ୍କ ଏପ୍ରିଲରେ ୮୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ମହାମାରୀ ଯୋଗୁ ଅନେକ ବନ୍ଦରରେ ଲୋଡିଂ / ଅନଲୋଡିଂ କାର୍ଯ୍ୟକଳାପରେ ଯଥେଷ୍ଟ ହ୍ରାସ ଘଟିଛି। | ଗତ ୧୦-୧୫ ଆସୁଥିବା ଜାହାଜ ସଂଖ୍ୟା ମଧ୍ୟ ହ୍ରାସ ପାଇଛି, କାରଣ ଜାହାଜ ମାଲିକମାନେ ଭାରତରୁ ମାଲ ପରିବହନ କରିବାକୁ ଦ୍ୱିଧା ପ୍ରକାଶ କରୁଛନ୍ତି। ଚାଉଳ ରପ୍ତାନି ପାଇଁ ଏକ ପ୍ରମୁଖ ବନ୍ଦର ଆନ୍ଧ୍ରପ୍ରଦେଶର କାକିନାଡାରେ କେବଳ ୨୦ ଟି ବର୍ଜ (ପ୍ରତ୍ୟେକ ୪୦୦-୫୦୦ ଟନ୍) ମାଲ୍‌ ଲୋଡ୍ ଅନୁମତି ଦିଆଯାଇଛି। ସେହିପରି ଭାଇଜାଗ ବନ୍ଦରରେ ମଧ୍ୟ ସକାଳ ୬ ରୁ ୧୧ ପର୍ଯ୍ୟନ୍ତ ଲୋଡିଂ ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଗତ ବର୍ଷର କୃଷି-ରପ୍ତାନି ଅଭିବୃଦ୍ଧି ଅଣ-ବାସମତି ଚାଉଳ ଦ୍ୱାରା ପରିଚାଳିତ ହୋଇଥିଲା । ଏହି ସମୟରେ ରେକର୍ଡ ୧୩.୦୯ ନିୟୁତ ଟନ୍ର ୪.୮୦ ବିଲିୟନ ଡ଼ଲାରର ଚାଉଳ ଦେଶ ବାହାରକୁ ପଠାଯାିଛି। ଏହା ବିଶ୍ବରେ ଭାରତକୁ ସବୁଠାରୁ ବଡ ଚାଉଳ ରପ୍ତାନକାରୀ ଭାବେ ପରିଚୟ ଦେଇଛି। ମହାମାରୀ ଯୋଗୁ ବର୍ତ୍ତମାନ କିଛି ସମସ୍ୟା ହୋଇପାରେ, ଆମର ଚାଉଳ ସବୁଠାରୁ ପ୍ରତିଯୋଗିତାକ୍ଷମ ହୋଇଥିବା ଯୋଗୁ ଚଳିତବର୍ଷ ରପ୍ତାନି ଭଲ ହେବା ଉଚିତ ବୋଲି ଓଲାମ ଏଗ୍ରୋ ଇଣ୍ଡିଆ ଲିମିଟେଡର ଉପାଧ୍ୟକ୍ଷ ନିତିନ ଗୁପ୍ତା କହିଛନ୍ତି।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର