ଟମାଟୋ ପରେ କେନ୍ଦ୍ରକୁ ପିଆଜ ଚିନ୍ତା, ବଫର ଷ୍ଟକ୍‌ରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ

The Sakala Picture
Published On

ନୂଆଦିଲ୍ଲୀ: ଦର ବୃଦ୍ଧି ତାତିରେ ଖାଉଟି ନୟାନ୍ତ। ବଜାରରେ ଡାଲି, ଚାଉଳ ଏବଂ ଅଟା ଦର ଉପରମୁହଁା। ଅପରପକ୍ଷେ ଟମାଟୋର ଉଚ୍ଚ ଦରକୁ ନେଇ ଏବେ ସାରା ଦେଶରେ ହୋ ହଲ୍ଲା। ତେବେ ଟମାଟୋ ପରେ ଏବେ କେନ୍ଦ୍ର ସରକାରଙ୍କୁ ପିଆଜ ଚିନ୍ତା ଘାରିବାରେ ଲାଗିଲାଣି। କାରଣ ଆଗକୁ ପାର୍ବଣ ଋତୁ। ହସ୍ତଗତ ରିପୋର୍ଟ ଅନୁଯାୟୀ, ପାର୍ବଣରେ ପିଆଜ ଖାଉଟିଙ୍କ ହୋସ୍ ଉଡ଼ାଇବ। ଏଥିପାଇଁ ଏବେଠାରୁ ସରକାର ସଜାଗ। ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ କେନ୍ଦ୍ର […]

ନୂଆଦିଲ୍ଲୀ: ଦର ବୃଦ୍ଧି ତାତିରେ ଖାଉଟି ନୟାନ୍ତ। ବଜାରରେ ଡାଲି, ଚାଉଳ ଏବଂ ଅଟା ଦର ଉପରମୁହଁା। ଅପରପକ୍ଷେ ଟମାଟୋର ଉଚ୍ଚ ଦରକୁ ନେଇ ଏବେ ସାରା ଦେଶରେ ହୋ ହଲ୍ଲା। ତେବେ ଟମାଟୋ ପରେ ଏବେ କେନ୍ଦ୍ର ସରକାରଙ୍କୁ ପିଆଜ ଚିନ୍ତା ଘାରିବାରେ ଲାଗିଲାଣି। କାରଣ ଆଗକୁ ପାର୍ବଣ ଋତୁ। ହସ୍ତଗତ ରିପୋର୍ଟ ଅନୁଯାୟୀ, ପାର୍ବଣରେ ପିଆଜ ଖାଉଟିଙ୍କ ହୋସ୍ ଉଡ଼ାଇବ। ଏଥିପାଇଁ ଏବେଠାରୁ ସରକାର ସଜାଗ। ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ କେନ୍ଦ୍ର ସରକାର ବଫର ଷ୍ଟକ୍ରୁ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଯାୟୀ, କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକ୍ରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗୁରୁବାର ନାଫେଡ୍ ଓ ଏନସିସିଏଫ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ ଏକ ବୈଠକ କରିବା ପରେ ଏଥିନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦରଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଏବଂ ତାହା ସୀମାରେଖା ବାହାରେ ରହିଥିବ ସେଠାକୁ ଏହି ଅତିରିକ୍ତ ଷ୍ଟକ୍ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜାଯାଉଛି। ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପଠାଇବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ୍ ଏବଂ ଏନସିସିଏଫ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ସଂଗ୍ରହ କରିଛନ୍ତି। ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି। ଦରଦାମ୍ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧର ପ୍ରଭାବ; ଭଡ଼ା ବଢ଼ାଇବ ଏୟାର ଇଣ୍ଡିଆ, ୩ଟି ପର୍ଯ୍ୟାୟରେ ବିମାନ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି

12 Aug 2023 By The Sakala

ଟମାଟୋ ପରେ କେନ୍ଦ୍ରକୁ ପିଆଜ ଚିନ୍ତା, ବଫର ଷ୍ଟକ୍‌ରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ

ନୂଆଦିଲ୍ଲୀ: ଦର ବୃଦ୍ଧି ତାତିରେ ଖାଉଟି ନୟାନ୍ତ। ବଜାରରେ ଡାଲି, ଚାଉଳ ଏବଂ ଅଟା ଦର ଉପରମୁହଁା। ଅପରପକ୍ଷେ ଟମାଟୋର ଉଚ୍ଚ ଦରକୁ ନେଇ ଏବେ ସାରା ଦେଶରେ ହୋ ହଲ୍ଲା। ତେବେ ଟମାଟୋ ପରେ ଏବେ କେନ୍ଦ୍ର ସରକାରଙ୍କୁ ପିଆଜ ଚିନ୍ତା ଘାରିବାରେ ଲାଗିଲାଣି। କାରଣ ଆଗକୁ ପାର୍ବଣ ଋତୁ। ହସ୍ତଗତ ରିପୋର୍ଟ ଅନୁଯାୟୀ, ପାର୍ବଣରେ ପିଆଜ ଖାଉଟିଙ୍କ ହୋସ୍ ଉଡ଼ାଇବ। ଏଥିପାଇଁ ଏବେଠାରୁ ସରକାର ସଜାଗ। ପିଆଜ ଦର ବୃଦ୍ଧି ରୋକିବା ନିମନ୍ତେ କେନ୍ଦ୍ର ସରକାର ବଫର ଷ୍ଟକ୍ରୁ ବଜାରକୁ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଯାୟୀ, କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକ୍ରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗୁରୁବାର ନାଫେଡ୍ ଓ ଏନସିସିଏଫ୍ର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏ ସମ୍ପର୍କରେ ଏକ ବୈଠକ କରିବା ପରେ ଏଥିନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା।

ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଓ ଆଞ୍ଚଳିକ ବଜାର ଯେଉଁଠାରେ ପିଆଜର ଦର ସର୍ବଭାରତୀୟ ହାରାହାରି ଦରଠାରୁ ଅଧିକ ଓ ପୂର୍ବ ମାସ ଓ ବର୍ଷ ତୁଳନାରେ ଅଧିକ ଏବଂ ତାହା ସୀମାରେଖା ବାହାରେ ରହିଥିବ ସେଠାକୁ ଏହି ଅତିରିକ୍ତ ଷ୍ଟକ୍ ଛାଡ଼ିବାକୁ ନିଷ୍ପତ୍ତି ହୋଇଛି। ଇ-ନିଲାମ ଓ ପାଇକାରୀ ବିକ୍ରୟ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ମଧ୍ୟ କରାଯିବା ପାଇଁ ବାଟ ଖୋଜାଯାଉଛି। ଖାଉଟିମାନଙ୍କୁ ଯେପରି ସୁଲଭ ଦରରେ ପିଆଜ ଉପଲବ୍ଧ ହେବ ସେହି ଅନୁସାରେ ଏହାର ପରିମାଣ ନିର୍ଦ୍ଧାରିତ କରାଯାଇ ଛଡ଼ାଯାଉଛି। ବଜାରକୁ ଛଡ଼ାଯିବା ସହ ରାଜ୍ୟଗୁଡ଼ିକୁ ଖୁଚୁରା ଦୋକାନରେ ପିଆଜର ବିକ୍ରି ପାଇଁ ସେମାନଙ୍କ ଖାଉଟି ସମବାୟ ସମିତି ଓ ନିଗମ ଜରିଆରେ ମଧ୍ୟ ପଠାଇବାକୁ ସ୍ଥିର ହୋଇଛି। ଚଳିତ ବର୍ଷ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ଅତିରିକ୍ତ ଭାବେ ରଖିବା ପାଇଁ ସଂଗ୍ରହ କରାଯାଇଥିଲା ଓ ପରିସ୍ଥିତି ସେପରି ଉପୁଜିଲେ ଏହାର ପରିମାଣ ମଧ୍ୟ ବୃଦ୍ଧି କରାଯାଇପାରିବ। ଦୁଇଟି କେନ୍ଦ୍ରୀୟ ନୋଡାଲ ସଂସ୍ଥା ଯଥା ନାଫେଡ୍ ଏବଂ ଏନସିସିଏଫ ଜୁନ୍ ଓ ଜୁଲାଇ ରବି ପିଆଜ ଋତୁରେ ୧.୫ ଲକ୍ଷ ଟନ୍ ଲେଖାଏଁ ପିଆଜ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ସଂଗ୍ରହ କରିଛନ୍ତି। ଆଗୁଆ ପଦକ୍ଷେପ ସ୍ବରୂପ ଭାବା ଆଣିବିକ ଗବେଷଣା କେନ୍ଦ୍ର (ବିଏଆରସି) ସହଯୋଗରେ ଚଳିତବର୍ଷ ପିଆଜଗୁଡ଼ିକୁ ବିକିରଣ ମୁକ୍ତ କରିବାକୁ ପଦକ୍ଷେପ ନିଆଯାଇଥିଲା। ଭଣ୍ଡାରଣଜନିତ କ୍ଷତିକୁ କମ୍ କରିବା ଉଦ୍ଦେଶ୍ୟରେ ପ୍ରାୟ ଏକ ହଜାର ମେଟ୍ରିକ ଟନ୍ ପିଆଜ ବିକିରଣ ମୁକ୍ତ କରାଯିବା ପରେ ନିୟନ୍ତ୍ରିତ ବାୟୁମଣ୍ଡଳର ଭଣ୍ଡାର ଘରେ ସାଇତା ହୋଇଛି। ଦରଦାମ୍ ସ୍ଥିରତା ପାଣ୍ଠି ଅଧୀନରେ ସରକାର ଅତିରିକ୍ତ ପିଆଜ ମହଜୁଦ ରଖି ପିଆଜ ଦର ବୃଦ୍ଧି ସମସ୍ୟାର ମୁକାବିଲା କରୁଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହି ବଫର ଷ୍ଟକ ପରିମାଣ ତିନିଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଏହା ଏକ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ, ୨୦୨୩-୨୪ ଏହା ୩ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp